ନିଆଁ ଲଗାଇଦେଲେ ସରକାର! ଏକାଧିକ ସ୍ଥାନରେ ଜୋର ଧରିଲାଣି ଜିଲ୍ଲା ଦାବି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପଦ୍ମପୁର ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ପ୍ରତିଶ୍ରୁତି ଦେଇ ନିଆଁ ଲଗାଇଛନ୍ତି ରାଜ୍ୟ ସରକାର! ଏବେ ସମଗ୍ର ରାଜ୍ୟରେ ଜଳୁଛି ନିଆଁ। ଜିଲ୍ଲା ମାନ୍ୟତା ଦାବିରେ ଏକାଧିକ ସ୍ଥାନରେ ଚାଲିଛି ଧାରଣା ସହ ଆନ୍ଦୋଳନ। ଏଭଳି ସ୍ଥିତିରେ ସରକାରୀ ସ୍ତରରେ ୬ଟି ନୂଆ ଜିଲ୍ଲା ଗଠନ ପାଇଁ ବିଚାର ବିମର୍ଷ ଚାଲିଥିବା ଆଲୋଚନା ହେଉଛି। ୨୦୨୩ ମସିହା ଡିସେମ୍ବର ୩୧ ତାରିଖ ସୁଦ୍ଧା ରାଜ୍ୟର ଜିଲ୍ଲା ତାଲିକାରେ ଯୋଡ଼ି ହେବ ବରଗଡ଼ ଜିଲ୍ଲା ପଦ୍ମପୁରର […]

Protest

Protest

Manoranjan Sial
  • Published: Saturday, 19 November 2022
  • Updated: 19 November 2022, 08:52 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପଦ୍ମପୁର ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ପ୍ରତିଶ୍ରୁତି ଦେଇ ନିଆଁ ଲଗାଇଛନ୍ତି ରାଜ୍ୟ ସରକାର! ଏବେ ସମଗ୍ର ରାଜ୍ୟରେ ଜଳୁଛି ନିଆଁ। ଜିଲ୍ଲା ମାନ୍ୟତା ଦାବିରେ ଏକାଧିକ ସ୍ଥାନରେ ଚାଲିଛି ଧାରଣା ସହ ଆନ୍ଦୋଳନ। ଏଭଳି ସ୍ଥିତିରେ ସରକାରୀ ସ୍ତରରେ ୬ଟି ନୂଆ ଜିଲ୍ଲା ଗଠନ ପାଇଁ ବିଚାର ବିମର୍ଷ ଚାଲିଥିବା ଆଲୋଚନା ହେଉଛି।

୨୦୨୩ ମସିହା ଡିସେମ୍ବର ୩୧ ତାରିଖ ସୁଦ୍ଧା ରାଜ୍ୟର ଜିଲ୍ଲା ତାଲିକାରେ ଯୋଡ଼ି ହେବ ବରଗଡ଼ ଜିଲ୍ଲା ପଦ୍ମପୁରର ନାଁ। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଏଭଳି ନିର୍ବାଚନୀ ପ୍ରତିଶ୍ରୁତି ପରେ ଆଶା ଜାଗି ଉଠିଛି ବହୁ ସ୍ଥାନରେ। ନୂତନ ଜିଲ୍ଲା ଗଠନ ଦାବିରେ ମୁଣ୍ଡ ଟେକିଲାଣି ଆନ୍ଦୋଳନ। ବଲାଙ୍ଗିର ଜିଲ୍ଲାର ଟିଟିଲାଗଡ଼, କଳାହାଣ୍ଡି ଜିଲ୍ଲାର ଧର୍ମଗଡ଼, ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରକୁ ଜିଲ୍ଲା ମାନ୍ୟାତା ଦାବିରେ ଧାରଣା ସହ ଆନ୍ଦୋଳନ ଚାଲିଛି। କେବଳ ଏହି ୩ ଉପଖଣ୍ଡ ନୁହେଁ, ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲା, ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର, କେନ୍ଦୁଝର ଜିଲ୍ଲା ଆନନ୍ଦପୁର, ରାୟଗଡ଼ା ଜିଲ୍ଲା ଗୁଣପୁର, ଅନୁଗୋଳ ଜିଲ୍ଲା ତାଳଚେର ଓ ବାଲେଶ୍ୱର ଜିଲ୍ଲା ଜଳେଶ୍ୱରକୁ ଭୌଗୋଳିକ ସ୍ଥିତିରୁ ଜିଲ୍ଲା ମାନ୍ୟତା ପାଇଁ ଦାବି ଉଠିଲାଣି। ଏପରିକି ଭୁବନେଶ୍ୱର ଓ ପାରାଦୀପକୁ ମଧ୍ୟ ଜିଲ୍ଲା କରିବା ସପକ୍ଷରେ ଲୋକେ ଯୁକ୍ତି ବାଢୁଛନ୍ତି। ଆନ୍ଦୋଳନକାରୀଙ୍କ ଗୋଟିଏ ଚେତାବନୀ, ଜିଲ୍ଲା ମାନ୍ୟତା ନମିଳିଲେ ୨୦୨୪ରେ ଲୋକେ କଡ଼ା ଜବାବ ଦେବେ।

ରାଜ୍ୟରେ ବଢ଼ୁଥିବା ଆନ୍ଦୋଳନକୁ ଦେଖି ରାଜ୍ୟ ସରକାର ଜିଲ୍ଲା ସଂଖ୍ୟା ବଢ଼ାଇବା ସପକ୍ଷରେ ରହିଥିବା କୁହାଯାଉଛି। ତେବେ ସରକାରୀ ସ୍ତରରେ ଆଉ ୬ଟି ନୂତନ ଜିଲ୍ଲା କରିବାକୁ ବିଚାର ବିମର୍ଷ ଚାଲିଥିବା ସୂଚନା ମିଳିଛି। ସେ ସବୁ ସ୍ଥାନ ହେଉଛି ରାଉରକେଲା, ରାଜଗାଙ୍ଗପୁର, ରାଇରଙ୍ଗପୁର, ଭୁବନେଶ୍ୱର, ପଦ୍ମପୁର ଓ ଟିଟିଲାଗଡ଼। ତେବେ ଜିଲ୍ଲା ଗଠନ କରିବାକୁ ହେଲେ ପ୍ରଥମେ କେଉଁ କେଉଁ ଅଞ୍ଚଳକୁ ନେଇ ଜିଲ୍ଲା ଗଠନ ହେବ, ରାଜ୍ୟ ସରକାରଙ୍କୁ ତା’ର ସୀମା ନିର୍ଦ୍ଧାରଣ କରିବାକୁ ପଡ଼ିବ। ଏନେଇ ପ୍ରତିକ୍ରିୟା ରଖି ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ। ସେ କହିଛନ୍ତି, ଭବିଷ୍ୟତରେ ଆହୁରି ଜିଲ୍ଲାର ଆବଶ୍ୟକ ପଡ଼ିଲେ ଓ ଦାବି ଉଠିଲେ ମୁଖ୍ୟମନ୍ତ୍ରୀ ନିଶ୍ଚୟ ନିଷ୍ପତ୍ତି ନେବେ। ଏଥିରେ ସମସ୍ୟା ନାହିଁ।

୧୯୩୬ ମସିହାରେ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ଗଠନ ହେବା ସମୟରେ ମାତ୍ର ୬ଟି ଜିଲ୍ଲା ଥିଲା। ସେସବୁ ଜିଲ୍ଲା ହେଉଛି- କଟକ, ପୁରୀ, ବାଲେଶ୍ୱର, ସମ୍ବଲପୁର, ଗଞ୍ଜାମ ଓ କୋରାପୁଟ। ତେବେ ଭାରତ ସ୍ୱାଧୀନ ହେବା ପରେ ୧୯୪୮ ମସିହାରେ ୭ଟି ନୂଆ ଜିଲ୍ଲା ଯଥା- ଢେଙ୍କାନାଳ, କେଉଁଝର, ସୁନ୍ଦରଗଡ଼, ମୟୂରଭଞ୍ଜ, ଫୁଲବାଣୀ, ବଲାଙ୍ଗିର ଓ କଳାହାଣ୍ଡି ଗଠନ ହୋଇଥିଲା। ଜିଲ୍ଲା ସଂଖ୍ୟା ବଢ଼ିଲା ୧୩କୁ ବଢ଼ିଥିଲା। ଏହାପରେ ୧୯୯୩ ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଆହୁରି ୧୭ଟି ନୂଆ ଜିଲ୍ଲା ଗଠନ କରିଥିଲେ। ଏହାକୁ ମିଶାଇ ରାଜ୍ୟରେ ଜିଲ୍ଲା ସଂଖ୍ୟା ଏବେ ରହିଛି ୩୦ରେ। ଏବେ ୩ ଦଶନ୍ଧି ପରେ ପଦ୍ମପୁର ଉପଖଣ୍ଡକୁ ନୂଆ ଜିଲ୍ଲାର ମାନ୍ୟତା ଦେବାକୁ ଅଣ୍ଟା ଭିଡ଼ିଥିବା ବେଳେ, ବହୁ ସ୍ଥାନରେ ଆନ୍ଦୋଳନ ଜାରି ରହିଥିବାରୁ ଓ ୨୪ ନିର୍ବାଚନକୁ ଦେଖି କେଉଁ ଜିଲ୍ଲା ଗଠନ ପାଇଁ ସରକାର ସ୍ଥିର କରୁଛନ୍ତି, ତା’ ଉପରେ ଆଗକୁ ଦେଖିବାର ବାକି ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story