ବିଜେପିରେ ବଢୁଛି ଓଡ଼ିଆ ନେତାଙ୍କ ଗୁରୁତ୍ୱ, ଧର୍ମେନ୍ଦ୍ର ଓ ବୈଜୟନ୍ତ ଜାତୀୟ ଟିମରେ ସାମିଲ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେପିର ଜାତୀୟ ସଂଗଠନରେ ଓଡ଼ିଆ ନେତାଙ୍କ ଗୁରୁତ୍ୱ ବୃଦ୍ଧି ପାଇବାରେ ଲାଗିଛି। ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଭାବ ଉଭୟ ଦଳୀୟ ସଂଗଠନ ଓ କେନ୍ଦ୍ର ସରକାରରେ ରହିଥିବାବେଳେ ଏବେ ବରିଷ୍ଠ ନେତା ତଥା ଦଳର ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡାଙ୍କର ପ୍ରଭାବ ଦଳୀୟ ସଂଗଠନରେ ପରିଲକ୍ଷିତ ହୋଇଛି। କେନ୍ଦ୍ରରେ ନରେନ୍ଦ୍ର ମୋଦି ସରକାର ଜାମ୍ମୁ କାଶ୍ମୀରରୁ ଧାରା-୩୭୦କୁ ଉଚ୍ଛେଦ କରି ଭାରତୀୟ ସମ୍ବିଧାନକୁ ଲାଗୁ କରିଥିବାର ଶ୍ରେୟ ନେବା ଓ ବିଭିନ୍ନ ବର୍ଗର […]

baijayant-and-dharmendra

baijayant-and-dharmendra

Manoranjan Sial
  • Published: Thursday, 22 August 2019
  • Updated: 22 August 2019, 09:56 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେପିର ଜାତୀୟ ସଂଗଠନରେ ଓଡ଼ିଆ ନେତାଙ୍କ ଗୁରୁତ୍ୱ ବୃଦ୍ଧି ପାଇବାରେ ଲାଗିଛି। ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଭାବ ଉଭୟ ଦଳୀୟ ସଂଗଠନ ଓ କେନ୍ଦ୍ର ସରକାରରେ ରହିଥିବାବେଳେ ଏବେ ବରିଷ୍ଠ ନେତା ତଥା ଦଳର ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡାଙ୍କର ପ୍ରଭାବ ଦଳୀୟ ସଂଗଠନରେ ପରିଲକ୍ଷିତ ହୋଇଛି। କେନ୍ଦ୍ରରେ ନରେନ୍ଦ୍ର ମୋଦି ସରକାର ଜାମ୍ମୁ କାଶ୍ମୀରରୁ ଧାରା-୩୭୦କୁ ଉଚ୍ଛେଦ କରି ଭାରତୀୟ ସମ୍ବିଧାନକୁ ଲାଗୁ କରିଥିବାର ଶ୍ରେୟ ନେବା ଓ ବିଭିନ୍ନ ବର୍ଗର ସଚେତନ ନାଗରିକଙ୍କୁ ଏ ସମ୍ପର୍କରେ ବୁଝାଇବା ନିମନ୍ତେ ବିଜେପି ଦେଶବ୍ୟାପୀ ‘ଜନ ଜାଗରଣ ଅଭିଯାନ’ ଚଳାଇବା ପାଇଁ ନିଷ୍ପତ୍ତି ନେଇଛି।

କଶ୍ମୀରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ହେବାକୁ ଥିବା ବିଜେପିର ଏହି ଜନ ଜାଗରଣ ଅଭିଯାନ ନିମନ୍ତେ ଗଠିତ ୧୧ଜଣିଆ କମିଟିରେ ଦୁଇ ଓଡ଼ିଆ ନେତା ଯଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡାଙ୍କୁ ସାମିଲ କରାଯାଇଛି। ବିଜେପିର କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ୍ ଶାହଙ୍କ ବ୍ରିଗେଡରେ ଏଭଳି ନେତାଙ୍କୁ ଦାୟିତ୍ୱ ନ୍ୟସ୍ତ କରାଯାଇଛି ଯେଉଁମାନେ କି ୨୦୧୯ ଲୋକସଭା ନିର୍ବାଚନରେ ବିଜେପିର ଐତିହାସିକ ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।

ଏହି ଜନ ଜାଗରଣ ଅଭିଯାନ କମିଟିରେ ଦୁଇ ଓଡ଼ିଆ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଓ ରାଷ୍ଟ୍ରୀୟ ଉପସଭାପତି ଶ୍ରୀ ପଣ୍ଡାଙ୍କ ସମେତ ଦଳର ସାଂଗଠନିକ ମହାସଚିବ ବିଏଲ୍ ସନ୍ତୋଷ, ସମ୍ପାଦକ ୱାଇ ସତ୍ୟ କୁମାର, କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ, ଗଜେନ୍ଦ୍ର ସିଂହ ଶେଖାୱତ, ଜିତେନ୍ଦ୍ର ସିଂହ, ପୂର୍ବତନ ମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂ ରାଠୋର, ସାଂସଦ ଜମାଙ୍ଗ ତେସରିଂ ନାମଗ୍ୟାଲ ଓ ତେଜସ୍ୱୀ ସୂର୍ଯ୍ୟା ସଦସ୍ୟ ଅଛନ୍ତି। ଏହି କମିଟିର ପ୍ରଥମ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଥିବାବେଳେ ଧାରା-୩୭୦ ଉଚ୍ଛେଦକୁ ନେଇ ବିଭିନ୍ନ କ୍ଷେତ୍ରରୁ ମିଳିଥିବା ସକାରାତ୍ମକ ଫିଡବ୍ୟାକ ଉପରେ ବିଚାରବିମର୍ଶ କରିଛନ୍ତି।

ସେପ୍ଟେମ୍ବର ୧ତାରିଖରୁ ଏହି ଜନ ଜାଗରଣ ଅଭିଯାନ ଦେଶବ୍ୟାପୀ ଆରମ୍ଭ ହେବ। ଏହି କ୍ରମରେ ଓଡ଼ିଶାର ସମସ୍ତ ଜିଲ୍ଲା ମୁଖ୍ୟାଳୟରେ ବିଭିନ୍ନ ବର୍ଗର ୫୦୦ରୁ ୧୦୦୦ ଲୋକଙ୍କୁ ନେଇ ସଭା ଆୟୋଜନ କରାଯିବ। ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ମଧ୍ୟ ସବୁ ବର୍ଗର ପ୍ରାୟ ୨ହଜାର ଲୋକଙ୍କ ବୈଠକ ଡକାଯିବ। ଏହି ସଭାରେ ଧାରା-୩୭୦ ଉଚ୍ଛେଦର ସକାରାତ୍ମକ ଦିଗ ସମ୍ପର୍କରେ ବିଜେପି ପକ୍ଷରୁ ଲୋକମାନଙ୍କୁ ଅବଗତ କରାଯିବା ସହ ଭାରତର ଅଖଣ୍ଡତା ପାଇଁ ଏହା ଜରୁରୀ ଥିବା ଦର୍ଶାଇବ। ବିଜେପି ମଧ୍ୟ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଆଗାମୀ ଦିନରେ ହେବାକୁ ଥିବା ୪ଟି ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳକୁ ନିଜ ସପକ୍ଷରେ କରିବା ନିମନ୍ତେ ରଣନୀତି ପ୍ରସ୍ତୁତ କରିଛି।

ତେବେ ବିଜେପିର ଏହି ମହତ୍ୱାକାଂକ୍ଷୀ ତଥା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଜାତୀୟ କାର୍ଯ୍ୟକ୍ରମରେ ଧର୍ମେନ୍ଦ୍ର ପ୍ରଧାନ ଓ ବୈଜୟନ୍ତ ପଣ୍ଡାଙ୍କୁ ପ୍ରାଧାନ୍ୟ ଦେଇ ମୋଦି ଓ ଶାହା ଯୋଡ଼ିଙ୍କ ଓଡ଼ିଶା ପ୍ରତି ସେମାନଙ୍କର ସ୍ୱତନ୍ତ୍ର ଦୁର୍ବଳତା ଓ ଫୋକସର ଆଭାସ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story