ଏବର୍ଷ ବଢ଼ିବନି ବିଜୁଳି ଶୁଳ୍କ, ରିହାତି ଘୋଷଣା କଲେ ଓଇଆରସି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା କଟକଣା ସମୟରେ ବିଦ୍ୟୁତ ଶୁଳ୍କ ବୃଦ୍ଧିକୁ ନେଇ ରାଜ୍ୟବ୍ୟାପୀ ତୀବ୍ର ପ୍ରତିକ୍ରିୟାକୁ ଦୃଷ୍ଟିରେ ରଖି ଆସନ୍ତା ୨୦୨୨-୨୩ ଆର୍ଥିକ ବର୍ଷ ନିମନ୍ତେ ବିଦ୍ୟୁତ ଶୁଳ୍କକୁ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ(ଓଇଆରସି) ଅପରିବର୍ତ୍ତିତ ରଖିଛନ୍ତି । ୨୦୨୧-୨୨ ଆର୍ଥିକ ବର୍ଷରେ ପ୍ରଚଳିତ ବିଦ୍ୟୁତ ଶୁଳ୍କ ବଳବତ୍ତର ରହିବ ବୋଲି ଓଇଆରସି ଆଜି ସୂଚନା ଦେବା ସହ ଉପଭୋକ୍ତାଙ୍କ ନିମନ୍ତେ କେତେକ ରିହାତି ମଧ୍ୟ ଘୋଷଣା କରିଛନ୍ତି । ରାଜ୍ୟରେ ବିଦ୍ୟୁତ ଚାଳିତ ବାହନର ଚଳପ୍ରଚଳକୁ […]

ele

ele

Ordigital Desk
  • Published: Thursday, 24 March 2022
  • Updated: 24 March 2022, 07:15 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା କଟକଣା ସମୟରେ ବିଦ୍ୟୁତ ଶୁଳ୍କ ବୃଦ୍ଧିକୁ ନେଇ ରାଜ୍ୟବ୍ୟାପୀ ତୀବ୍ର ପ୍ରତିକ୍ରିୟାକୁ ଦୃଷ୍ଟିରେ ରଖି ଆସନ୍ତା ୨୦୨୨-୨୩ ଆର୍ଥିକ ବର୍ଷ ନିମନ୍ତେ ବିଦ୍ୟୁତ ଶୁଳ୍କକୁ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ(ଓଇଆରସି) ଅପରିବର୍ତ୍ତିତ ରଖିଛନ୍ତି । ୨୦୨୧-୨୨ ଆର୍ଥିକ ବର୍ଷରେ ପ୍ରଚଳିତ ବିଦ୍ୟୁତ ଶୁଳ୍କ ବଳବତ୍ତର ରହିବ ବୋଲି ଓଇଆରସି ଆଜି ସୂଚନା ଦେବା ସହ ଉପଭୋକ୍ତାଙ୍କ ନିମନ୍ତେ କେତେକ ରିହାତି ମଧ୍ୟ ଘୋଷଣା କରିଛନ୍ତି । ରାଜ୍ୟରେ ବିଦ୍ୟୁତ ଚାଳିତ ବାହନର ଚଳପ୍ରଚଳକୁ ପ୍ରୋତ୍ସାହିତ କରିବା ପାଇଁ ଚାର୍ଜିଂ ସେଣ୍ଟରଗୁଡ଼ିକ ନିମନ୍ତେ ଓଇଆରସି ୟୁନିଟ୍ ପିଛା ୫ଟଙ୍କା ୫୦ ପଇସା ନିର୍ଦ୍ଧାରଣ କରିଛନ୍ତି ।

ଓଇଆରସିଙ୍କ ଦ୍ୱାରା ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ୨୦୨୨-୨୩ ଆର୍ଥିକ ବର୍ଷ ନିମନ୍ତେ ବିଦ୍ୟୁତ ଶୁଳ୍କ ଅପରିବର୍ତ୍ତିତ ରହିବ ବୋଲି ଘୋଷଣା କରାଯାଇଛି । ତେବେ ବିଭିନ୍ନ ବର୍ଗର ବିଦ୍ୟୁତ ଉପଭୋକ୍ତାଙ୍କୁ ପାଇଁ ଓଇଆରସି କେତେକ ରିହାତି ଘୋଷଣା କରିଛନ୍ତି । ଗ୍ରାମାଂଚଳର ଘରୋଇ ଉପଭୋକ୍ତାମାନେ ଯଦି ସଠିକ୍ ମିଟର ଲଗାଇଥିବେ ଓ ଠିକ୍ ସମୟରେ ବିଲ୍ ପୈଠ କରୁଥିବେ ତାଙ୍କୁ ୟୁନିଟ୍ ପିଛା ଅତିରିକ୍ତ ୧୦ପଇସା ରିହାତି ମିଳିବ । ସେ ଅନ୍ୟ ରିହାତି ପାଇବାକୁ ମଧ୍ୟ ହକଦାର ହେବେ । ସେହିପରି ଜଳସେଚନ ପାଇଁ ମେଗା ଲିଫ୍ଟ ଉପଭୋକ୍ତାମାନେ ବିଦ୍ୟୁତ ଶୁଳ୍କ ଉପରେ ୟୁନିଟ୍ ପିଛା ୨ଟଙ୍କାର ରିହାତି ପାଇବେ ଓ ସେମାନଙ୍କୁ କୌଣସି ଡିମାଣ୍ଡ ଚାର୍ଜ ଦେବାକୁ ପଡ଼ିବ ନାହିଁ ।

ଡିଜିଟାଲ ମୋଡରେ ବିଲ୍ ପୈଠ କରୁଥିବା ସମସ୍ତ ଘରୋଇ ଉପଭୋକ୍ତା ଓ ସିଙ୍ଗଲ ଫେଜ୍ ଉପଭୋକ୍ତାଙ୍କୁ ମୋଟ୍ ବିଲ୍ ଉପରେ ଅତିରିକ୍ତ ୩% ରିହାତି ମିଳିବ । ଏହି ରିହାତି ମଧ୍ୟ ଚଳିତମାସର ବିଲ୍ ପାଇଁ ପ୍ରଯୁଜ୍ୟ ହେବ । ସେହିପରି ଏଲଟି ଇଣ୍ଡଷ୍ଟ୍ରିଆଲ ଉପଭୋକ୍ତାମାନେ ମଧ୍ୟ ୟୁନିଟ୍ ପିଛା ୧୦ ପଇସା ରିହାତି ପାଇବେ । ଯଦି ସେମାନେ ମାସକୁ ୬୦%ରୁ ଅଧିକ ଲୋଡ୍ ଉପଯୋଗ କରୁଥିବେ । କେବଳ ସେତିକି ନୁହେଁ ଯେଉଁ ଉପଭୋକ୍ତା ନିଜର ୧୦୦ ପ୍ରତିଶତ ବିଦ୍ୟୁତ ଚାହିଦାକୁ ଅକ୍ଷୟଶକ୍ତି ମାଧ୍ୟମରେ ପୂରଣ କରୁଥିବେ ତାଙ୍କୁ ବିଦ୍ୟୁତ ବଣ୍ଟନକାରୀ କମ୍ପାନୀଗୁଡ଼ିକ(ଡିସକମ) ଦ୍ୱାରା ଗ୍ରୀନ କଞ୍ଜୁମର ସାର୍ଟିଫିକେଟ୍ ମିଳିବ । ତେବେ ଏହି ସୁବିଧା କ୍ୟାପଟିଭ ଜେନେରେଟିଂ ପ୍ଲାଂଟ୍ (ସିଜିପି)ଗୁଡ଼ିକ ନିମନ୍ତେ ଲାଗୁ ହେବନି। ବିଦ୍ୟୁତ କମ୍ପାନୀଗୁଡ଼ିକ ପାଖରେ ୩୫୫ କୋଟି ଟଙ୍କାର ବଳକା ପାଣ୍ଠି ରହିଛି। ଯାହାର ଲାଭ ସେମାନେ ଉଠାଇ ପାରିବେ ବୋଲି ଓଇଆରସି କହିଛନ୍ତି।

ସୂଚନାଯୋଗ୍ୟ, ଶେଷଥର ପାଇଁ ୨୦୨୧ ଏପ୍ରିଲରେ ରାଜ୍ୟରେ ବିଦ୍ୟୁତ ଶୁଳ୍କ ବୃଦ୍ଧି ପାଇଥିଲା । ସେହି ସମୟରେ ବିଦ୍ୟୁତ ଶୁଳ୍କ ୟୁନିଟ୍ ପିଛା ୩୦ ପଇସା ବୃଦ୍ଧି ପାଇଥିଲା । ଏହି ବର୍ଦ୍ଧିତ ଦର ଅନୁସାରେ ଘରୋଇ ଉପଭୋକ୍ତାଙ୍କ ପାଇଁ ପ୍ରଥମ ୫୦ ୟୁନିଟ୍ ନିମନ୍ତେ ୩ଟଙ୍କା ଲେଖାଏଁ, ୫୦ରୁ ୨୦୦ ୟୁନିଟ୍ ପିଛା ୪ଟଙ୍କା ୮୦ ପଇସା ଲେଖାଏ ୨୦୦ରୁ ୪୦୦ ୟୁନିଟ୍ ପାଇଁ ୫.୮୦ଟଙ୍କା ଲେଖାଏ ଓ ୪୦୦ ୟୁନିଟରୁ ଅଧିକ ବିଦ୍ୟୁତ ପାଇଁ ୬.୨୦ଟଙ୍କା ଲେଖାଏ ବିଦ୍ୟୁତ ଶୁଳ୍କ ଏବେ ଉପଭୋକ୍ତାଙ୍କୁ ଦେବାକୁ ପଡ଼ୁଛି । ଏହି ବିଦ୍ୟୁତ ଶୁଳ୍କ ମଧ୍ୟ ୨୦୨୨-୨୩ ଆର୍ଥିକ ବର୍ଷ ନିମନ୍ତେ ବଳବତ୍ତର ରହିବ ବୋଲି ଓଇଆରସିଙ୍କ ପକ୍ଷରୁ କୁହାଯାଇଛି ।

ଗତବର୍ଷ ୬ମାସ ବ୍ୟବଧାନରେ ୨ଥର ବିଦ୍ୟୁତ ଶୁଳ୍କ ବୃଦ୍ଧିକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷକୁ ଦୃଷ୍ଟିରେ ରଖି ରାଜ୍ୟ ଶକ୍ତି ବିଭାଗ ପକ୍ଷରୁ ଓଇଆରସିଙ୍କ ପାଖରେ ବିଦ୍ୟୁତ ଶୁଳ୍କ ବୃଦ୍ଧି ନକରିବା ପାଇଁ ଆବେଦନ କରାଯାଇଥିଲା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story