ଅର୍ଥନୀତିକ ସର୍ଭେ ରିପୋର୍ଟ: ପ୍ରାଥମିକ ଶିକ୍ଷାରେ ଡ୍ରପଆଉଟ୍ ସ୍ଥିତି ଉଦବେଗଜନକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରାଥମିକ ଶିକ୍ଷା ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ବିଭିନ୍ନ ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ମଧ୍ୟ ପିଲାମାନଙ୍କ ମଧ୍ୟରେ ଶିକ୍ଷାପ୍ରତି ଆଗ୍ରହ କମିବାରେ ଲାଗିଛି। ରାଜ୍ୟରେ ଡ୍ରପଆଉଟ୍ ସମସ୍ୟା ଉଦବେଗଜନକ ଭାବେ ବଢ଼ିବାରେ ଲାଗିଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଉପସ୍ଥାପିତ ଅର୍ଥନୀତିକ ସର୍ଭେ ରିପୋର୍ଟ ୨୦୧୮-୧୯ରେ ଏହି ତଥ୍ୟ ପଦାକୁ ଆସିଛି ।ଏହି ଡ୍ରପଆଉଟକୁ ହ୍ରାସ କରିବା ପାଇଁ ମଧ୍ୟ ସରକାରୀସ୍ତରରେ ସେଭଳି ଆଖିଦୃଶିଆ ପଦକ୍ଷେପ ମଧ୍ୟ ନିଆଯାଇନଥିବା […]

drop-out-rate-in-primary-education-on-the-rise-says-odisha-economic-survey-report

drop-out-rate-in-primary-education-on-the-rise-says-odisha-economic-survey-report

Manoranjan Sial
  • Published: Friday, 28 June 2019
  • Updated: 28 June 2019, 10:51 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରାଥମିକ ଶିକ୍ଷା ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ବିଭିନ୍ନ ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ମଧ୍ୟ ପିଲାମାନଙ୍କ ମଧ୍ୟରେ ଶିକ୍ଷାପ୍ରତି ଆଗ୍ରହ କମିବାରେ ଲାଗିଛି। ରାଜ୍ୟରେ ଡ୍ରପଆଉଟ୍ ସମସ୍ୟା ଉଦବେଗଜନକ ଭାବେ ବଢ଼ିବାରେ ଲାଗିଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଉପସ୍ଥାପିତ ଅର୍ଥନୀତିକ ସର୍ଭେ ରିପୋର୍ଟ ୨୦୧୮-୧୯ରେ ଏହି ତଥ୍ୟ ପଦାକୁ ଆସିଛି ।ଏହି ଡ୍ରପଆଉଟକୁ ହ୍ରାସ କରିବା ପାଇଁ ମଧ୍ୟ ସରକାରୀସ୍ତରରେ ସେଭଳି ଆଖିଦୃଶିଆ ପଦକ୍ଷେପ ମଧ୍ୟ ନିଆଯାଇନଥିବା ଜଣାପଡ଼ିଛି।

ଅର୍ଥନୀତିକ ସର୍ଭେ ରିପୋର୍ଟ ଅନୁସାରେ ରାଜ୍ୟରେ ୨୦୧୫-୧୬ ଆର୍ଥିକ ବର୍ଷ ପରଠୁ ଡ୍ରପଆଉଟ୍ ସମସ୍ୟା କ୍ରମାଗତ ଭାବେ ବଢ଼ିବାରେ ଲାଗିଛି। ବିଶେଷକରି ଅନୁସୂଚିତ ଜାତି ଓ ଜନଜାତି ବର୍ଗର ପିଲାମାନଙ୍କ ମଧ୍ୟରେ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍କୁଲଗୁଡ଼ିକରେ ଡ୍ରପଆଉଟ୍ ସଂଖ୍ୟା ବଢ଼ିବାରେ ଲାଗିଛି। ପ୍ରାଥମିକ ସ୍କୁଲରେ ୨୦୧୫-୧୬ରେ ଡ୍ରପଆଉଟ୍ ହାର ମୋଟ ୨.୮୨ ପ୍ରତିଶତ ଥିବାବେଳେ ୨୦୧୬-୧୭ରେ ଏହା ୪.୨୦ ପ୍ରତିଶତ ଓ ୨୦୧୭-୧୮ରେ ୫.୮୧ ପ୍ରତିଶତକୁ ବୃଦ୍ଧି ପାଇଛି। ୨୦୧୭-୧୮ ମସିହାରେ ପୁଅଙ୍କ ଡ୍ରପଆଉଟ୍ ହାର ୫.୯୯ ପ୍ରତିଶତ ଥିବାବେଳେ ଝିଅଙ୍କର ୫.୬୧ ପ୍ରତିଶତ ରହିଥିଲା। ସେହିପରି ୨୦୧୭-୧୮ ଆର୍ଥିକ ବର୍ଷରେ ଅନୁସୂଚିତ ଜାତି ବର୍ଗର ପିଲାଙ୍କ ମଧ୍ୟରେ ଡ୍ରପଆଉଟ୍ ହାର କ୍ରମାଗତ ବୃଦ୍ଧି ପାଇ ୩.୭୫ %ରେ ପହଞ୍ଚିଛି। ପୁଅଙ୍କ ଡ୍ରପଆଉଟ ହାର ୩.୮୧ % ଥିବାବେଳେ ଝିଅଙ୍କ ୩.୬୯ ପ୍ରତିଶତ ରହିଛି। ସେହିପରି ଅନୁସୂଚିତ ଜନଜାତି ବର୍ଗର ପିଲାଙ୍କ ମଧ୍ୟରେ ମୋଟ ଡ୍ରପଆଉଟ୍ ହାର କ୍ରମାଗତ ବୃଦ୍ଧି ପାଇ ୨୦୧୭-୧୮ରେ ୯.୩୫ %ରେ ପହଞ୍ଚିଛି। ଝିଅଙ୍କ ମଧ୍ୟରେ ଡ୍ରପଆଉଟ୍ ହାର ୯.୩୬% ଓ ପୁଅଙ୍କର ୯.୩୪% ରହିଛି।

ସେହିପରି ଉଚ୍ଚପ୍ରାଥମିକ ସ୍କୁଲଗୁଡ଼ିକରେ ମୋଟ୍ ଡ୍ରପଆଉଟ୍ ହାର କ୍ରମାଗତ ବୃଦ୍ଧି ପାଇ ୨୦୧୭-୧୮ ମସିହାରେ ୫.୪୫ ପ୍ରତିଶତ ରହିଛି। ଏହା ୨୦୧୬-୧୭ରେ ୫.୧୫ ପ୍ରତିଶତ ଓ ୨୦୧୫-୧୬ରେ ୩.୮୭ ପ୍ରତିଶତ ଥିଲା। ସେହିପରି ଅନୁସୂଚିତ ଜାତି ବର୍ଗର ପିଲାଙ୍କ ଡ୍ରପଆଉଟ୍ ହାର ୨୦୧୭-୧୮ରେ ୩.୮୨ ପ୍ରତିଶତ ଥିବାବେଳେ ପୁଅଙ୍କ ମଧ୍ୟରେ ୪.୦୪% ଓ ଝିଅଙ୍କର ୩.୫୯ ପ୍ରତିଶତ ଥିଲା। ସେହିପରି ଅନୁସୂଚିତ ଜନଜାତି ବର୍ଗର ପିଲାଙ୍କ ମଧ୍ୟରେ ଡ୍ରପଆଉଟ୍ କ୍ରମାଗତ ବୃଦ୍ଧି ପାଇ ୨୦୧୭-୧୮ରେ ୧୦.୨୨% ହୋଇଥିବାବେଳେ ଏଥିରେ ପୁଅଙ୍କର ୧୧.୨୩ ଓ ଝିଅଙ୍କର ୯.୧୨ ପ୍ରତିଶତ ରହିଛି। ୨୦୧୫-୧୬ ଓ ୨୦୧୬-୧୭ ଅନୁସୂଚିତ ଜନଜାତି ବର୍ଗର ପୁଅମାନଙ୍କ ଡ୍ରପଆଉଟ୍ ହାର ୯.୩୮ % ଓ ୯.୮୮ ପ୍ରତିଶତ ଥିବାବେଳେ ଝିଅମାନଙ୍କର ଡ୍ରପଆଉଟ୍ ହାର ଯଥାକ୍ରମେ ୮.୨୭ ପ୍ରତିଶତ ଓ ୯.୧୧ ପ୍ରତିଶତ ରହିଥିବା ଅର୍ଥନୀତିକ ସର୍ଭେ ରିପୋର୍ଟରୁ ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos