‘କରୋନା’ ଗୁଜବ କେତେ ଠିକ୍‌ କେତେ ଭୁଲ, WHO ରଖିଲା ସ୍ପଷ୍ଟୀକରଣ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ‘କରୋନା’ ସଂକ୍ରମଣ ଓ ନିୟନ୍ତ୍ରଣ ନେଇ ସୋଶାଲ୍‌ ମିଡିଆରେ ଗଦା ଗଦା ଗୁଜବ। କିଏ କହୁଛି ବେଶୀ ଖରା ହେଲେ ଭୂତାଣୁ ମରିଯିବ ତ ଆଉ କାହା ମତରେ ଉଷୁମ ପାଣି ପିଇଲେ ସଂକ୍ରମଣରୁ ରକ୍ଷା ମିଳିବ। ଲୋକଙ୍କ ମନରୁ ଭ୍ରାନ୍ତି ଦୂର ପାଇଁ ସଚେତନତା ଅଭିଯାନକୁ ଜୋରଦାର କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO)। ଗୁଜବରେ ବିଶ୍ୱାସ ନକରିବାକୁ ସଂଗଠନ ପକ୍ଷରୁ ନିବେଦନ କରାଯିବା ସହ ରୋଗ ସଂପର୍କରେ ଅନେକ ତଥ୍ୟ […]

who

who

Manoranjan Sial
  • Published: Tuesday, 24 March 2020
  • Updated: 24 March 2020, 08:30 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ‘କରୋନା’ ସଂକ୍ରମଣ ଓ ନିୟନ୍ତ୍ରଣ ନେଇ ସୋଶାଲ୍‌ ମିଡିଆରେ ଗଦା ଗଦା ଗୁଜବ। କିଏ କହୁଛି ବେଶୀ ଖରା ହେଲେ ଭୂତାଣୁ ମରିଯିବ ତ ଆଉ କାହା ମତରେ ଉଷୁମ ପାଣି ପିଇଲେ ସଂକ୍ରମଣରୁ ରକ୍ଷା ମିଳିବ। ଲୋକଙ୍କ ମନରୁ ଭ୍ରାନ୍ତି ଦୂର ପାଇଁ ସଚେତନତା ଅଭିଯାନକୁ ଜୋରଦାର କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO)। ଗୁଜବରେ ବିଶ୍ୱାସ ନକରିବାକୁ ସଂଗଠନ ପକ୍ଷରୁ ନିବେଦନ କରାଯିବା ସହ ରୋଗ ସଂପର୍କରେ ଅନେକ ତଥ୍ୟ ପ୍ରଦାନ କରାଯାଉଛି।

୧: ଉଷୁମ ଓ ଆଦ୍ର ପରିବେଶରେ ‘କରୋନା’ ଭୂତାଣୁ ତିଷ୍ଠି ପାରିବ ନାହିଁ ହେଉଥିବା ଚର୍ଚ୍ଚାକୁ ଖଣ୍ଡନ କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ। କୋଭିଡ୍‌-୧୯ ଭୂତାଣୁ ଯେ କୌଣସି ପରିବେଶରେ ସଂକ୍ରମିତ ହୋଇପାରେ। ତେଣୁ ସାମାଜିକ ଦୂରତା ବଜାୟ ରଖିବା ସହ ନିୟମିତ ହାତ ଧୋଇବା ଉପରେ ସଂଗଠନ ଗୁରୁତ୍ୱାରୋପ କରିଛି।

୨: ଅତି ଥଣ୍ଡା ଜଳବାୟୁ ଅର୍ଥାତ ବରଫ ପଡୁଥିବା ସ୍ଥାନରେ ‘କରୋନା’ ଭାଇରସ୍‌ ତିଷ୍ଠି ପାରେନି ବୋଲି ଯୁକ୍ତି ସହ ସ୍ୱାସ୍ଥ୍ୟ ସଂଗଠନ ଏକମତ ନୁହେଁ। ଥଣ୍ଡା ପରିବେଶରେ ମଧ୍ୟ ମଣିଷ ଶରୀରର ତାପମାତ୍ର ୩୬.୫ରୁ ୩୭ ଡିଗ୍ରୀ ସେଲ୍‌ସିୟସ୍‌ ରହୁଥିବାରୁ ସବୁବେଳେ ସଂକ୍ରମଣ ଆଶଙ୍କା ରହିଥାଏ।

୩: ଗରମ ପାଣିରେ ଗାଧୋଇଲେ ସଂକ୍ରମଣ ରୋକିହେବା ନେଇ ପ୍ରଚାରିତ ଗୁଜବରେ ବିଶ୍ୱାସ ନକରିବାକୁ କହିଛି WHO। ଅନ୍ୟପକ୍ଷରେ ଅତ୍ୟଧିକ ଗରମ ପାଣିରେ ଗାଧୋଇଲେ ଅନ୍ୟ ସ୍ୱାସ୍ଥ୍ୟ ସଂପର୍କିତ ସମସ୍ୟା ଦେଖା ଦେଇପାରେ ବୋଲି WHO ସତର୍କ କରାଇ ଦେଇଛି।

୪: ମଶା କାମୁଡିବା ଦ୍ୱାରା ‘କରୋନା’ ସଂକ୍ରମଣ ହୁଏ ନାହିଁ। ‘କରୋନା’ ଭୂତାଣୁ ମଣିଷ ଶରୀରରୁ ମଣିଷ ଶରୀରକୁ ଯାଇଥାଏ। ସଂକ୍ରମିତ ବ୍ୟକ୍ତିଙ୍କ ଛିଙ୍କରୁ ବାହାରୁ ଥିବା ତରଳ ପଦାର୍ଥ ଓ କଫ ଦ୍ୱାରା ହିଁ କେବଳ ସଂକ୍ରମଣ ହୁଏ ବୋଲି WHO ସ୍ପଷ୍ଟ କରିଛି।

୫: ହ୍ୟାଣ୍ଡ ଡ୍ରାୟର ଓ ଅଲଟ୍ରା ଭାୟୋଲେଟ୍‌ ଲ୍ୟାମ୍ପ ଦ୍ୱାରା ‘କରୋନା’ ଭାଇରସକୁ ମାରିହେବ ବୋଲି ପ୍ରଚାରିତ ଗୁଜବରେ ବିଶ୍ୱାସ ନକରିବାକୁ ପରାମର୍ଶ ଦେଇଛି WHO। ଦେହ ସାରା ଆଲକୋହଲ ଓ କ୍ଲୋରିନ୍‌ ବୋଳିଲେ ‘କରୋନା’ରୁ ମୁକ୍ତି ମିଳେ ନାହିଁ ବୋଲି ସ୍ପଷ୍ଟ କରିଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ।

୬: ନିମୋନିଆ ରୋଗ ପାଇଁ ବ୍ୟବହୃତ ଇଞ୍ଜେକସନ ନେଲେ, ନାକକୁ ସାଲାଇନ୍‌ରେ ଧୋଇଲେ ଓ ରସୁଣ ଖାଇବା ଦ୍ୱାରା ‘କରୋନା’ରୁ ରକ୍ଷା ମିଳୁଥିବା ଚର୍ଚ୍ଚାରେ ପ୍ରମାଣଗତ ତଥ୍ୟ ନଥିବା ସ୍ୱାସ୍ଥ୍ୟ ସଂଗଠନ କହିଛି।

୭: ବୟସ୍କ ଲୋକମାନେ ‘କରୋନା’ରେ ଆକ୍ରାନ୍ତ ହେବା ଆଶଙ୍କା ଅଧିକ ଥିବା ସଂପର୍କିତ ଚର୍ଚ୍ଚା ସଂପର୍କରେ WHO କହିଛି, ସବୁ ବର୍ଗର ଲୋକଙ୍କୁ ଭୂତାଣୁ ଆକ୍ରମଣ କରିପାରେ। ତେବେ ବୟସ୍କ ଲୋକମାନଙ୍କର ରକ୍ତଚାପ, ସୁଗାର, ଆଜମା ଓ ହୃଦ ସମସ୍ୟା ଥିଲେ ସେମାନେ ‘କରୋନା’ ସଂକ୍ରମିତ ହେବାର ଆଶଙ୍କା ଅଧିକ। ସେହି ଦୃଷ୍ଟିରୁ ସବୁ ବର୍ଗର ଲୋକ ସତର୍କତା ଅବଲମ୍ବନ କରିବା ଉପରେ WHO ଗୁରୁତ୍ୱ ଦେଇଛି।

୮: ‘କରୋନା’ ଭାଇରସ୍ ସଂକ୍ରମଣ କ୍ଷେତ୍ରରେ ଆଣ୍ଟି ବାୟୋଟିକ ବ୍ୟବହାର କରାଯାଇପାରିବ ନାହିଁ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସ୍ପଷ୍ଟ କରିଛି। ସେହିପରି ନଭୋଲ କରୋନା ଭାଇରସ୍‌ ସଂକ୍ରମଣର ଚିକିତ୍ସା ଲାଗି ଅନ୍ୟ କୌଣସି ଔଷଧ ମଧ୍ୟ ବ୍ୟବହାର କରିହେବ ନାହିଁ। ତେବେ ରୋଗୀ ଯଦି ହସ୍ପିଟାଲରେ ଆଡମିଟ୍‌ ହୋଇଥିବେ ତେବେ ଲକ୍ଷଣକୁ ଦେଖି ଡାକ୍ତର ଆବଶ୍ୟକ ଚିକିତ୍ସା କରିପାରିବେ ବୋଲି WHO କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story