'ଓଡ଼ିଶାକୁ ୭୦ ବର୍ଷ ପଛୁଆ ରଖିବାର ମୁଖ୍ୟ ଖଳନାୟକ ହେଉଛି କଂଗ୍ରେସ'

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): “ଭାରତର ପ୍ରାକୃତିକ ସମ୍ବଳକୁ କଂଗ୍ରେସ ଲୁଟ କଲା। ୧୦ ବର୍ଷ ଧରି ଏହି ଦଳ ରିମୋଟରେ ଦେଶକୁ ଚଳାଇଲା। ଯେଉଁ ଦଳର ସଂସ୍କୃତି ହେଲା ଧୋକା ଦେବା, ଦୁର୍ନୀତି କରିବା ଆଜିର ଦିନରେ ସେହି ଦଳର ନେତା ବଡ଼ ବଡ଼ କଥା କହୁଛନ୍ତି। ରାହୁଲ ଗାନ୍ଧି ନିଜେ ମଧ୍ୟ ଜାମିନରେ ଅଛନ୍ତି।” ଓଡିଶା କଂଗ୍ରେସ ସଭାପତିଙ୍କ ଉପରେ ଆସିଥିବା ଅଭିଯୋଗ ଉପରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଉତ୍ତର ଦେବା ଦରକାର ବୋଲି […]

dharmendra pradhan

dharmendra pradhan

Manoranjan Sial
  • Published: Friday, 25 January 2019
  • Updated: 25 January 2019, 08:29 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): "ଭାରତର ପ୍ରାକୃତିକ ସମ୍ବଳକୁ କଂଗ୍ରେସ ଲୁଟ କଲା। ୧୦ ବର୍ଷ ଧରି ଏହି ଦଳ ରିମୋଟରେ ଦେଶକୁ ଚଳାଇଲା। ଯେଉଁ ଦଳର ସଂସ୍କୃତି ହେଲା ଧୋକା ଦେବା, ଦୁର୍ନୀତି କରିବା ଆଜିର ଦିନରେ ସେହି ଦଳର ନେତା ବଡ଼ ବଡ଼ କଥା କହୁଛନ୍ତି। ରାହୁଲ ଗାନ୍ଧି ନିଜେ ମଧ୍ୟ ଜାମିନରେ ଅଛନ୍ତି।" ଓଡିଶା କଂଗ୍ରେସ ସଭାପତିଙ୍କ ଉପରେ ଆସିଥିବା ଅଭିଯୋଗ ଉପରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଉତ୍ତର ଦେବା ଦରକାର ବୋଲି ଆଜି ଦିଲ୍ଲୀରେ ରାହୁଲଙ୍କ ଓଡ଼ିଶା ଗସ୍ତ ସମ୍ପର୍କରେ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଗଣମାଧ୍ୟମ ପ୍ରତିନିଧିଙ୍କ ଏ ସମ୍ପର୍କିତ ପ୍ରଶ୍ନର ଉତ୍ତରରେ ଶ୍ରୀ ପ୍ରଧାନ କହିଛନ୍ତି ଓଡ଼ିଶାକୁ ୭୦ ବର୍ଷ ପଛୁଆ ରଖିବାର ମୁଖ୍ୟ ଖଳନାୟକ ହେଉଛି କଂଗ୍ରେସ। ଦେଶ ତଥା ଓଡ଼ିଶାରେ ଲମ୍ବା ସମୟ ଧରି କ୍ଷମତାରେ ରହିବା ପରେ ମଧ୍ୟ କଂଗ୍ରେସ ଦଳ ଓଡ଼ିଶାବାସୀଙ୍କୁ ତାଙ୍କ ଅଧିକାର ଦେବାରେ ସମର୍ଥ ହେଲାନାହିଁ। ଓଡିଶାର ଯୁବକ ଓ ଗରିବଙ୍କ ଭାଗ୍ୟ ପରିବର୍ତ୍ତନ ନହେବାର ପ୍ରମୁଖ କାରଣ କଂଗ୍ରେସ। ଏଥିପାଇଁ ଓଡ଼ିଶା ଲୋକଙ୍କୁ କଂଗ୍ରେସ ଭ୍ରଷ୍ଟାଚାର ଓ ଦଳୀୟ ନେତାଙ୍କ ଭ୍ରଷ୍ଟାଚାର ଉପରେ ଜବାବ୍ ଦେବା ଦରକାର ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଯେଉଁମାନେ ଓଡ଼ିଶାକୁ ଲୁଟ କରିଛନ୍ତି ସେମାନେ ଏବେ କୁମ୍ଭୀର କାନ୍ଦଣା ପାଇଁ ଓଡ଼ିଶା ଯାଇଛନ୍ତି । ମନମୋହନ ସିଂହ ପ୍ରଧାନମନ୍ତ୍ରୀ ଥିବାବେଳେ କହିଥିଲେ ଟଙ୍କା କଣ ଗଛରେ ଫଳେ। କଂଗ୍ରେସ ଦଳ ଯେବେ ଶାସନ କରିଛି ଓଡ଼ିଶାକୁ ସେବେ ଅନ୍ୟାୟ ହୋଇଛି। କଂଗ୍ରେସର ନୀତି ଓ ନେତୃତ୍ୱରେ ଓଡ଼ିଶାର ଖଣିଜ ସମ୍ପଦକୁ ବିନା ମୂଲ୍ୟରେ ଶିଳ୍ପପତିମାନଙ୍କୁ ମାଗଣାରେ ଦିଆଯାଉଥିଲା। ପ୍ରଧାନମନ୍ତ୍ରୀ ମୋଦି ଆସିବା ପରେ ଏଥିରେ ପରିବର୍ତ୍ତନ ହୋଇଛି।

ଓଡିଶାର ପିସିସି ସଭାପତିଙ୍କୁ ଦିଲ୍ଲୀ ପୋଲିସର ଅର୍ଥନୈତିକ ଅପରାଧ ଶାଖା ସମନ ଜାରି କରିବା ପ୍ରସଙ୍ଗରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଦେଶ କଂଗ୍ରେସ କମିଟି ସଭାପତି କାହିଁକି ଆଇନକୁ ମାନୁନାହାନ୍ତି। ନୋଟିସ ପ୍ରସଙ୍ଗ ନୁହେଁ, ମୂଳ ଅଭିଯୋଗ ପ୍ରସଙ୍ଗ। ୩୦ କୋଟି ଟଙ୍କାରୁ ଅଧିକ ଟଙ୍କା ଠକେଇ ଅଭିଯୋଗ ହୋଇଛି। ସେ ସମ୍ପର୍କରେ ଉତ୍ତର ଦେବାର ଆବଶ୍ୟକତା ରହିଛି। ରାହୁଲ ଓଡ଼ିଶା ଗସ୍ତରେ ଥିବାବେଳେ ଏହାର ଜବାବ ଦେବା ଦରକାର ବୋଲି ସେ କହିଛନ୍ତି।

ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ, ରାହୁଲ ଯେପରି ମନ୍ତବ୍ୟ ଦେଇଛନ୍ତି ତାହା ଦିନରେ ଲଣ୍ଠନ ଦେଖାଇବା ଭଳି। ୧୯୭୫ ମସିହାରେ କାହାର ଜେଜେମା ଦେଶ ଉପରେ ଜରୁରୀକାଳୀନ ପରିସ୍ଥିତି ଲଦି ଦେଇଥିଲେ ବୋଧହୁଏ ସୁନାଚାମଚ ନେଇ ଜନ୍ମ ହୋଇଥିବା ଯୁବରାଜଙ୍କ ସ୍ମୁତିଶକ୍ତିର ବାହାରକୁ ଏକଥା ଚାଲିଯାଇଛି ଅଥବା ଦେଶବାସୀଙ୍କୁ ସେ ବୋକା ଭାବୁଛନ୍ତି। ନେହରୁ-ଗାନ୍ଧୀ ପରିବାର ପ୍ରତି ଆନୁଗତ୍ୟ ପ୍ରଦର୍ଶନ ନକରୁଥିବା ଓ ଭିନ୍ନ ମତ ରଖୁଥିବା ରାଜନୀତିକ ଓ ସାମାଜିକ କାର୍ଯ୍ୟକର୍ତ୍ତାମାନଙ୍କୁ ଜେଲରେ ପୁରାଇ ନିର୍ଯାତନା ଦେବାକୁ ଯଦି ଯୁବରାଜ ଭିନ୍ନମତକୁ ସମ୍ମାନ ବୋଲି କହୁଛନ୍ତି, ଏହା ବିଡ଼ମ୍ବନା ମାତ୍ର ବୋଲି ସେ ସାମାଜିକ ଗଣମାଧ୍ୟମରେ ଉଲ୍ଲେଖ କରିଛନ୍ତି।

ଶ୍ରୀ ପ୍ରଧାନ ଆହୁରି ଉଲ୍ଲେଖ କରିଛନ୍ତି ଯେ, ଯୁବରାଜ ତାଙ୍କର ୨୦୧୪ ନିର୍ବାଚନର ଅବ୍ୟବହିତ ପୂର୍ବରୁ ଦିଲ୍ଲୀ ପ୍ରେସ କ୍ଲବର ସାମ୍ବାଦିକ ସମ୍ମିଳନୀରେ ତତକାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଜାଣିଶୁଣି ଅପମାନିତ କରି ନୀଚା ଦେଖାଇବା ପାଇଁ ଯେଉଁ ଡ୍ରାମା କରୁଥିଲେ ଏହା କଣ ଭିନ୍ନମତକୁ ସମ୍ମାନ ଦେବାର ନେହୁର-ଗାନ୍ଧୀ ପରିବାରଙ୍କ ସିଦ୍ଧାନ୍ତର ଅଂଶବିଶେଷ ଥିଲା କି ବୋଲି ସେ ପ୍ରଶ୍ନ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story