ବିଜେଡିକୁ ଡରାଇଲା ଏକଜିଟ୍ ପୋଲ୍ : ଏନଡିଏକୁ ସମର୍ଥନ ଦେବାକୁ ସଙ୍କେତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ରରେ ବିଜେପି ନେତୃତ୍ୱାଧୀନ ଏନଡିଏ ମେଣ୍ଟ ପୁଣିଥରେ ସରକାର ଗଠନ କରିବ ବୋଲି ସମସ୍ତ ଏକଜିଟ୍ ପୋଲ୍ ଆକଳନ କରିବା ପରେ ବିଜେଡି ବ୍ୟାକଫୁଟରେ। କେନ୍ଦ୍ରରେ କୌଣସି ଦଳକୁ ସ୍ପଷ୍ଟ ବହୁମତ ମିଳିବନି ଓ ସରକାର ଗଠନରେ ବିଜେଡି ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ଦମ୍ଭୋକ୍ତି ବାଢ଼ିଥିବା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏବେ ଆଗୁଆ ଏନଡିଏର ନିକଟତର ହେବାକୁ ଉଦ୍ୟମ କରିଛନ୍ତି। ବିଜେଡି ମୁଖପାତ୍ର ତଥା ଆଇଟି ସେଲ୍ ମୁଖ୍ୟ ଅମର […]

bjd

bjd

Manoranjan Sial
  • Published: Monday, 20 May 2019
  • Updated: 20 May 2019, 10:34 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ରରେ ବିଜେପି ନେତୃତ୍ୱାଧୀନ ଏନଡିଏ ମେଣ୍ଟ ପୁଣିଥରେ ସରକାର ଗଠନ କରିବ ବୋଲି ସମସ୍ତ ଏକଜିଟ୍ ପୋଲ୍ ଆକଳନ କରିବା ପରେ ବିଜେଡି ବ୍ୟାକଫୁଟରେ। କେନ୍ଦ୍ରରେ କୌଣସି ଦଳକୁ ସ୍ପଷ୍ଟ ବହୁମତ ମିଳିବନି ଓ ସରକାର ଗଠନରେ ବିଜେଡି ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ଦମ୍ଭୋକ୍ତି ବାଢ଼ିଥିବା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏବେ ଆଗୁଆ ଏନଡିଏର ନିକଟତର ହେବାକୁ ଉଦ୍ୟମ କରିଛନ୍ତି। ବିଜେଡି ମୁଖପାତ୍ର ତଥା ଆଇଟି ସେଲ୍ ମୁଖ୍ୟ ଅମର ପଟ୍ଟନାୟକ ‘ଟାଇମ୍ସ ନାଓ’କୁ ଦେଇଥିବା ପ୍ରତିକ୍ରିୟାରୁ ଏଭଳି ସଙ୍କେତ ମିଳିଛି।

ବିଜେଡି ମୁଖପାତ୍ର ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ “ ଯିଏ ଆମର ନ୍ୟାଯ୍ୟ ଦାବିକୁ ପୂରଣ କରିବ ସେହି ମେଣ୍ଟକୁ ବିଜେଡି ତା’ର ସମର୍ଥନ ଦେବ। ସେହି ଦଳ ଅବା ମେଣ୍ଟକୁ ବିଜେଡି ସମର୍ଥନ କରିବ ଯିଏ କେନ୍ଦ୍ରରେ ସରକାର ଗଠନ କରିବା ସ୍ଥିତିରେ ରହିବ। ଯଦି ଏନଡିଏ କେନ୍ଦ୍ରରେ ସରକାର ଗଠନ କରିବ, ତାକୁ ବିଜେଡି ସମର୍ଥନ କରିପାରେ। ଓଡ଼ିଶାର ଦୀର୍ଘଦିନର ଦାବିକୁ ପୂରଣ କରିବାକୁ ଯିଏ ରାଜି ହେବ ତାକୁ ସମର୍ଥନ ଦିଆଯିବ। ”

ଉଲ୍ଲେଖଯୋଗ୍ୟ, ଗତକାଲି ପ୍ରକାଶ ପାଇଥିବା ସମସ୍ତ ଏକଜିଟ୍ ପୋଲ୍ ରିପୋର୍ଟରେ ବିଜେପି ନେତୃତ୍ୱାଧୀନ ଏନଡିଏ ମେଣ୍ଟ ସ୍ପଷ୍ଟ ବହୁମତ ସହ କେନ୍ଦ୍ରରେ ସରକାର ଗଠନ କରିବ ବୋଲି ଆକଳନ କରିଛନ୍ତି। ଓଡ଼ିଶାରେ ବିଜେଡିକୁ ମଧ୍ୟ ବିଜେପି କଡ଼ା ଟକ୍କର ଦେଇଛି ଓ ବିଜେପି ୮ରୁ ୧୨ଟି ଲୋକସଭା ଆସନ ଜିତିବ ବୋଲି ଏକଜିଟ୍ ପୋଲ ଆକଳନ କରିଛି।

ପ୍ରାୟତଃ ସମସ୍ତ ଏକଜିଟ୍ ପୋଲ୍ ରିପୋର୍ଟ ଏବେ ବିଜେପି ନେତୃତ୍ୱାଧୀନ ଏନଡିଏ ସପକ୍ଷରେ ଯାଉଥିବାରୁ ବିଜେଡି ‘ମୂଲଚାଲ୍’ ପରିବର୍ତ୍ତେ କୋହଳ ଆଭିମୁଖ୍ୟ ପୋଷଣ କରିଛି। ଦଳ ଏହାର ସଙ୍କେତ ମଧ୍ୟ ନିଜର ମୁଖପାତ୍ରଙ୍କ ମାଧ୍ୟମରେ ଜାତୀୟ ଗଣମାଧ୍ୟମକୁ ଦେଇଛି। ଏହାସହିତ କେନ୍ଦ୍ରରେ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧି ମେ’ ୨୩ରେ ଡାକିଥିବା ବୈଠକରେ ବିଜେଡି ସାମିଲ ହେବାର ସମ୍ଭାବନା କ୍ଷୀଣ ଥିବା ଭଳି ଲାଗୁଛି।

ତେବେ ପ୍ରଶ୍ନ ଉଠୁଛି, କେନ୍ଦ୍ରରେ କୌଣସି ଦଳକୁ ସ୍ପଷ୍ଟ ବହୁମତ ମିଳିବ ନାହିଁ ବୋଲି ଆକଳନ କରି ‘ମୂଲଚାଲ’ ରାଜନୀତିକୁ ଆପଣାଇବାକୁ ରଣନୀତି ପ୍ରସ୍ତୁତ କରିଥିବା ବିଜେଡି ଏବେ କାହିଁକି ଆଗୁଆ ସମର୍ଥନ ଅଜାଡ଼ି ଦେଉଛି। ଏବେ ଓଡ଼ିଶାର ସ୍ୱାର୍ଥର ଆଳ ଦେଖାଉଥିବା ବିଜେଡି ୧୯୯୮ରୁ ୨୦୦୪ ମସିହା ପର୍ଯ୍ୟନ୍ତ କେନ୍ଦ୍ର ସରକାରରେ ଅଂଶୀଦାର ରହିବା ସହ ୨୦୦୯ରୁ ୨୦୧୪ ପର୍ଯ୍ୟନ୍ତ କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ମେଣ୍ଟକୁ ଅଘୋଷିତ ସମର୍ଥନ ଏବଂ ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ବିଜେପି ନେତୃତ୍ୱାଧୀନ ଏନଡିଏ ମେଣ୍ଟକୁ ଗୁପ୍ତ ବୁଝାମଣା ଆଧାରରେ ସମର୍ଥନ ଦେଇ ଆସିଥିଲା। ୧୯୯୮ରୁ ୨୦୧୯ ମସିହା ପର୍ଯ୍ୟନ୍ତ ବିଜେଡି ନିଜର ରାଜନୀତିକ ଫାଇଦା ପାଇଁ କେନ୍ଦ୍ରରେ କ୍ଷମତାସୀନ ଦଳ ଅବା ମେଣ୍ଟ ସହ ଗୋପନ ବୁଝାମଣାରେ ରହିଥିବାବେଳେ ‘ଓଡ଼ିଶାର ସ୍ୱାର୍ଥ’କୁ ପ୍ରସଙ୍ଗ କରିନଥିଲା।

ରାଜନୀତିକ ବିଶ୍ଲେଷକଙ୍କ ମତରେ, ବିଜେଡି ଗତ ଦୁଇ ଦଶନ୍ଧି ଧରି ରାଜ୍ୟରେ କ୍ଷମତାସୀନ ଥାଇ ଯେଉଁ ଅପକର୍ମ(ଦୁର୍ନୀତି) କରିଛି, ସେଥିରୁ ଖସିବା ପାଇଁ ଏନଡିଏକୁ ସମର୍ଥନ ଦେବାର ଆଗୁଆ ସଙ୍କେତ ଦେଇଛି। ବିଜେପି ସହ ଗୋପନ ବୁଝାମଣା କରି ବିଜେଡି ଗତ ୫ବର୍ଷ ମଧ୍ୟରେ କୋଲ୍ ବ୍ଲକ୍ ଆବଣ୍ଟନ, ଖଣି ଓ ଚିଟଫଣ୍ଡ ମାମଲାର ସିବିଆଇ ତଦନ୍ତକୁ ଦିଶାହୀନ କରିବାରେ ସକ୍ଷମ ହୋଇଥିଲା। କିନ୍ତୁ ବିଜେପି ଏବେ ବିଜେଡିକୁ କଡ଼ା ଟକ୍କର ଦେଇ ରାଜ୍ୟରେ ନିଜର ସାଂଗଠନିକ ଦକ୍ଷତା ଓ ଦମ୍ ଦେଖାଇବାରେ ଅନେକାଂଶରେ ସଫଳ ହେବାକୁ ଯାଉଥିବାବେଳେ ବିଜେଡି ସହ ‘ସାଲିସ୍ ରାଜନୀତି’ କରିବାର ସମ୍ଭାବନା କ୍ଷୀଣ। ଯାହାକୁ ଆକଳନ କରି ବିଜେଡି ଏବେ ବିଜେପି ନେତୃତ୍ୱାଧୀନ ଏନଡିଏ ମେଣ୍ଟକୁ ଆଗୁଆ ସମର୍ଥନ ଦେବାର ସଙ୍କେତ ଦେଇଛି ବୋଲି ଚର୍ଚ୍ଚା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story