ମହୁଲ ଗୋଟାଉଥିଲେ, କଚାଡ଼ି ଦେଲା ହାତୀ

ଭବାନୀପାଟଣା(ରାଜକୁମାର ସିଂହଦେଓ):କଳାହାଣ୍ଡି ଜିଲ୍ଲା ଉତ୍ତର ବନଖଣ୍ଡ ଅନ୍ତର୍ଗତ ନର୍ଲା ରେଞ୍ଜର ତେରେଲୋ ଗାଁ ଜଙ୍ଗଲରେ ଜଣେ ମହିଳାଙ୍କୁ ହାତୀ କଚାଡ଼ି ଦେଇଛି। ଫଳରେ ଘଟଣାସ୍ଥଳରେ ହିଁ ଉକ୍ତ ମହିଳାଙ୍କ ମୃତ୍ୟୁ ହୋଇଛି। ମୃତା ମହିଳାଙ୍କ ନାଁ ସପୁରୀ ବାରିକ।

ଆଜି ସକାଳ ପ୍ରାୟ ୬ଟା ବେଳେ ସେ ଗାଁ ନିକଟରେ ଥିବା ଜଙ୍ଗଲକୁ ମହୁଲ ଗୋଟାଇବାକୁ ଯାଇଥିଲେ। ଏହି ସମୟରେ ଏକ ହାତୀ ଆସି ତାଙ୍କୁ ଶୁଣ୍ଢରେ ଟେକି କଚାଡ଼ି ଦେଇଥିଲା।  ଏହି ଘଟଣା ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

ପୂର୍ବରୁ ଏହି ଗାଁରେ  ହାତୀ ଆକ୍ରମଣରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।