ଡିସେମ୍ୱରରେ ପହଞ୍ଚିବ ଇଜିପ୍ଟ ପିଆଜ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଇଜିପ୍‌ଟିରୁ ଭାରତ ଆସିବ ପିଆଜ। ଡିସେମ୍ୱର ପ୍ରଥମ ସପ୍ତାହରେ ଭାରତରେ ପହଞ୍ଚିବ ୬୦୯୦ ମେଟ୍ରିକ୍‌ ଟନ୍‌ ପିଆଜ। ଏହି ପିଆଜକୁ ସବୁ ରାଜ୍ୟକୁ ଯୋଗାଇ ଦିଆଯିବ। କେନ୍ଦ୍ର ଉପଭୋକ୍ତା ବ୍ୟାପାର ସଚିବ ଅବିନାଶ କେ. ଶ୍ରୀବାସ୍ତବ ଭିଡିଓ କନଫରେନ୍ସିଂ ଜରିଆରେ ବିଭିନ୍ନ ରାଜ୍ୟ ସରକାରଙ୍କ ସହ ଆଲୋଚନା କରି ସେମାନଙ୍କ ରାଜ୍ୟରେ ପିଆଜର ଚାହିଦା ସମ୍ପର୍କରେ ଅନୁଧ୍ୟାନ କରି ଏହା କହିଛନ୍ତି। ଏମ୍‌ଏମ୍‌ଟିସି ପକ୍ଷରୁ ଅର୍ଡର ଦିଆଯାଇଥିବା ୬୦୯୦ ମେଟ୍ରକଟନ୍‌ ପିଆଜ ଖୁବ୍‌ଶୀଘ୍ର […]

onion

onion

Manoranjan Sial
  • Published: Monday, 25 November 2019
  • Updated: 25 November 2019, 09:41 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଇଜିପ୍‌ଟିରୁ ଭାରତ ଆସିବ ପିଆଜ। ଡିସେମ୍ୱର ପ୍ରଥମ ସପ୍ତାହରେ ଭାରତରେ ପହଞ୍ଚିବ ୬୦୯୦ ମେଟ୍ରିକ୍‌ ଟନ୍‌ ପିଆଜ। ଏହି ପିଆଜକୁ ସବୁ ରାଜ୍ୟକୁ ଯୋଗାଇ ଦିଆଯିବ। କେନ୍ଦ୍ର ଉପଭୋକ୍ତା ବ୍ୟାପାର ସଚିବ ଅବିନାଶ କେ. ଶ୍ରୀବାସ୍ତବ ଭିଡିଓ କନଫରେନ୍ସିଂ ଜରିଆରେ ବିଭିନ୍ନ ରାଜ୍ୟ ସରକାରଙ୍କ ସହ ଆଲୋଚନା କରି ସେମାନଙ୍କ ରାଜ୍ୟରେ ପିଆଜର ଚାହିଦା ସମ୍ପର୍କରେ ଅନୁଧ୍ୟାନ କରି ଏହା କହିଛନ୍ତି।

ଏମ୍‌ଏମ୍‌ଟିସି ପକ୍ଷରୁ ଅର୍ଡର ଦିଆଯାଇଥିବା ୬୦୯୦ ମେଟ୍ରକଟନ୍‌ ପିଆଜ ଖୁବ୍‌ଶୀଘ୍ର ଇଜିପ୍ଟରୁ ଆସି ମୁମ୍ୱାଇର ଜବାହରଲାଲ ନେହରୁ ବନ୍ଦରରେ ପହଞ୍ଚିବ। ଡିସେମ୍ୱର ପ୍ରଥମ ସପ୍ତାହ ସୁଦ୍ଧା ଆସି ପହଞ୍ଚିବ ବୋଲି ଆଶା କରାଯାଉଛି। ଏହାଛଡ଼ା ପିଆଜ ପୂର୍ବ-ମୁମ୍ୱାଇ ଦର ଅନୁସାରେ କିଲୋପ୍ରତି ୫୨ରୁ ୫୫ ଟଙ୍କା ଦରରେ ରପ୍ତାନି ଷ୍ଟକରୁ ସଂଗ୍ରହ କରି ବିକ୍ରି କରିବା ଲାଗି ରାଜ୍ୟଗୁଡ଼ିକୁ ଯୋଗାଇ ଦିଆଯାଉଛି। ସେହିପରି ପୂର୍ବ ଦିଲ୍ଲୀ ଦର କିଲୋପ୍ରତି ୬୦ ଟଙ୍କାରେ ପିଆଜ ଉପଲବ୍ଧ କରାଯାଉଛି। ରାଜ୍ୟ ସରକାରମାନେ ସେମାନଙ୍କ ସ୍ଥାନୀୟ ଷ୍ଟକରୁ ପିଆଜ ନେଇପାରିବେ। ସେମାନଙ୍କୁ ମଧ୍ୟ ନାଫେଡ ଜରିଆରେ ପରିବହନ ସୁବିଧାର ବିକଳ୍ପ ଦିଆଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos