ସରକାରୀ ପାଣିରେ ଝାଡ଼ାବାନ୍ତି ସୃଷ୍ଟିକାରୀ କୋଲିଫର୍ମ ବ୍ୟାକ୍ଟ୍ରିଆ

ମୋହନା(ମିହିର ଜତି): ସରକାରୀ ସପ୍ଲାଇ ପାଣିରୁ ମିଳିଛି କୋଲିଫର୍ମ ବ୍ୟାକ୍ଟ୍ରିଆ। ଯେଉଁଥିପାଇଁ ଝାଡ଼ାବାନ୍ତି ବ୍ୟାପୁଛି। ଗଜପତି ଜିଲ୍ଲା ମୋହନା ବ୍ଲକ୍‌ ଗୋବିନ୍ଦପୁର ଗାଁରୁ ସଂଗୃହୀତ ପାଣି ନମୂନାରୁ ଏହି ସାଙ୍ଘାତିକ ତଥ୍ୟ ସାମ୍ନାକୁ ଆସିଛି। ଭୁବନେଶ୍ୱର RTPCR ଲ୍ୟାବ୍ ମାଇକ୍ରୋବାୟୋଲୋଜିଷ୍ଟଙ୍କ ଏହି ରିପୋର୍ଟ ସାମ୍ନାକୁ ଆସିବା ପରେ ହଇଚଇ ଆରମ୍ଭ ହୋଇଛି। ଗତ ୨୬ ତାରିଖରେ ମୋହନା ବ୍ଲକ୍‌ ଗୋବିନ୍ଦପୁର ଗାଁରେ ଝାଡ଼ାବାନ୍ତି ବ୍ୟାପିଥିଲା। ଗାଁର ୫ ଜଣ ଆକ୍ରାନ୍ତ ହୋଇ ମୋହନା ମେଡ଼ିକାଲ୍‌ରେ ଭର୍ତ୍ତି ହୋଇଥିଲେ। […]

Mohana

Mohana

Manoranjan Sial
  • Published: Saturday, 30 July 2022
  • Updated: 30 July 2022, 06:45 PM IST

Sports

Latest News

ମୋହନା(ମିହିର ଜତି): ସରକାରୀ ସପ୍ଲାଇ ପାଣିରୁ ମିଳିଛି କୋଲିଫର୍ମ ବ୍ୟାକ୍ଟ୍ରିଆ। ଯେଉଁଥିପାଇଁ ଝାଡ଼ାବାନ୍ତି ବ୍ୟାପୁଛି। ଗଜପତି ଜିଲ୍ଲା ମୋହନା ବ୍ଲକ୍‌ ଗୋବିନ୍ଦପୁର ଗାଁରୁ ସଂଗୃହୀତ ପାଣି ନମୂନାରୁ ଏହି ସାଙ୍ଘାତିକ ତଥ୍ୟ ସାମ୍ନାକୁ ଆସିଛି। ଭୁବନେଶ୍ୱର RTPCR ଲ୍ୟାବ୍ ମାଇକ୍ରୋବାୟୋଲୋଜିଷ୍ଟଙ୍କ ଏହି ରିପୋର୍ଟ ସାମ୍ନାକୁ ଆସିବା ପରେ ହଇଚଇ ଆରମ୍ଭ ହୋଇଛି।

ଗତ ୨୬ ତାରିଖରେ ମୋହନା ବ୍ଲକ୍‌ ଗୋବିନ୍ଦପୁର ଗାଁରେ ଝାଡ଼ାବାନ୍ତି ବ୍ୟାପିଥିଲା। ଗାଁର ୫ ଜଣ ଆକ୍ରାନ୍ତ ହୋଇ ମୋହନା ମେଡ଼ିକାଲ୍‌ରେ ଭର୍ତ୍ତି ହୋଇଥିଲେ। ତା’ପର ଦିନ ଅର୍ଥାତ ୨୭ ତାରିଖରେ ଆଉ ୧୮ ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ। ସେମାନଙ୍କ ଭିତରୁ ଲିପି ନାଏକ ନାମକ ଜଣେ ନାବାଳିକାଙ୍କର ମେଡିକାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା। ଏହି ଖବର ପ୍ରକାଶ ପାଇବା ପରେ ଗାଁରେ ପହଞ୍ଚିଥିଲା ମେଡ଼ିକାଲ୍‌ ଟିମ୍‌।

