କଂଗ୍ରେସରୁ ଇସ୍ତଫା ଦେଲେ ପାରଳାଖେମୁଣ୍ଡିର ପୂର୍ବତନ ବିଧାୟକ

ପାରଳାଖେମୁଣ୍ଡି (ଆଦର୍ଶ ଦାସ): କଂଗ୍ରେସ ଛାଡ଼ିଛନ୍ତି ପୂର୍ବତନ ବିଧାୟକ କେ. ସୁରିଆ ରାଓ। ପାରଳାଖେମୁଣ୍ଡିର ପୂର୍ବତନ ବିଧାୟକ କେ. ସୁରିଆ ରାଓ ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି। ସେ ନିଜର ଇସ୍ତଫାପତ୍ର କଂଗ୍ରେସ ସଭାପତି ରାହୁଲ ଗାନ୍ଧିଙ୍କ ନିକଟକୁ ପଠାଇ ଦେଇଛନ୍ତି। ଗତ ବିଧାନସଭାରେ ନିର୍ବାଚନରେ କେ. ସୁରିଆ ରାଓ ପାରଳାଖେମୁଣ୍ଡିରୁ କଂଗ୍ରେସ ପ୍ରାର୍ଥୀ ହୋଇଥିଲେ। ମାତ୍ର ଟିକେଟ ପ୍ରଦାନରେ ବିଳମ୍ବ ଯୋଗୁ ପ୍ରଚାର ପାଇଁ ସେ ଯଥେଷ୍ଟ ସମୟ ପାଇନଥିଲେ। ସେଥିପାଇଁ ସେ ପରାଜିତ […]

Ex-paralakhemundi-mla-to-quit-congress-and-join-bjd

Ex-paralakhemundi-mla-to-quit-congress-and-join-bjd

Manoranjan Sial
  • Published: Tuesday, 11 June 2019
  • Updated: 11 June 2019, 05:40 PM IST

Sports

Latest News

ପାରଳାଖେମୁଣ୍ଡି (ଆଦର୍ଶ ଦାସ): କଂଗ୍ରେସ ଛାଡ଼ିଛନ୍ତି ପୂର୍ବତନ ବିଧାୟକ କେ. ସୁରିଆ ରାଓ। ପାରଳାଖେମୁଣ୍ଡିର ପୂର୍ବତନ ବିଧାୟକ କେ. ସୁରିଆ ରାଓ ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି। ସେ ନିଜର ଇସ୍ତଫାପତ୍ର କଂଗ୍ରେସ ସଭାପତି ରାହୁଲ ଗାନ୍ଧିଙ୍କ ନିକଟକୁ ପଠାଇ ଦେଇଛନ୍ତି।

ଗତ ବିଧାନସଭାରେ ନିର୍ବାଚନରେ କେ. ସୁରିଆ ରାଓ ପାରଳାଖେମୁଣ୍ଡିରୁ କଂଗ୍ରେସ ପ୍ରାର୍ଥୀ ହୋଇଥିଲେ। ମାତ୍ର ଟିକେଟ ପ୍ରଦାନରେ ବିଳମ୍ବ ଯୋଗୁ ପ୍ରଚାର ପାଇଁ ସେ ଯଥେଷ୍ଟ ସମୟ ପାଇନଥିଲେ। ସେଥିପାଇଁ ସେ ପରାଜିତ ହୋଇଥିବା ନିଜ ଇସ୍ତଫାପତ୍ରରେ ଦର୍ଶାଇଛନ୍ତି। ଏଥିପାଇଁ ସେ ପିସିସିକୁ ଦାୟୀ କରିଛନ୍ତି। ସେହିଭଳି ତାଙ୍କ ପାଇଁ କୌଣସି ଷ୍ଟାର କ୍ୟାମ୍ପେନର ପ୍ରଚାର କରିବା ପାଇଁ ନ ଆସିବାକୁ ମଧ୍ୟ ଦାୟୀ କରିଛନ୍ତି ସୁରିଆ ରାଓ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos