ଗରିବଙ୍କୁ ଛାତ ଦେଇ ନେଇଗଲେ!

ଆଳି (ବନମାଳି ସାହୁ): ଗରିବଙ୍କ ମୁଣ୍ଡ ଉପରେ ସ୍ଥାୟୀ ଛାତ ନିର୍ମାଣ ପାଇଁ କେନ୍ଦ୍ର ସରକାର ‘ପ୍ରଧାନମନ୍ତ୍ରୀ ଆବାସ’ ଯୋଜନା କରିଥିଲେ। ହେଲେ ଏହି ଯୋଜନା ଗରିବଙ୍କୁ ମିଳିବା ପରିବର୍ତ୍ତେ ଧନୀଙ୍କୁ ମିଳୁଥିବା ଅଭିଯୋଗ ହୋଇଛି। ଏପରି ଦୁର୍ନୀତିର ଗନ୍ଧ ବାହାରିଛି କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ ଅଞ୍ଚଳରୁ। ମାତ୍ର ଏପରି ଦୁର୍ନୀତିକୁ ଜିଲ୍ଲାପାଳ ଖଣ୍ଡନ କରିଛନ୍ତି। ପୂରା ଘଟଣା ଏମିତି। ଆଳି ବ୍ଲକ ସହିରା ପଞ୍ଚାୟତ ଅନ୍ତର୍ଗତ ଅଙ୍ଗାରଖ ଗାଁର ମଧୁସ୍ମିତା ନାୟକ। ସ୍ୱାମୀ, ଶଶୁର […]

ali

ali

Manoranjan Sial
  • Published: Saturday, 24 August 2019
  • Updated: 24 August 2019, 06:39 PM IST

Sports

Latest News

ଆଳି (ବନମାଳି ସାହୁ): ଗରିବଙ୍କ ମୁଣ୍ଡ ଉପରେ ସ୍ଥାୟୀ ଛାତ ନିର୍ମାଣ ପାଇଁ କେନ୍ଦ୍ର ସରକାର ‘ପ୍ରଧାନମନ୍ତ୍ରୀ ଆବାସ’ ଯୋଜନା କରିଥିଲେ। ହେଲେ ଏହି ଯୋଜନା ଗରିବଙ୍କୁ ମିଳିବା ପରିବର୍ତ୍ତେ ଧନୀଙ୍କୁ ମିଳୁଥିବା ଅଭିଯୋଗ ହୋଇଛି। ଏପରି ଦୁର୍ନୀତିର ଗନ୍ଧ ବାହାରିଛି କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ ଅଞ୍ଚଳରୁ। ମାତ୍ର ଏପରି ଦୁର୍ନୀତିକୁ ଜିଲ୍ଲାପାଳ ଖଣ୍ଡନ କରିଛନ୍ତି।

ପୂରା ଘଟଣା ଏମିତି। ଆଳି ବ୍ଲକ ସହିରା ପଞ୍ଚାୟତ ଅନ୍ତର୍ଗତ ଅଙ୍ଗାରଖ ଗାଁର ମଧୁସ୍ମିତା ନାୟକ। ସ୍ୱାମୀ, ଶଶୁର ଓ ପିଲାଙ୍କୁ ନେଇ ତାଙ୍କ ଛୋଟ ପରିବାର। ପୂରା ପରିବାର ଏକ ନୁଆଁଣିଆ ଚାଳଘରେ ରହୁଛନ୍ତି। ଗରିବ ଶ୍ରେଣୀରେ ହୋଇଥିବାରୁ ଘର ଖଣ୍ଡେ ନିର୍ମାଣ କରିପାରୁ ନାହାନ୍ତି। ତେଣୁ ମଧୁସ୍ମିତା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଆବେଦନ କରିଥିଲେ। ଦୁଇବର୍ଷ ତଳେ ଅଗ୍ରାଧିକାର ଭିତ୍ତିରେ ତାଙ୍କର ନାଁ ଏହି ତାଲିକାରେ ସାମିଲ କରାଯାଇଥିଲା। ହେଲେ ଘର ପାଇବା ତ ଦୂରର କଥା, ଏବେ ଏହି ତାଲିକାରୁ ତାଙ୍କ ନାଁକୁ ବାଦ ଦିଆଯାଇଥିବା ଅଭିଯୋଗ ହୋଇଛି।

ଏନେଇ ମଧୁସ୍ମିତା କହିଛନ୍ତି, “ଆମେ ବହୁତ ଗରିବ। ମୋ ସ୍ୱାମୀ ମୂଲମଜୁରି ଲାଗିଲେ ପରିବାର ଚଳେ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଆସିଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ତାଲିକାରୁ ମୋ ନାଁ କାଟି ଦିଆଯାଇଛି। ଏଠି ଗରିବଙ୍କୁ ଘର ଦିଆ ନଯାଇ ଧନୀ ଲୋକଙ୍କୁ ଘର ଦିଆଯାଉଛି। ଯାହାର ଏକତାଲା ବା ଦୁଇତାଲା ଘର ଅଛି, ସେମାନଙ୍କୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯାଉଛି। ଏହା କଣ ଠିକ୍‌?”

ସେହିପରି ଆଉ ଜଣେ ହେଉଛନ୍ତି ସେହିଗାଁର ଅଞ୍ଜଳି ମହାନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଖଣ୍ଡିଏ ପାଇଁ ଆବେଦନ କରିଥିଲେ। ଏପରିକି ଅଗ୍ପ୍ରରାଧିକାର ତାଲିକାରେ ତାଙ୍କର ନାଁ ମଧ୍ୟ ରହିଛି। ତେଣେ ଘର ପାଇଁ ବାରମ୍ୱାର ପଞ୍ଚାୟତ ଅଫିସ ଦୌଡ଼ି ଦୌଡ଼ି ସେ ନୟାନ୍ତ ହେଲେଣି। ତାଙ୍କୁ ଆଜି ପର୍ଯ୍ୟନ୍ତ ଘର ମିଳିନାହିଁ। ଅନ୍ୟପକ୍ଷରେ ତାଲିକାରେ ତାଙ୍କ ପଛରେ ଥିବା ହିତାଧିକାରୀମାନେ ଘର ପାଇପାରିଲେଣି।

ଆଳି ବ୍ଲକର ସହିରା ପଞ୍ଚାୟତର ଅଙ୍ଗାରଖ, ସହିରା, ସୋରିଷଗଦା ଓ ଦହିଅଣ୍ଟା ଗାଁରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବଣ୍ଟନରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। କିନ୍ତୁ ଏହାକୁ ପଞ୍ଚାୟତ କାର୍ଯ୍ୟନିବାହୀ ଅଧିକାରୀ ଅସ୍ୱୀକାର କରିଛନ୍ତି। ଅନ୍ୟପଟେ ଏନେଇ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ଅବଗତ କରିବାରୁ ପ୍ରଧାନମନ୍ତ୍ରୀ ଆବାସ ବଣ୍ଟନରେ ଯଦି ଦୁର୍ନୀତି ହୋଇଥାଏ, ତାହାହେଲେ ଭିଜିଲାନ୍ସ ତଦନ୍ତ କରାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos