‘ବିରୋଧୀ ଆମକୁ ନୈତିକତା ପଢ଼ାନ୍ତୁନି, ଓଡ଼ିଶାବାସୀ ଜାଣନ୍ତି ନବୀନ ପଟ୍ଟନାୟକ କ'ଣ’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):  ମମିତା ହତ୍ୟା ମାମଲାକୁ ନେଇ ରାଜନୀତି ସରଗରମ ହେବାରେ ଲାଗିଛି। ଏହି ଘଟଣାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ। ଏଥିରେ ମନ୍ତ୍ରୀଙ୍କ ସମ୍ପୃକ୍ତି ଅଭିଯୋଗ ଆସୁଥିବାରୁ ମନ୍ତ୍ରୀ ଇସ୍ତଫା ଦେଇ ତଦନ୍ତର ସାମ୍ନା କରନ୍ତୁ ବୋଲି ଉଭୟ ବିଜେପି ଓ କଂଗ୍ରେସ ପକ୍ଷରୁ କୁହାଯାଇଛି। ଅପରପକ୍ଷେ, ଘଟଣା ଘଟିବା ପରଠୁ ନୀରବତା ଅବଲମ୍ବନ କରି ଆସିଥିବା ଗୃହ ରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଗତକାଲି ମୁହଁ ଖୋଲି […]

bjd pressmeet

bjd pressmeet

Niharika Rout
  • Published: Saturday, 30 October 2021
  • Updated: 30 October 2021, 02:46 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):  ମମିତା ହତ୍ୟା ମାମଲାକୁ ନେଇ ରାଜନୀତି ସରଗରମ ହେବାରେ ଲାଗିଛି। ଏହି ଘଟଣାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ। ଏଥିରେ ମନ୍ତ୍ରୀଙ୍କ ସମ୍ପୃକ୍ତି ଅଭିଯୋଗ ଆସୁଥିବାରୁ ମନ୍ତ୍ରୀ ଇସ୍ତଫା ଦେଇ ତଦନ୍ତର ସାମ୍ନା କରନ୍ତୁ ବୋଲି ଉଭୟ ବିଜେପି ଓ କଂଗ୍ରେସ ପକ୍ଷରୁ କୁହାଯାଇଛି।

ଅପରପକ୍ଷେ, ଘଟଣା ଘଟିବା ପରଠୁ ନୀରବତା ଅବଲମ୍ବନ କରି ଆସିଥିବା ଗୃହ ରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଗତକାଲି ମୁହଁ ଖୋଲି ନିଜ ପକ୍ଷ ରଖିଛନ୍ତି। ତାଙ୍କ ବିରୋଧରେ କୌଣସି ପ୍ରମାଣ ଥିଲେ ଥାନା ବା କୋର୍ଟ ଯିବାକୁ ସଫା ସଫା ମନ୍ତ୍ରୀ କହିଦେଇଥିବା ବେଳେ ଏନେଇ ଆଜି ଏକ ପ୍ରେସ୍‌ମିଟ୍‌ କରିଛି ବିଜେଡି।

ଏଥିରେ ବିଧାୟକ ପ୍ରତାପ ଦେବ କହିଛନ୍ତି, ଯଦି ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ସମ୍ପୃକ୍ତି ନେଇ ପ୍ରକୃତରେ କିଛି ତଥ୍ୟ ବିରୋଧୀଙ୍କ ନିକଟରେ ଅଛି କୋର୍ଟ ଓ ପୁଲିସରେ ଦିଅନ୍ତୁ। ଅଯଥାରେ ସେମାନେ ଘଟଣାର ରାଜନୀତିକରଣ କରୁଛନ୍ତି। ବିରୋଧୀ ଆମକୁ ନୈତିକତା ପଢ଼ାନ୍ତୁନି, ସିବିଆଇ କଥା ନ କହିଲେ ଭଲ।

ସେ କହିଛନ୍ତି, ନବୀନ ପଟ୍ଟନାୟକ କାହାର ନୁହନ୍ତି ବୋଲି ହଜାରେ ଥର ପ୍ରମାଣ ଦେଇଛନ୍ତି। ଯେତେବେଳେ କାହା ଉପରେ ଆରୋପ ଆସେ, ସେ କନଭିନ୍ସ ହୁଅନ୍ତି, ତୁରନ୍ତ ତାଙ୍କୁ ଡ୍ରପ୍ କରନ୍ତି। ଓଡ଼ିଶାରେ ସମସ୍ତେ ଜାଣନ୍ତି ନବୀନ ପଟ୍ଟନାୟକ କ'ଣ। ମୁଖ୍ୟମନ୍ତ୍ରୀ ଏହି ଘଟଣା ବିଷୟରେ କ୍ୟାଟାଗୋରିକାଲି ଭେରି କ୍ଲିୟର। ୨୦ ବର୍ଷରେ ନବୀନଙ୍କୁ କେତେ ପରୀକ୍ଷା କରିଛନ୍ତି, ଆଉ ଥରେ ପରୀକ୍ଷା ହେବ। ବ୍ୟସ୍ତ ହୁଅନ୍ତୁନି ବୋଲି କହିଲେ ପ୍ରତାପ ଦେବ।

ପ୍ରେସ ବିବୃତ୍ତି ଜରିଆରେ ପ୍ରତିକ୍ରିୟା ରଖିଥିଲେ ଦିବ୍ୟଶଙ୍କର 

ସନ୍‌ସାଇନ୍‌ ସ୍କୁଲ ଶିକ୍ଷୟିତ୍ରୀ ମମିତା ହତ୍ୟା ମାମଲାରେ ପ୍ରଥମ ଥର ପାଇଁ ଗତକାଲି ମୁହଁ ଖୋଲିଥିଲେ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟଶଙ୍କର ମିଶ୍ର। ଏକ ପ୍ରେସ୍‌ ବିବୃତ୍ତି ଜରିଆରେ ସେ କହିଥିଲେ ମମିତାଙ୍କ ଦୁର୍ଭାଗ୍ୟଜନକ ମୃତ୍ୟୁ ପାଇଁ ସେ ଗଭୀର ମର୍ମାହତ। ମମିତାଙ୍କ ପରିବାର ପ୍ରତି ମୋର ଗଭୀର ସମବେଦନା ରହିଛି। ଆଇନ ଅନୁଯାୟୀ ଦୋଷୀଙ୍କୁ କଠୋର ଦଣ୍ଡ ଦିଆଯିବା ଆବଶ୍ୟକ। ମିଥ୍ୟା ଆଧାରରେ କେତେକ ଗଣମାଧ୍ୟମ ଚରିତ୍ର ସଂହାର କରିଥିବା ଲେଖିଛନ୍ତି ଦିବ୍ୟଶଙ୍କର। ଏହାକୁ ନେଇ ତାଙ୍କ ପରିବାର ମାନହାନି ମକଦ୍ଦମା କରିଛନ୍ତି। ଓଟିଭି, ଓଡ଼ିଶା ରିପୋର୍ଟର ଓ ଅନ୍ୟ ଏକ ଗଣମାଧ୍ୟମ ନାଁରେ ମାମଲା ରୁଜୁ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story