ବ୍ରହ୍ମପୁରରେ ପୁଣି ଏନ୍‌କାଉଣ୍ଟର; ବାପି ସ୍ୱାଇଁ ଆହତ

ବ୍ରହ୍ମପୁର: ବ୍ରହ୍ମପୁରରେ ପୁଣି ଏନ୍‌କାଉଣ୍ଟର। ଜଗନ୍ନାଥ ପ୍ରସାଦର ଲଙ୍କାଗଡ଼ ପାହାଡ଼ରେ ହୋଇଛି ଏହି ଏନ୍‌କାଉଣ୍ଟର। ଏଥିରେ ଆହତ ହୋଇଛି ଦୁର୍ଦ୍ଦାନ୍ତ ଅପରାଧୀ ଶତ୍ରୁଘ୍ନ ସ୍ୱାଇଁ ଓରଫ ବାପି। ଆଜି ଭୋର୍ ପ୍ରାୟ ୫ଟା ବେଳେ ହୋଇଥିବା ଏହି ଏନ୍‌କାଉଣ୍ଟରରେ ବାପିର ଦୁଇ ଗୋଡ଼ରେ ଗୁଳି ବାଜିଛି। ତାକୁ ଭଞ୍ଜନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବାପିଠାରୁ ଗୋଟିଏ ପିସ୍ତଲ, ଦୁଇଟି ଗୁଳି, ଗୋଟିଏ ଜୀବନ୍ତ ବୋମା, ୩ଟି ମୋବାଇଲ, ଗୋଟିଏ ବାଇକ୍ ଓ କିଛି ବିସ୍ଫୋରକ ସାମଗ୍ରୀ ଜବତ […]

bapiswain

Rakesh Mallick
  • Published: Wednesday, 03 May 2017
  • , Updated: 03 May 2017, 05:56 PM IST

ବ୍ରହ୍ମପୁର: ବ୍ରହ୍ମପୁରରେ ପୁଣି ଏନ୍‌କାଉଣ୍ଟର। ଜଗନ୍ନାଥ ପ୍ରସାଦର ଲଙ୍କାଗଡ଼ ପାହାଡ଼ରେ ହୋଇଛି ଏହି ଏନ୍‌କାଉଣ୍ଟର। ଏଥିରେ ଆହତ ହୋଇଛି ଦୁର୍ଦ୍ଦାନ୍ତ ଅପରାଧୀ ଶତ୍ରୁଘ୍ନ ସ୍ୱାଇଁ ଓରଫ ବାପି। ଆଜି ଭୋର୍ ପ୍ରାୟ ୫ଟା ବେଳେ ହୋଇଥିବା ଏହି ଏନ୍‌କାଉଣ୍ଟରରେ ବାପିର ଦୁଇ ଗୋଡ଼ରେ ଗୁଳି ବାଜିଛି। ତାକୁ ଭଞ୍ଜନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ବାପିଠାରୁ ଗୋଟିଏ ପିସ୍ତଲ, ଦୁଇଟି ଗୁଳି, ଗୋଟିଏ ଜୀବନ୍ତ ବୋମା, ୩ଟି ମୋବାଇଲ, ଗୋଟିଏ ବାଇକ୍ ଓ କିଛି ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି।

ପୋଲିସର ସୂଚନା ଅନୁଯାୟୀ ସେ ଏକାଧିକ ଡକାୟତି, ଚୋରି ଓ ବୋମା ବିସ୍ଫୋରଣ ମାମଲାରେ ସଂପୃକ୍ତ। ତା’ ନାଁରେ ଗଞ୍ଜାମ ଓ ଏହାର ସୀମାବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଏକାଧିକ ମାମଲା ରହିଛି।  ବର୍ତ୍ତମାନ ସୁଦ୍ଧା ତା’ ନାଁରେ ୧୧ଟି ମାମଲା ରହିଛି। ଏଇ ଗତ କିଛି ମାସ ମଧ୍ୟରେ ବାପି ଓ ତା’ ଗ୍ୟାଙ୍ଗ ଗଞ୍ଜାମରୁ ନୟାଗଡ଼ ଓ କନ୍ଧମାଳକୁ ସଂଯୋଗ କରୁଥିବା ରାସ୍ତାରେ ସିରିଜ୍ ଅପରାଧ ଘଟାଇଛନ୍ତି।

ଆଜି ଏନ୍‌କାଉଣ୍ଟରରେ ଆଇଆଇସି ଜେ.ଏନ୍ ପ୍ରସାଦ ଓ ଅନ୍ୟ ଦୁଇ ଜଣ ପୋଲିସ୍ କର୍ମଚାରୀ ସାମାନ୍ୟ ଆହତ ହୋଇଛନ୍ତି।

ତିନି ଦିନ ପୂର୍ବରୁ ଗଞ୍ଜାମ ଜିଲ୍ଲାରେ ପୋଲିସ୍ ଆକ୍ରମଣରେ ଦୁର୍ଦ୍ଦାନ୍ତ ଅପରାଧୀ ଲମ୍ବୁ ତାରିଣୀ ଆହତ ହୋଇଥିଲା।

Related story