କଥାଶିଳ୍ପୀ ଅମରେଶ ବିଶ୍ଵାଳ ପାଇବେ ସମ୍ମାନଜନକ 'କନହେଇ କଥା ପୁରସ୍କାର’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଆ କଥାସାହିତ୍ୟର ପ୍ରଚଣ୍ଡ ପ୍ରତିଭାଧର ଗାଳ୍ପିକ ସ୍ଵର୍ଗତ କନହେଇ ଦାସଙ୍କ ସ୍ମୃତିରେ ଦିଆଯାଉଥିବା ସମ୍ମାନଜନକ ‘କନହେଇ କଥା ପୁରସ୍କାର- ୨୦୧୯’ ପାଇବେ ପ୍ରତିଭାଦୀପ୍ତ ଗାଳ୍ପିକ ଅମରେଶ ବିଶ୍ୱାଳ। ଗତକାଲି ସଂଧ୍ୟାରେ କବି ଚନ୍ଦ୍ର କୁମାର ମହାନ୍ତିଙ୍କ ବାସଭବନ ‘ସଂକେତ’ରେ କନହେଇଲାଲ୍ ଦାସ ସ୍ମୃତି ସଂସଦ ପକ୍ଷରୁ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ପୁରସ୍କାର ବିଜେତାଙ୍କ ନାମ ଘୋଷଣା କରାଯିବା ସହ ସମାରୋହ ପାଳନର ରୂପରେଖ ସମ୍ପର୍କରେ ଆଲୋଚନା ହୋଇଛି। କବି ଶ୍ରୀଦେବ ଓ ଗାଳ୍ପିକ ଗୌତମବୁଦ୍ଧ […]

eminent-writer-amaresh-biswal-to-receive-prestigious-kanhei-das-award-for-2019

Manoranjan Sial
  • Published: Tuesday, 11 June 2019
  • Updated: 11 June 2019, 06:59 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଆ କଥାସାହିତ୍ୟର ପ୍ରଚଣ୍ଡ ପ୍ରତିଭାଧର ଗାଳ୍ପିକ ସ୍ଵର୍ଗତ କନହେଇ ଦାସଙ୍କ ସ୍ମୃତିରେ ଦିଆଯାଉଥିବା ସମ୍ମାନଜନକ 'କନହେଇ କଥା ପୁରସ୍କାର- ୨୦୧୯' ପାଇବେ ପ୍ରତିଭାଦୀପ୍ତ ଗାଳ୍ପିକ ଅମରେଶ ବିଶ୍ୱାଳ। ଗତକାଲି ସଂଧ୍ୟାରେ କବି ଚନ୍ଦ୍ର କୁମାର ମହାନ୍ତିଙ୍କ ବାସଭବନ 'ସଂକେତ'ରେ କନହେଇଲାଲ୍ ଦାସ ସ୍ମୃତି ସଂସଦ ପକ୍ଷରୁ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ପୁରସ୍କାର ବିଜେତାଙ୍କ ନାମ ଘୋଷଣା କରାଯିବା ସହ ସମାରୋହ ପାଳନର ରୂପରେଖ ସମ୍ପର୍କରେ ଆଲୋଚନା ହୋଇଛି।

କବି ଶ୍ରୀଦେବ ଓ ଗାଳ୍ପିକ ଗୌତମବୁଦ୍ଧ ଦାସଙ୍କ ଆବାହକତ୍ଵରେ ଅନୁଷ୍ଠିତ ଏହି ବୈଠକରେ ସଂସଦର ସଭାପତି ଡକ୍ଟର ସୁବାସ ଚନ୍ଦ୍ର ପାତ୍ର ଅଧ୍ୟକ୍ଷତା କରିଥିଲେ। ପ୍ରାରମ୍ଭରେ ପ୍ରଖ୍ୟାତ ନାଟ୍ୟକାର ଅଭିନେତା ଓ ନିର୍ଦ୍ଦେଶକ ଗରିଶ କର୍ଣ୍ଣଡଙ୍କ ବିୟୋଗରେ ଶୋକପ୍ରସ୍ତାବ ଅଣାଯିବା ସହ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା। ପରେ ସଂସଦର ସମ୍ପାଦକ କବି ଉତ୍ପଳ ମହାନ୍ତି କାର୍ଯ୍ୟକ୍ରମର ରୂପରେଖ ସମ୍ପର୍କରେ ସୂଚନା ଦେବା ସହ ଚଳିତ ବର୍ଷର ବଜେଟ୍ ବାବଦରେ କହିଥିଲେ।

