ରେଳ ଧାରଣାରୁ ଡିଏସ୍‌ପି ପତ୍ନୀଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର

ବ୍ରହ୍ମପୁର(ଜଗନ୍ନାଥ ସାହୁ): ଗତକାଲି ମନ୍ଦିରକୁ ଯାଇ ଘରକୁ ଫେରିନଥିଲେ ଅନୀଲ କୁମାର ପ୍ରଧାନଙ୍କ ପତ୍ନୀ ସୁଷମା ପ୍ରଧାନ। ପରିବାର ଲୋକେ ଚାରିଆଡେ ଖୋଜିନଥିଲେ ମଧ୍ୟ ପାଇନଥିଲେ। ତେବେ ବିଳମ୍ୱିତରେ ରାତିରେ ସୁଷମାଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଟ୍ରେନ୍‌ ଲାଇନରୁ ଉଦ୍ଧାର ହୋଇଥିଲା। ହେଲେ ମୃତ୍ୟୁର କାରଣ ଜଣାପଡ଼ି ନାହିଁ। ଗଜପତି ଜିଲ୍ଲାରେ ଡିଏସ୍‌ପି ଭାବେ କାର୍ଯ୍ୟରତ ଅଛନ୍ତି ଅନୀଲ କୁମାର ପ୍ରଧାନ। କିନ୍ତୁ ତାଙ୍କ ପରିବାର ସହ ବୈଦ୍ୟନାଥପୁର ଥାନା ଖଡ଼ାସିଂରେ ରହୁଥିଲେ। ଗତକାଲି ଅନୀଲ ଅଫିସ ଗଲା […]

dsp-wife-death-body-found-in-rail-track

dsp-wife-death-body-found-in-rail-track

Manoranjan Sial
  • Published: Thursday, 04 June 2020
  • Updated: 04 June 2020, 03:34 PM IST

Sports

Latest News

ବ୍ରହ୍ମପୁର(ଜଗନ୍ନାଥ ସାହୁ): ଗତକାଲି ମନ୍ଦିରକୁ ଯାଇ ଘରକୁ ଫେରିନଥିଲେ ଅନୀଲ କୁମାର ପ୍ରଧାନଙ୍କ ପତ୍ନୀ ସୁଷମା ପ୍ରଧାନ। ପରିବାର ଲୋକେ ଚାରିଆଡେ ଖୋଜିନଥିଲେ ମଧ୍ୟ ପାଇନଥିଲେ। ତେବେ ବିଳମ୍ୱିତରେ ରାତିରେ ସୁଷମାଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଟ୍ରେନ୍‌ ଲାଇନରୁ ଉଦ୍ଧାର ହୋଇଥିଲା। ହେଲେ ମୃତ୍ୟୁର କାରଣ ଜଣାପଡ଼ି ନାହିଁ।

ଗଜପତି ଜିଲ୍ଲାରେ ଡିଏସ୍‌ପି ଭାବେ କାର୍ଯ୍ୟରତ ଅଛନ୍ତି ଅନୀଲ କୁମାର ପ୍ରଧାନ। କିନ୍ତୁ ତାଙ୍କ ପରିବାର ସହ ବୈଦ୍ୟନାଥପୁର ଥାନା ଖଡ଼ାସିଂରେ ରହୁଥିଲେ। ଗତକାଲି ଅନୀଲ ଅଫିସ ଗଲା ପରେ ଘରେ ତାଙ୍କ ପତ୍ନୀ ସୁଷମା ଓ ପୁଅ ଥିଲେ। ସଞ୍ଜ ବେଳେ ଅନୀଲଙ୍କ ପୁଅ ମାର୍କେଟିଂ କରିବାକୁ ଯାଇଥିଲେ। ଆଉ ସୁଷମା ମନ୍ଦିର ଯାଇଥିଲେ। ହେଲେ ଘରକୁ ଫେରିନଥିଲେ। ମାଆ ଘରକୁ ଫେରୁନଥିବା ଦେଖି ପୁଅ ଓ ପରିବାରର ଅନ୍ୟ ସଦସ୍ୟମାନେ ଚାରିଆଡ଼େ ଖୋଜି ଥିଲେ। ମାତ୍ର ତାଙ୍କର ପତ୍ତା ପାଇନଥିଲେ।

ଗତକାଲି ରାତି ପ୍ରାୟ ୧୧ଟା ବେଳେ ଗୋପାଳପୁର ଓଭରବ୍ରିଜ୍ ରେଳ ଧାରଣାରୁ ଜଣେ ମହିଳାଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର ହୋଇଛି। ଏହାପରେ ଅନୀଲଙ୍କ ପରିବାର ଲୋକ ମୃତଦେହକୁ ଚିହ୍ନଟ କରିଥିଲେ। ତେବେ କେଉଁ ପରିସ୍ଥିତିରେ ସୁଷମାଙ୍କର ମୃତ୍ୟୁ ହେଲା କିଛି ସ୍ପଷ୍ଟ ଜଣାପଡ଼ିନି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos