ରାଜପଥରେ ବୁଲିଲା ଗଜରାଜ; ବସ୍‌ ଅଟକିଲା ୨ ଘଣ୍ଟା

ଭବାନୀପାଟଣା(ରାଜକୁମାର ସିଂଦେଓ): କଳାହାଣ୍ଡି ଜିଲ୍ଲା କରଳା ପାଟ ଅଭୟାରଣ୍ୟ ରାସ୍ତାରେ ଆଜି ଏକ ଗଜରାଜ ବୁଲୁଥିବା ଦେଖି ଲୋକେ ଆତଙ୍କିତ ହୋଇପଡ଼ିଲେ। ଉକ୍ତ ସମୟରେ ରାଜପଥରେ ଯାଉଥିବା ସରକାରୀ ବସ୍‌ ଦୁଇ ଘଣ୍ଟା ଅଟକି ରହିଲା । ସକାଳେ ଥୁଆମୂଳ ରାମପୁରରୁ ଏକ ସରକାରୀ ବସ୍‌ ଭାଵନୀପାଟଣା ଅଭିମୁଖେ ଯାଉଥିଲା। ଉକ୍ତ ବସ୍‌ରେ ୪୦ରୁ ଉର୍ଦ୍ଧ୍ୱ  ଯାତ୍ରୀ  ଥିଲେ। ମାତ୍ର ରାଜପଥରେ ହାତୀ ବୁଲୁଥିବା ଦେଖି ଡ୍ରାଇଭର ଆଗକୁ ଗାଡ଼ି ଗଡ଼ାଇବାକୁ ସାହସ କରିପାରି ନ ଥିଲେ। […]

hati-1

hati-1

Niharika Rout
  • Published: Tuesday, 03 March 2020
  • Updated: 03 March 2020, 01:40 PM IST

Sports

Latest News

ଭବାନୀପାଟଣା(ରାଜକୁମାର ସିଂଦେଓ): କଳାହାଣ୍ଡି ଜିଲ୍ଲା କରଳା ପାଟ ଅଭୟାରଣ୍ୟ ରାସ୍ତାରେ ଆଜି ଏକ ଗଜରାଜ ବୁଲୁଥିବା ଦେଖି ଲୋକେ ଆତଙ୍କିତ ହୋଇପଡ଼ିଲେ। ଉକ୍ତ ସମୟରେ ରାଜପଥରେ ଯାଉଥିବା ସରକାରୀ ବସ୍‌ ଦୁଇ ଘଣ୍ଟା ଅଟକି ରହିଲା ।

ସକାଳେ ଥୁଆମୂଳ ରାମପୁରରୁ ଏକ ସରକାରୀ ବସ୍‌ ଭାଵନୀପାଟଣା ଅଭିମୁଖେ ଯାଉଥିଲା। ଉକ୍ତ ବସ୍‌ରେ ୪୦ରୁ ଉର୍ଦ୍ଧ୍ୱ  ଯାତ୍ରୀ  ଥିଲେ। ମାତ୍ର ରାଜପଥରେ ହାତୀ ବୁଲୁଥିବା ଦେଖି ଡ୍ରାଇଭର ଆଗକୁ ଗାଡ଼ି ଗଡ଼ାଇବାକୁ ସାହସ କରିପାରି ନ ଥିଲେ। ଫଳରେ ବସ୍‌ଟି ଦୁଇ ଘଣ୍ଟାରୁ ଅଧିକ ସମୟ ରାଜପଥରେ ଅଟକି ଯାଇଥିଲା।

ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ, ପ୍ରତି ଦିନ ସନ୍ଧ୍ୟାରେ ଉକ୍ତ ରାସ୍ତାରେ ହାତୀ ଚଳପ୍ରଚଳ କରିବା ସେମାନେ ଦେଖିଥାନ୍ତି । କିନ୍ତୁ ଦିନ ବେଳେ  ହାତୀର ଅବାଧ ବିଚରଣ ଦେଖି ଯାତ୍ରୀଙ୍କ ମନରେ ଆତଙ୍କ ସୃଷ୍ଟି ହୋଇଥିଲା। ଦୀର୍ଘ ସମୟ ପରେ ହାତୀଟି ଆପେ ଆପେ ଜଙ୍ଗଲକୁ ଚାଲିଯିବା ପରେ ବସ୍‌ଟି ଆଗକୁ ଗଡ଼ିଲା ।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos