ପୁଣି ମହଙ୍ଗା ହେଲା ହାତୀ ସହ ସେଲ୍‌ଫି, ଦାନ୍ତରେ ଭୁଷି ମାରିଦେଲା ଦନ୍ତା, ଦେଖନ୍ତୁ ଭିଡିଓ

<p>ଅନୁଗୁଳ: ପୁଣି ମହଙ୍ଗା ହେଲା ହାତୀ ସହ ଫେକ୍&zwnj;ଚାମୀ। &nbsp;ଜଙ୍ଗଲି ହାତୀ ସହ ସେଲ୍&zwnj;ଫି ନେବାର ବାହାଦୁରୀ ପାଇଁ ଆଜି ପୁଣି ଜଣଙ୍କ ଜୀବନ ଯାଇଛି । ଏଥର ଘଟଣା ଘଟିଛି ଅନୁଗୁଳ ଖମାର ରେଞ୍ଜ ଅନ୍ତର୍ଗତ ନୂଆପଡ଼ା ଗାଁରେ। ମାତ୍ର ୩ ମାସ ତଳେ ଏମିତି ଏକ ଲୋମଟାଙ୍କୁରା ଦୃଶ୍ୟ ଦେଖିବାକୁ ମିଳିଥିଲା। ଜଙ୍ଗଲୀ ହାତୀ ସହ ସେଲଫି ନେବାର ଭୟଙ୍କର ପରିଣତି ସ୍ୱରୁପ&nbsp; ଯୁବକଙ୍କୁ ଗୋଡ଼େଇ ଗୋଡ଼େଇ ଦଳି ଦେଇଥିଲା ହାତୀ। ହେଲେ ଏଥିରୁ କିନ୍ତୁ କିଛି ଶିଖିଲେନି। ସେଦିନ ରାଉରକେଲା ବନଖଣ୍ଡର ମାଣ୍ଡିଆକୁଦରେ ଘଟିଥିଲା ଘଟଣା। ଆଉ ଆଜି ଅନୁଗୁଳ ଖମାର ରେଞ୍ଜ ଅନ୍ତର୍ଗତ ନୂଆପଡ଼ା ଗାଁରେ ସମାନ ଘଟଣାର ପୁରରାବୃତ୍ତି ହୋଇଛି। କାଳ ହେଲା ହାତୀ ସହ ସେଲଫି ନେବାର ବାହାଦୁରୀ।</p> <p>ଗୋଠରୁ ଅଲଗା ହୋଇ ଗାଁକୁ ପଶି ଆସିଥିବା ଏକ ବଣୁଆ ହାତୀ ସହ ସେଲଫି ଉଠାଇବାର ପ୍ରୟାସରେ ପ୍ରାଣ ହରାଇଲେ ପାଖ ନିମିରିବେଢ଼ା ଗାଁର ଜୟ ନାୟକ। ପେଟରେ ଦାନ୍ତ ଭୁଷି ଜୀବନ ନେଲା ଦନ୍ତା। ପରିବାର ଲୋକଙ୍କ କାନ୍ଦ ବୋବାଳିରେ ଫାଟି ପଡୁଛି ପରିବେଶ। ଏହି ଘଟଣା ପରେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବି କରି ରାସ୍ତାରୋକ କରିଥିଲେ ସ୍ଥାନୀୟ ଲୋକେ। ଅନେକ ଅଞ୍ଚଳରେ ବେଳେ ବେଳେ ହାତୀଙ୍କୁ ଅଯଥା ଚିଡ଼ାଇବା ଲୋକଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହେଉଛି । ତେଣୁ ବିଶେଷଜ୍ଞଙ୍କ ମତରେ ହାତୀଙ୍କୁ ନ ଚିଡ଼ାଇ, ସେମାନଙ୍କ ପାଖରେ ଅଯଥା ଭିଡ଼ ନକରି ପ୍ରଶିକ୍ଷିତ ଘଉଡ଼ାଳି କିମ୍ବା ବନ ବିଭାଗର ସହାୟତା ନେବା ଉଚିତ୍।</p>

Ordigital Desk
  • Published: Monday, 11 December 2017
  • Updated: 11 December 2017, 09:21 PM IST

Sports

Latest News

<p>ଅନୁଗୁଳ: ପୁଣି ମହଙ୍ଗା ହେଲା ହାତୀ ସହ ଫେକ୍&zwnj;ଚାମୀ। &nbsp;ଜଙ୍ଗଲି ହାତୀ ସହ ସେଲ୍&zwnj;ଫି ନେବାର ବାହାଦୁରୀ ପାଇଁ ଆଜି ପୁଣି ଜଣଙ୍କ ଜୀବନ ଯାଇଛି । ଏଥର ଘଟଣା ଘଟିଛି ଅନୁଗୁଳ ଖମାର ରେଞ୍ଜ ଅନ୍ତର୍ଗତ ନୂଆପଡ଼ା ଗାଁରେ। ମାତ୍ର ୩ ମାସ ତଳେ ଏମିତି ଏକ ଲୋମଟାଙ୍କୁରା ଦୃଶ୍ୟ ଦେଖିବାକୁ ମିଳିଥିଲା। ଜଙ୍ଗଲୀ ହାତୀ ସହ ସେଲଫି ନେବାର ଭୟଙ୍କର ପରିଣତି ସ୍ୱରୁପ&nbsp; ଯୁବକଙ୍କୁ ଗୋଡ଼େଇ ଗୋଡ଼େଇ ଦଳି ଦେଇଥିଲା ହାତୀ। ହେଲେ ଏଥିରୁ କିନ୍ତୁ କିଛି ଶିଖିଲେନି। ସେଦିନ ରାଉରକେଲା ବନଖଣ୍ଡର ମାଣ୍ଡିଆକୁଦରେ ଘଟିଥିଲା ଘଟଣା। ଆଉ ଆଜି ଅନୁଗୁଳ ଖମାର ରେଞ୍ଜ ଅନ୍ତର୍ଗତ ନୂଆପଡ଼ା ଗାଁରେ ସମାନ ଘଟଣାର ପୁରରାବୃତ୍ତି ହୋଇଛି। କାଳ ହେଲା ହାତୀ ସହ ସେଲଫି ନେବାର ବାହାଦୁରୀ।</p><p>ଗୋଠରୁ ଅଲଗା ହୋଇ ଗାଁକୁ ପଶି ଆସିଥିବା ଏକ ବଣୁଆ ହାତୀ ସହ ସେଲଫି ଉଠାଇବାର ପ୍ରୟାସରେ ପ୍ରାଣ ହରାଇଲେ ପାଖ ନିମିରିବେଢ଼ା ଗାଁର ଜୟ ନାୟକ। ପେଟରେ ଦାନ୍ତ ଭୁଷି ଜୀବନ ନେଲା ଦନ୍ତା। ପରିବାର ଲୋକଙ୍କ କାନ୍ଦ ବୋବାଳିରେ ଫାଟି ପଡୁଛି ପରିବେଶ। ଏହି ଘଟଣା ପରେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବି କରି ରାସ୍ତାରୋକ କରିଥିଲେ ସ୍ଥାନୀୟ ଲୋକେ। ଅନେକ ଅଞ୍ଚଳରେ ବେଳେ ବେଳେ ହାତୀଙ୍କୁ ଅଯଥା ଚିଡ଼ାଇବା ଲୋକଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହେଉଛି । ତେଣୁ ବିଶେଷଜ୍ଞଙ୍କ ମତରେ ହାତୀଙ୍କୁ ନ ଚିଡ଼ାଇ, ସେମାନଙ୍କ ପାଖରେ ଅଯଥା ଭିଡ଼ ନକରି ପ୍ରଶିକ୍ଷିତ ଘଉଡ଼ାଳି କିମ୍ବା ବନ ବିଭାଗର ସହାୟତା ନେବା ଉଚିତ୍।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos