ସତରେ କ’ଣ ଆଜି ହାରିଯାଇଛି, ମୁଁ ଗଜରାଜ କହୁଛି...

ହେଇ ଲାଗୁଛି ସତେ ଯେମିତି ମୁଁ ଆଉ ବଞ୍ଚିବିନି। ହେଲେ ଜୀବନର ମୋହ କ’ଣ ସହଜେ ତୁଟେ? ଏଇକଥା ଭାବିଦେଲେ, କ୍ଷଣକେ ହାତଠାରି ଡାକୁଛି ଦିଗନ୍ତ ବିସ୍ତାରୀ ଜଙ୍ଗଲ, ମନେପଡୁଛି ପରିବାର ଆଉ ଆତ୍ମୀୟଙ୍କ କଥା। ସ୍ଥାଣୁ ହୋଇ ଛିଡା ହୋଇଥିବା ଲୌହଦାନବକୁ ମୁଁ ଆଜି ଡରିଯାଇଛି। ମୁଁ ବୋଧେ ହାରିଯାଇଛି। ଜୀବନ ମୃତ୍ୟୁର ଦୋଛକିରେ ପ୍ରାଣ ବଞ୍ଚାଇବାକୁ ଚଳାଇଛି ପ୍ରଚେଷ୍ଟା। ଅବସ ଗୋଡ, ଭାଙ୍ଗିଯାଇଥିବା ଅଣ୍ଟାରେ ରେଳ ଧାରଣା ଉପରେ ଘୁଷୁଡ଼ୁଛି ମୋର ବିରାଟ ଶରୀର। […]

32170

32170

Tapas Behera
  • Published: Monday, 30 September 2019
  • Updated: 30 September 2019, 04:18 PM IST

Sports

Latest News

ହେଇ ଲାଗୁଛି ସତେ ଯେମିତି ମୁଁ ଆଉ ବଞ୍ଚିବିନି। ହେଲେ ଜୀବନର ମୋହ କ’ଣ ସହଜେ ତୁଟେ? ଏଇକଥା ଭାବିଦେଲେ, କ୍ଷଣକେ ହାତଠାରି ଡାକୁଛି ଦିଗନ୍ତ ବିସ୍ତାରୀ ଜଙ୍ଗଲ, ମନେପଡୁଛି ପରିବାର ଆଉ ଆତ୍ମୀୟଙ୍କ କଥା। ସ୍ଥାଣୁ ହୋଇ ଛିଡା ହୋଇଥିବା ଲୌହଦାନବକୁ ମୁଁ ଆଜି ଡରିଯାଇଛି। ମୁଁ ବୋଧେ ହାରିଯାଇଛି। ଜୀବନ ମୃତ୍ୟୁର ଦୋଛକିରେ ପ୍ରାଣ ବଞ୍ଚାଇବାକୁ ଚଳାଇଛି ପ୍ରଚେଷ୍ଟା। ଅବସ ଗୋଡ, ଭାଙ୍ଗିଯାଇଥିବା ଅଣ୍ଟାରେ ରେଳ ଧାରଣା ଉପରେ ଘୁଷୁଡ଼ୁଛି ମୋର ବିରାଟ ଶରୀର।

ମୁଁ ହାତୀ କହୁଛି।

ଜଙ୍ଗଲରେ ମୋ ସମାନ ବଳବାନ କେହି ନାହାନ୍ତି। ଏ କଥା ସତ, କିନ୍ତୁ ଆଜି ଏ ନିର୍ଜିବ ଯନ୍ତ୍ରରାକ୍ଷସକୁ ମୁଁ ହରାଇ ପାରିନି। ମୁଁ ହାରିଗଲା ଭଳି ଲାଗୁଛି।

ସତରେ କ’ଣ ବଞ୍ଚିବିନି, ଫେରିବିନି ମୋ ପଲ ପାଖକୁ। ମୋ ସ୍ତ୍ରୀ, ମୋ ସାବକ ପାଖକୁ ?

ସତରେ କ’ଣ ଉଠାଇପାରିବିନି ଶୁଣ୍ଢ, ଭାଙ୍ଗିପାରିବିନି ଡାଳ, ପତ୍ର ?

ଭାବିଲା ବେଳକୁ ଭୟ ଲାଗୁଛି।

ଭାବିଲା ବେଳକୁ ଭୟ ଲାଗୁଛି, ମୁଁ ଏତେ ବଡ଼ ବୋଲି।

ମଣିଷ ହୋଇଥିଲେ ମୋ ଚାରିପଟେ ମାଳମାଳ ମଣିଷଙ୍କ ଭିଡ଼ ଜମିଥାନ୍ତା। ଆମ୍ବୁଲାନ୍ସର ସାଇରନ୍ ଶୁଣି ମୋ ବଞ୍ଚିବାର ମୋହ ହଠାତ୍ ବଢିଥାନ୍ତା। ହେଲେ ମୋ ଭାଗ୍ୟରେ ସେ ସବୁ କାଇଁ ଯେ?

ବଡ଼ ବୋଲି କେହି ମୋର ପାଖ ମାଡୁନାହାନ୍ତି। ବୁଦ୍ଧିମାନ ମଣିଷ ବି ମୋତେ ଏ ବେଳାରେ ଭୟ କରୁଛନ୍ତି।

ହୁଁ...ଆରେ ମୁଁ କିଛି କରିବିନିରେ...ମୋତେ ବଞ୍ଚେଇଦିଅ।

କାସ୍ ଏଇପଦକ ମୁଁ କହିପାରନ୍ତି ହେଲେ।

ମୁଁ ପାରିବିନି। ଖାଲି ଯାହା ଅପେକ୍ଷା ଟ୍ରାଙ୍କୁଲାଇଜରକୁ।

ମୁଁ ବଞ୍ଚିଗଲେ ,ପୁଣି ଶୁଣିବି ହାତୀ ସୁରକ୍ଷାର ନାରା। ହାତୀ କରିଡରର ପ୍ରତିଶ୍ରୁତି। ଅଭୟାରଣ୍ୟର ସ୍ଵପ୍ନ । ହେଲେ ଯଦି ମରିଯାଏ, ତୁମେ କହିବ ଗୋଟେ ହାତୀ ଥିଲା।

ଘଟଣାର ଅନ୍ତରାଳେ

ସୂଚନା ଅନୁଯାୟୀ ଦୁଇ ଦିନ ତଳେ ପଶ୍ଚିମବଙ୍ଗ ଦୋଆର ଅଞ୍ଚଳର ଉକ୍ତ ହାତୀଟି ଟ୍ରେନ୍ ଧକ୍କାରେ ଗୁରୁତର ହୋଇ ଛଟପଟ ହୋଇଥିଲା। ହାତୀଟି ରେଳ ଲାଇନ ପାର ହେଉଥିବା ବେଳେ ସିଲିଗୁଡ଼ି-ଧୁବୁରୀ ଏକ୍ସପ୍ରେସ ଧକ୍କା ଦେଇଥିଲା। ଗୁରୁତର ହାତୀଟି ଯନ୍ତ୍ରଣାରେ ଛଟପଟ ହେବା ସହ ଲାଇନ ଉପରୁ ହଟି ଯିବାକୁ ଆପ୍ରାଣ ଚେଷ୍ଟା କରିଥିଲା ।

ସେପଟେ ଧକ୍କା ଦେବା ପରେ ଟ୍ରେନ ବି ସେଇଠି ଅଟକି ରହିଥିଲା। ଏ ଦୃଶ୍ୟକୁ ସେଠାରେ ଉପସ୍ଥିତ କିଛି ଲୋକ ମୋବାଇଲ କ୍ୟାମେରାରେ ତୋଳି ଧରିଥିଲେ। ପରେ ଏହା ଭାଇରାଲ ହୋଇଥିଲା।

https://youtu.be/zRSPQK71PdE

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos