ନୂଆପଡ଼ା (ମାୟାଧର ସରାଫ): ଅବକାରୀ ବିଭାଗ ନୂଆପଡ଼ା ଜିଲ୍ଲା କୋମନା ଥାନା ବରପଦର ଗାଁରେ ଚଢ଼ଉ କରି ଏସ୍କଫ୍ ବ୍ରାଣ୍ଡର କଫ୍ ସିରପ ଜବତ କରିଛି। ଯାହାର ଆନୁମାନିକ ମୂଲ୍ୟ ୨ ଲକ୍ଷରୁ ଅଧିକ ଟଙ୍କା ହେବ।
ବରପଦର ଗାଁରେ ବେଆଇନ୍ ଭାବେ କଫ ସିରପ ରଖାଯାଇଥିବା ଜାଣିପାରି ଅବକାରୀ ବିଭାଗ ଚଢ଼ଉ କରିଥିଲେ। ତେବେ ନିଶା ମାଫିଆମାନେ ଅବକାରୀ ବିଭାଗ କର୍ମଚାରୀଙ୍କୁ ଦେଖି ସେଠାରୁ ଚମ୍ପଟ ମାରିଥିଲେ। ପରେ ଅବକାରୀ ବିଭାଗ ସେଠାରୁ ୧୪୦୦ରୁ ଊର୍ଦ୍ଧ୍ୱ କଫ୍ ସିରପ ବୋତଲ ଜବତ କରିଛି। ତେବେ ଏହି ସିରପ କେଉଁଠୁ ଆସିଲା ଓ କେଉଁଠିକୁ ଯିବା ପାଇଁ ରଖାଯାଇଥିଲା, ତାହା ଜଣାପଡ଼ି ନାହିଁ। ଅବକାରୀ ବିଭାଗ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଅଭିଯୁକ୍ତଙ୍କୁ ଧରିବା ପାଇଁ ଚେଷ୍ଟା କରୁଛି। ବର୍ତ୍ତମାନ ସୁଦ୍ଧା ଅଭିଯୁକ୍ତଙ୍କ ପାଖରେ ଅବକାରୀ ବିଭାଗ ପହଞ୍ଚି ପାରିନି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Entertainment
ମହଙ୍ଗା ପଡ଼ିଲା ବିନା ହେଲମେଟରେ ରିଲ୍ସ; ରାନୀ ପ୍ରିୟଦର୍ଶିନୀଙ୍କ ଗାଡ଼ି ଜବତ
ବିନା ହେଲମେଟରେ ସ୍କୁଟି ଚଳାଇ ରିଲ୍ସ କରି ସୋଶାଲ ମିଡିଆରେ ପୋଷ୍ଟ କରିଥିଲେ ରାନୀ ପ୍ରିୟଦର୍ଶିନୀ।
Weather
ଆଜି ଅବପାତରେ ପରିଣତ ହେବ ଲଘୁଚାପ;୨୭ରୁ ବର୍ଷିବ
୨୭ରୁ ୨୯ ତାରିଖ ଯାଏ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ଥିବା ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର।
Science & Environment
ଏନକ୍ଲୋଜରରୁ ବାହାରି ଜଙ୍ଗଲ ଗଲା ‘ଜିନତ୍'
ଶିମିଳିପାଳର ଉତ୍ତର ଡିଭିଜନ୍ କୋର୍ ଏରିଆରେ ବାଘୁଣୀ ‘ଜିନତ୍’ ଛଡ଼ାଯାଇଥିବା ଜଣାଯାଇଛି।
Events & Festivals
ଆଜି ପଇତାଲାଗି ନୀତି; ୪ ଘଣ୍ଟା ଦର୍ଶନ ବନ୍ଦ
ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ଶ୍ରୀମନ୍ଦିରର ଜୟବିଜୟ ଦ୍ୱାର ବନ୍ଦ ରହିବ।