ସଂସଦର କାର୍ଯ୍ୟକାରୀ ସଭାପତି ତଥା ପୁରସ୍କାର କମିଟି ମୁଖ୍ୟ କୃଷ୍ଣ କୁମାର ମହାନ୍ତି ପୁରସ୍କାର ପାଇଁ ସମ୍ଭାବ୍ୟ ନାମତାଲିକା ପ୍ରକାଶ କରିବା ପରେ ତନ୍ମଧ୍ୟରୁ ଅମରେଶ ବିଶ୍ୱାଳଙ୍କୁ ସର୍ବସମ୍ମତି କ୍ରମେ ମନୋନୀତ କରାଯାଇଥିଲା। ଏଥିରେ ସମସ୍ତ କର୍ମକର୍ତ୍ତା ଭାଗ ନେଇଥିଲେ। ତଦନୁସାରେ ଚଳିତ ଜୁନ ୨୭ ତାରିଖ ଗୁରୁବାର ସଂଧ୍ୟା ୫ଟାରେ କଳିଙ୍ଗ ହୋଟେଲ୍ ସମ୍ମିଳନୀ କକ୍ଷରେ ଜୟନ୍ତୀ ସମାରୋହ ଓ ପୁରସ୍କାର ପ୍ରଦାନ ଉତ୍ସବ ଅନୁଷ୍ଠିତ ହେବ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଥିଲା।

ଏହି ସମାରୋହରେ ବିଶିଷ୍ଟ ଗାଳ୍ପିକା ସରୋଜିନୀ ସାହୁ ଓ ବିଶିଷ୍ଟ କଥାକାର ସଦାନନ୍ଦ ତ୍ରିପାଠୀ ସମ୍ମାନିତ ଅତିଥି ଭାବରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ସମାରୋହରେ ‘କନହେଇ କଥା ପୁରସ୍କାର’ ବିଜେତାଙ୍କୁ ମାନପତ୍ର, ଉତ୍ତରୀୟ ଓ ଉପଢୌକନ ସହ ପାଞ୍ଚ ହଜାର ଟଙ୍କାର ଅର୍ଥରାଶି ପ୍ରଦାନ କରାଯିବ। ପୂର୍ବରୁ ଚିରଶ୍ରୀ ଇନ୍ଦ୍ରସିଂ, ଆଦିତ୍ୟେଶ୍ଵର ମିଶ୍ର, ମୋନାଲିସା ଜେନା ଓ ହିରଣ୍ମୟୀ ମିଶ୍ର ଏହି ମର୍ଯ୍ୟାଦାଜନକ ପୁରସ୍କାର ପାଇସାରିଛନ୍ତି।

ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ନିବାରଣ ଜେନା, ଗଙ୍ଗାଧର ବିଶ୍ୱାଳ, କୃଷ୍ଣ କୁମାର ମହାନ୍ତି, ରଞ୍ଜନ ବାଗ, ଉତ୍ପଳ ମହାନ୍ତି, ବ୍ୟୋମନାଥ ରଥ, ସ୍ମୃତି ଦାସ, ଦିଲ୍ଲୀପ ପାଲ, ଶୁଭେନ୍ଦୁ ଦାସ, ଅଞ୍ଜନ ଚାନ୍ଦ, ରାମନାରାୟଣ ଦେ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ସହ ସମ୍ପାଦକ ଯାଦବେଶ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story