ମଦ ପିଇ ଆମ୍ବୁଲାନ୍ସ ଚଲାଉଥିଲେ; ଧରିଲା ପୁଲିସ୍‌

କାମାକ୍ଷାନଗର (ବିଦ୍ୟାଧର ବରାଳ): ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗା ପୁଲିସ୍‌ ଜଣେ ମଦୁଆ ଆମ୍ୱୁଲାନ୍ସ ଡ୍ରାଇଭରକୁ ଗିରଫ କରିଛି। ତାଙ୍କ ନାଁ ଦୁଷ୍ମନ୍ତ ବେହେରା। ତାଙ୍କ ଘର କଟକ ଜିଲ୍ଲା ତିଗିରିଆ ଅଞ୍ଚଳରେ। ସେ ଏକ ବେସରକାରୀ ଆମ୍ୱୁଲାନ୍ସରେ ଡ୍ରାଇଭର ଭାବେ କାର୍ଯ୍ୟ କରନ୍ତି। ଗତକାଲି ଦୁଷ୍ମନ୍ତ ରାଉରକେଲାରେ ଏକ ମୃତଦେହକୁ ଛାଡ଼ି ଫେରୁଥିବା ବେଳେ ତୁମୁସିଙ୍ଗା ନିକଟରେ ଜଣେ ପଥଚାରୀଙ୍କୁ ଧକ୍କା ଦେଇଥିଲେ ଓ ସେଠାରେ ଥିବା ଅନ୍ୟ ଲୋକଙ୍କୁ ଅଶ୍ଲୀଳ ଭାଷାରେ ଗାଳି କରି ପଳାଇ […]

arrest

arrest

Jyoshna Pradhan
  • Published: Saturday, 11 January 2020
  • Updated: 11 January 2020, 02:16 PM IST

Sports

Latest News

କାମାକ୍ଷାନଗର (ବିଦ୍ୟାଧର ବରାଳ): ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗା ପୁଲିସ୍‌ ଜଣେ ମଦୁଆ ଆମ୍ୱୁଲାନ୍ସ ଡ୍ରାଇଭରକୁ ଗିରଫ କରିଛି। ତାଙ୍କ ନାଁ ଦୁଷ୍ମନ୍ତ ବେହେରା। ତାଙ୍କ ଘର କଟକ ଜିଲ୍ଲା ତିଗିରିଆ ଅଞ୍ଚଳରେ। ସେ ଏକ ବେସରକାରୀ ଆମ୍ୱୁଲାନ୍ସରେ ଡ୍ରାଇଭର ଭାବେ କାର୍ଯ୍ୟ କରନ୍ତି।

ଗତକାଲି ଦୁଷ୍ମନ୍ତ ରାଉରକେଲାରେ ଏକ ମୃତଦେହକୁ ଛାଡ଼ି ଫେରୁଥିବା ବେଳେ ତୁମୁସିଙ୍ଗା ନିକଟରେ ଜଣେ ପଥଚାରୀଙ୍କୁ ଧକ୍କା ଦେଇଥିଲେ ଓ ସେଠାରେ ଥିବା ଅନ୍ୟ ଲୋକଙ୍କୁ ଅଶ୍ଲୀଳ ଭାଷାରେ ଗାଳି କରି ପଳାଇ ଯାଉଥିଲେ। ଏନେଇ ସ୍ଥାନୀୟ ଲୋକେ ପୁଲିସ୍‌କୁ ଖବର ଦେଇଥିଲେ। ଖବର ପାଇ ଥାନା ଅଧିକାରୀ ଆମ୍ୱୁଲାନ୍ସକୁ ପିଛା କରି ପଣ୍ଡୁଆ ନିକଟରେ ଧରିଥିଲେ। ପୁଲିସ୍ ଦୁଷ୍ମନ୍ତକୁ ଆଲକହଲ ଆନାଲାଇଜରରେ ଚେକିଂ କରି ଗିରଫ କରିଛି। ଏଥିସହ ଆମ୍ୱୁଲାନ୍ସକୁ  ଜବତ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos