‘ନବୀନ ଓ ଦାମ ମିଛି ମିଛିକା ଲୁଚକାଳି ଖେଳୁଛନ୍ତି, ଲୋକେ ଜାଣିଲେଣି’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): “ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପୂର୍ବତନ ବରିଷ୍ଠମନ୍ତ୍ରୀ ଦାମୋଦର ରାଉତଙ୍କ ମିଛି ମିଛିକା ଲୁଚକାଳି ଖେଳ ଓଡ଼ିଶା ଲୋକ ବୁଝିଲେଣି। ବିଷ୍ଣୁ ଦାସ ତାଙ୍କ ଦଳରେ ଜଣେ ବରିଷ୍ଠ ନେତା। ତାଙ୍କ ବିରୋଧରେ ଦାମବାବୁ ଅସାମ୍ୱିଧାନିକ ଶବ୍ଦ ଲଗାଇଲେ। ଯେଉଁ ଶବ୍ଦ ଲଗାଇଲେ ଭାରତୀୟ ପେନାଲ କୋଡ୍‌ ଅନୁସାରେ ମାମଲା ହେବ। ସେହିପରି ବିଜେପିର ଜଣେ ମହିଳା ନେତ୍ରୀଙ୍କୁ ଗାଳିଦେବାକୁ ଯାଇ ଅଙ୍ଗନବାଡ଼ି ଭଉଣୀମାନଙ୍କୁ ‘ସ୍ୱାମୀଛାଡ଼ି ଅଙ୍ଗନବାଡ଼ି’ କହିଥିଲେ। ସେତେବେଳେ ନବୀନ ବାବୁଙ୍କର […]

Dharmendra

Dharmendra

Rakesh Mallick
  • Published: Sunday, 24 December 2017
  • Updated: 24 December 2017, 06:18 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): “ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପୂର୍ବତନ ବରିଷ୍ଠମନ୍ତ୍ରୀ ଦାମୋଦର ରାଉତଙ୍କ ମିଛି ମିଛିକା ଲୁଚକାଳି ଖେଳ ଓଡ଼ିଶା ଲୋକ ବୁଝିଲେଣି। ବିଷ୍ଣୁ ଦାସ ତାଙ୍କ ଦଳରେ ଜଣେ ବରିଷ୍ଠ ନେତା। ତାଙ୍କ ବିରୋଧରେ ଦାମବାବୁ ଅସାମ୍ୱିଧାନିକ ଶବ୍ଦ ଲଗାଇଲେ। ଯେଉଁ ଶବ୍ଦ ଲଗାଇଲେ ଭାରତୀୟ ପେନାଲ କୋଡ୍‌ ଅନୁସାରେ ମାମଲା ହେବ। ସେହିପରି ବିଜେପିର ଜଣେ ମହିଳା ନେତ୍ରୀଙ୍କୁ ଗାଳିଦେବାକୁ ଯାଇ ଅଙ୍ଗନବାଡ଼ି ଭଉଣୀମାନଙ୍କୁ ‘ସ୍ୱାମୀଛାଡ଼ି ଅଙ୍ଗନବାଡ଼ି’ କହିଥିଲେ। ସେତେବେଳେ ନବୀନ ବାବୁଙ୍କର ମନେ ପଡ଼ିଲାନି। ତାହାହେଲେ ଆଜି କାହିଁକି କାର୍ଯ୍ୟାନୁଷ୍ଠାନ ନିଆଗଲା? ଦାମ-ନବୀନବାବୁଙ୍କର ଏଇଟା ‘ଭୂତ ହୋଇ ଲାଗିବା ଓ ଗୁଣିଆ ହୋଇ ଛଡ଼ାଇବା’ ରାଜନୀତିରେ ଏକ ନିଚ୍ଛକ ନମୂନା।” ନୂଆଦିଲ୍ଲୀରେ ଆୟୋଜିତ ଓଟିଭିର ୨୦ ବର୍ଷ ପୂର୍ତ୍ତି ଉତ୍ସବରେ ଅତିଥିଭାବେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହା କହିଛନ୍ତି।

ଆସନ୍ତା ନିର୍ବାଚନ ଲଢ଼ିବା ନେଇ ସେ କହିଥିଲେ-“ଆଗାମୀ ନିର୍ବାଚନରେ ଦଳ ଲଢ଼ିବା ପାଇଁ ସୁଯୋଗ ଦେଲେ ମୁଁ ଓଡ଼ିଶାରୁ ଲଢ଼ିବି। ଲୋକସଭା ନା ବିଧାନସଭା ନିର୍ବାଚନ ଲଢ଼ିବି ଦଳ ସ୍ଥିର କରିବ। ଆଗାମୀ ନିର୍ବାଚନରେ ଓଡ଼ିଶାରେ ବିଜେପି ଜିତିବ।”

ମହାନଦୀ ପ୍ରସଙ୍ଗରେ ଏକ ପ୍ରଶ୍ନର ଉତ୍ତରରେ ଧର୍ମେନ୍ଦ୍ର କହିଥିଲେ-“ମହାନଦୀକୁ ନେଇ ଓଡ଼ିଶାର ଅଧିକାରରୁ ଇଞ୍ଚେ ହେଲେ ଦିଆଯିବ ନାହିଁ। ଜଣେ ଓଡ଼ିଆ ହିସାବରେ ମୁଁ ଏତେ ଦୁର୍ବଳ ହୋଇନାହିଁ ଯେ ଛତିଶଗଡ଼ର ଅନ୍ୟାୟକୁ ମୁଣ୍ଡପାତି ସହିଯିବି।”

ସେ କହିଥିଲେ-“ମୁଁ ଏପରି ଜଣେ ଲୋକ ନୁହେଁ, କେନ୍ଦ୍ରକୁ ଚିଠି ଲେଖି ସାମ୍ୱିଧାନିକ ଦାୟିତ୍ୱ ତୁଲାଇ ଦେଇ ଚୁପ ବସିବି। ମହାନଦୀ ପ୍ରସଙ୍ଗରେ ଭାରତ ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ। ବିବାଦର ସମାଧାନ ପାଇଁ ଦୁଇ ରାଜ୍ୟ ମଧ୍ୟରେ ଆଲୋଚନା ହେବା ଦରକାର। ଆଲୋଚନା ବିଫଳ ହେଲେ ସାମ୍ୱିଧାନିକ ବିଧିବ୍ୟବସ୍ଥା ଅନୁଯାୟୀ ଓଡ଼ିଶାକୁ ତା’ର ହକରୁ କେହି ବଞ୍ଚିତ କରିପାରିବେ ନାହିଁ।”

ଧର୍ମେନ୍ଦ୍ର ଆହୁରି କହିଥିଲେ-“ଦେଢ଼ ବର୍ଷ ତଳେ ମହାନଦୀ ବିବାଦକୁ ନେଇ ଦୁଇ ରାଜ୍ୟ ପରସ୍ପର ସହ କଥା ହେବା ପାଇଁ ରାଜି ହେଉନଥିଲେ। ସେହି ସମୟରେ ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ସଚିବ ସ୍ତରୀୟ ଅଧିକାରୀଙ୍କୁ ଏକାଠି ବସାଇ ସମାଧାନ କରିବା ପାଇଁ ପୂର୍ବତନ ଜଳ ସମ୍ପଦ ମନ୍ତ୍ରୀ ଉମାଭାରତୀଙ୍କୁ ମୁଁ ଅନୁରୋଧ କରିଥିଲି। ପରେ ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ସଚିବ ସ୍ତରୀୟ ଆଲୋଚନା ହୋଇଥିଲେ। ତେବେ ତାହା ବିଫଳ ହୋଇଥିଲା। ସେତେବେଳେ ନ୍ୟାର୍ଯ୍ୟ ଦାବି ହାସଲ ପାଇଁ ଓଡ଼ିଶା ସରକାର ଟ୍ରିବ୍ୟୁନାଲକୁ ଯିବେ ବୋଲି କହିଥିଲେ।”

କେନ୍ଦ୍ର ଓ ଛତିଶଗଡ଼ରେ ବିଜେପି ସରକାର ଥିବାରୁ ଓଡ଼ିଶାର ଦାବି ପ୍ରତି ଅଣଦେଖାଯାଉଥିବା ନେଇ ଏକ ପ୍ରଶ୍ନର ଉତ୍ତରରେ ଧର୍ମେନ୍ଦ୍ର କହିଥିଲେ-“ମଧ୍ୟପ୍ରଦେଶ ଓ ଗୁଜରାଟରେ ମଧ୍ୟ ବିଜେପି ସରକାର ଅଛି। ଏହା ସତ୍ତ୍ୱେ ଦୁଇ ରାଜ୍ୟ ମଧ୍ୟରେ ଜଳ ବିବାଦ ଦେଖାଦେଇ ଥିଲା। ଉଭୟ ରାଜ୍ୟ ଟ୍ରିବ୍ୟୁନାଲକୁ ଯାଇଥିଲେ। ସେମାନେ ଦଳ କଥା ଭୁଲି ନିଜ ରାଜ୍ୟର ସ୍ୱାର୍ଥ ପାଇଁ ଲଢ଼ି ଥିଲେ। ମୁଁ ଜଣେ ଓଡ଼ିଆ ହିସାବରେ ଓଡ଼ିଶାର ଲୋକଙ୍କ ସ୍ୱାର୍ଥ ରକ୍ଷା ପ୍ରତି ଲଢ଼ିବି। ଓଡ଼ିଶାର ଅଧିକାର ଓଡ଼ିଶାର ଓ ଛତିଗଡ଼ର ରାଜ୍ୟର ଅଧିକାର ଛତିଶଗଡ଼ର। ଛତିଶଗଡ଼ ଓ ଓଡ଼ିଶା ଭାରତ-ପାକିସ୍ତାନ ନୁହଁନ୍ତି। ଏହି ବିବାଦର ସମାଧାନ ପାଇଁ ଆଉ ଥରେ ଆଲୋଚନା ପାଇଁ ପ୍ରଧାନମନ୍ତ୍ରୀ ମୋତେ ପରାମର୍ଶ ଦେଇଛନ୍ତି। ଯଦି ସମାଧାନର ରାସ୍ତା ବାହାରିନପାରେ, ତାହାହେଲେ ସାମ୍ୱିଧାନିକ ଅଧିକାର ଅନୁଯାୟୀ ଟ୍ରିବ୍ୟୁନାଲ ଗଠନରୁ ଆମକୁ କେହି ବଞ୍ଚିତ କରିପାରିବେ ନାହିଁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story