ମେଡିକାଲ୍‌ ଟିମ୍‌ ଗାଁ ଲୋକଙ୍କୁ ସଚେତନ କରାଇଥିଲା। ଏଥିସହ ଝାଡ଼ାବାନ୍ତିର କାରଣ ଖୋଜିବା ପାଇଁ ପାଣିର ନମୂନା ସଂଗ୍ରହ କରି ପରୀକ୍ଷା କରିବାକୁ ଭୁବନେଶ୍ୱର RTPCR ଲ୍ୟାବ୍ ମାଇକ୍ରୋବାୟୋଲୋଜିଷ୍ଟକୁ ପଠାଯାଇ ଥିଲା। ଗାଁ ୧ ନଂ କୂଅ, ୨ ନଂ କୂଅ, ୩ ନଂ କୂଅ, ୟୁପି ସ୍କୁଲ ପମ୍ପ, ରାସ୍ତା ପାର୍ଶ୍ୱ କୂଅ, ଖ୍ରୀଷ୍ଟିଆନ୍‌ ସାହି କୂଅ, ବସୁଧା ଯୋଜନାରେ ଯୋଗାଣ ହେଉଥିବା ପାଣି ଓ ଯାତ୍ରା ସାହି ନଳକୂପରୁ ନମୂନା ସଂଗ୍ରହ କରାଯାଇଥିଲା।

ଆଜି ପାରଳାଖେମୁଣ୍ଡି ସିଡିଏମ୍ଓଙ୍କୁ ରିପୋର୍ଟ ଦେଇଛନ୍ତି RTPCR ଲ୍ୟାବ୍ ମାଇକ୍ରୋବାୟୋଲୋଜିଷ୍ଟ। ସେଥିରେ ଉଲ୍ଲେଖ ରହିଛି, ୮ଟି ନମୂନାରୁ ଗୋଟିଏ କୂଅ ଓ ସରକାରୀ ସପ୍ଲାଇ ପାଣିରେ କୋଲିଫର୍ମ ବ୍ୟାକ୍ଟ୍ରିଆ ରହିଛି। ମାଇକ୍ରୋ ବାୟୋଲୋଜିଷ୍ଟଙ୍କ ଏହି ରିପୋର୍ଟ ସାମ୍ନାକୁ ଆସିବା ପରେ ଗାଁ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳି ଯାଇଛି।

କୋଲିଫର୍ମ ବ୍ୟାକ୍ଟ୍ରିଆ ପାଣି ମାଧ୍ୟମରେ ମଣିଷ ଶରୀରରେ ପ୍ରବେଶ କରୁଛି। ଏହାର ପ୍ରଭାବରେ ଝାଡ଼ାବାନ୍ତି ହେଉଥିବା ଜଣାପଡ଼ିଛି।

ସୂଚନାରୁ ପ୍ରକାଶ, ଗୋବିନ୍ଦପୁର ଗାଁରେ ପାନୀୟ ଜଳର ଘୋର ଅଭାବ ରହିଛି। ସେଥିପାଇଁ ରାଜ୍ୟ ସରକାର ବସୁଧା ଯୋଜନାରେ ପାନୀୟ ଜଳ ଯୋଗାଇ ଦେଇଥିଲେ। ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ବସୁଧା ଯୋଜନାରେ ବୋଲୱେଲ୍‌ ନଖୋଳି ୧୦ ବର୍ଷ ତଳର ଏକ ପୁରୁଣା କୂଆରୁ ପାଣି ଟାଙ୍କିକୁ ଯାଉଛି। ଆଉ ସେଠାରୁ ଲୋକଙ୍କ ପାଖକୁ ଯୋଗାଇ ଦିଆଯାଉଛି ପାଣି। ବର୍ତ୍ତମାନ ସେହି କୂଆରୁ ମିଳିଛି କୋଲିଫର୍ମ ବ୍ୟାକ୍ଟ୍ରିଆ। ଏହାର ଅର୍ଥ ପୂରା ଗାଁ ଏବେ କୋଲିଫର୍ମ ବ୍ୟାକ୍ଟ୍ରିଆ ପାଣି ପିଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos