ଭଦ୍ରକ(ଓଡ଼ିଶା ରିପୋର୍ଟର): ପୁଲିସ ଦେଖାଇଲା ମାନବିକତା। ଅନ୍ଧାର ରାତିରେ ଅସହାୟ ବୃଦ୍ଧଙ୍କୁ ଜାତୀୟ ରାଜପଥ ପାର କରାଇଲେ ଭଦ୍ରକ ଜଣେ ପୁଲିସ କର୍ମଚାରୀ । ଗତକାଲି ରାଜ୍ୟପାଳ ପ୍ରଫେସର ଗଣେଶଲାଲଜୀଙ୍କର ବାଲେଶ୍ୱର ଗସ୍ତ ଥିଲା। ଏହି ସମୟରେ ସେ ଭଦ୍ରକରେ ସ୍ୱଳ୍ପ ସମୟ ପାଇଁ ରହିଥିଲେ। ଏଥିପାଇଁ ଭଦ୍ରକ ନୂଆ ବସଷ୍ଟାଣ୍ଡ ନିକଟରେ ଦାୟିତ୍ୱରେ ଥିଲେ ଟାଉନ ଥାନା ଏଏସଆଇ ଶରତ ବେହେରା । ରାଜ୍ୟପାଳଙ୍କ ଗସ୍ତ ସମୟରେ ନୂଆ ବସଷ୍ଟାଣ୍ଡ ନିକଟରେ ସେ ଟ୍ରାଫିକ ନିୟନ୍ତ୍ରଣ ଡ୍ୟୁଟି କରୁଥିଲେ।
ଏହି ସମୟରେ ଜଣେ ବୃଦ୍ଧ ପୁଲିସକୁ ଦେଖି ଡରିଯିବା ସହ ଜାତୀୟ ରାଜପଥ ଅତିକ୍ରମ କରି ପାରୁନଥିଲେ। ବୃଦ୍ଧ ଜଣଙ୍କୁ ବି ଆଖିକୁ ସ୍ପଷ୍ଟ ଦେଖା ଯାଉ ନଥିଲା। ଦୁଇ ପାର୍ଶ୍ୱରେ ଗାଡି ଆସୁଥିବାରୁ ଅସହାୟ ବୃଦ୍ଧ ରାସ୍ତା ଅତିକ୍ରମ କରିବା ଏକ ପ୍ରକାର ମୁସ୍କିଲ ହୋଇପଡ଼ିଥିଲା। ଅସହାୟ ବୃଦ୍ଧଙ୍କୁ ଦେଖି ମାନବିକତାର ପରିଚୟ ଦେଇ ହାତ ବଢାଇଥିଲେ ପୁଲିସ କର୍ମଚାରୀ ଶରତ।
ଅନ୍ଧାର ଭିତରେ ବାଟ ଖୋଜୁଥିବା ସେହି ଅସହାୟ ବୃଙ୍କ ହାତ ଧରି ପାରି କରିଦେଇଥିଲେ ଶରତ। ପୁଲିସ ଭାଇଙ୍କ ଏଭଳି କାର୍ଯ୍ୟକୁ ସମସ୍ତେ ପ୍ରଶଂସା କରିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଭିନ୍ନକ୍ଷମଙ୍କ ପାଇଁ ସ୍ମାର୍ଟ ଉପକରଣ କ୍ରୟ: ଜିଲ୍ଲାପାଳଙ୍କୁ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ଅନୁମତି
ଏବେ ପ୍ରଚଳିତ ନିୟମ ଅନୁସାରେ, ଭିନ୍ନକ୍ଷମ ବ୍ୟକ୍ତିଙ୍କ ପାଇଁ ସ୍ମାର୍ଟ ଉପକରଣ କ୍ରୟ ନିମନ୍ତେ ଜିଲ୍ଲାଗୁଡ଼ିକୁ ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ଅନୁମୋଦନ ନେବାକୁ ପଡ଼ିଥାଏ ।
Education
OSSTET-୨୦୨୪ ପାଇଁ ବିଏସ୍ଇ ୱେବସାଇଟ୍ରେ ଉପଲବ୍ଧ ହେଲା ଆଡ୍ମିଟ୍ କାର୍ଡ
ମୋଟ ୫୦,୫୮୭ ଜଣ ଏହି ପରୀକ୍ଷା ଦେବେ। ସେମାନଙ୍କ ମଧ୍ୟରୁ ୪୭,୨୦୬ ଜଣ ପ୍ରଥମ ପେପର ଓ ୩୩୮୧ ଜଣ ଦ୍ୱିତୀୟ ପେପର ପରୀକ୍ଷା ଦେବେ।
Miscellaneous
ସଶକ୍ତ ହେବେ ଗ୍ରାମୀଣ କାରିଗର: ୟଙ୍ଗ ଇଣ୍ଡିଆନସ୍ ଭୁବନେଶ୍ୱର
ପ୍ରତ୍ୟେକ ପ୍ରତିଭାବାନ ବ୍ୟକ୍ତିବିଶେଷଙ୍କୁ ସେମାନଙ୍କର ଦକ୍ଷତା ପ୍ରଦର୍ଶନ ଏବଂ ଜୀବିକା ନିର୍ବାହ ପାଇଁ ଏହି ସୁଯୋଗ ଏକ ପ୍ଲାଟଫର୍ମ ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛି।
Crime
୩ ପ୍ରେମିକ ଭଲ ପାଉଥିଲେ; ବାହା ହେବା ପାଇଁ ମନା କରିବାରୁ ମାରି ଝୁଲାଇ ଦେଲେ!
ଜେମାଙ୍କଠାରୁ ପ୍ରତ୍ୟାଖିତ ହେବା ପରେ ଏକ ତରଫା ପ୍ରେମିକମାନେ ଚିନ୍ତାରେ ପଡ଼ିଯାଇଥିଲେ। ପ୍ରତିଶୋଧ ପରାୟଣା ହୋପଡ଼ିଥିଲେ। ଜେମାଙ୍କୁ ରାସ୍ତାରୁ ହଟାଇବା ପାଇଁ ଯୋଜନା କରିଥିଲେ। ଆଜି ଅପରାହ୍ନରେ ଜେମାଙ୍କୁ ହତ୍ୟା କରି ଗାଁ ମୁଣ୍ଡ ଗଛରେ ଥିବା ଏକ ଗଛରେ ଝୁଲାଇ ଦେଲେ।