ଜାତିରେ ମିଶାଉଥିଲେ, ଏବେ ସମସ୍ତେ କ୍ୱାରେଣ୍ଟାଇନରେ

ବଲାଙ୍ଗିର (ମନୋରଞ୍ଜନ ଯୋଶୀ): ଏବେବି ବଞ୍ଚିଛି ମଧ୍ୟଯୁଗୀୟ ପରମ୍ପରା ଓ ଜାତି ଭେଦଭାବ। ତା’ ପୁଣି କରୋନା ଭଳି ମହାବିପତ୍ତି ସମୟରେ। ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ଅଞ୍ଚଳରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଜାତି କରି ଫସି ଗଲା ପୂରା ସମାଜ। ଅଭିଯୋଗ ଅନୁସାରେ, ଗାଁର ଜଣେ ଯୁବକ ମୁମ୍ବାଇରୁ ଫେରି କ୍ୱାରେଣ୍ଟାଇନ୍ କେନ୍ଦ୍ର ଓ ପରେ ହୋମ୍ କ୍ୱାରେଣ୍ଟିନରେ ଥିଲେ। ତେବେ ସଂଗରୋଧ କେନ୍ଦ୍ରରେ ଅନ୍ୟ ଜାତି ଲୋକଙ୍କ ସହ ଥିବାରୁ, ତାଙ୍କ ସମାଜ […]

titilagarh

titilagarh

Ranjit Kumar Jena
  • Published: Sunday, 07 June 2020
  • Updated: 07 June 2020, 04:42 PM IST

Sports

Latest News

ବଲାଙ୍ଗିର (ମନୋରଞ୍ଜନ ଯୋଶୀ): ଏବେବି ବଞ୍ଚିଛି ମଧ୍ୟଯୁଗୀୟ ପରମ୍ପରା ଓ ଜାତି ଭେଦଭାବ। ତା' ପୁଣି କରୋନା ଭଳି ମହାବିପତ୍ତି ସମୟରେ। ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ଅଞ୍ଚଳରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଜାତି କରି ଫସି ଗଲା ପୂରା ସମାଜ।

ଅଭିଯୋଗ ଅନୁସାରେ, ଗାଁର ଜଣେ ଯୁବକ ମୁମ୍ବାଇରୁ ଫେରି କ୍ୱାରେଣ୍ଟାଇନ୍ କେନ୍ଦ୍ର ଓ ପରେ ହୋମ୍ କ୍ୱାରେଣ୍ଟିନରେ ଥିଲେ। ତେବେ ସଂଗରୋଧ କେନ୍ଦ୍ରରେ ଅନ୍ୟ ଜାତି ଲୋକଙ୍କ ସହ ଥିବାରୁ, ତାଙ୍କ ସମାଜ ଲୋକେ, ତାଙ୍କୁ ଗ୍ରହଣ କରିବାକୁ ରାଜି ହୋଇନଥିଲେ।

ଫଳରେ ପରମ୍ପରା ଅନୁଯାୟୀ ଜାତି ହେବା ପାଇଁ ଯୁବକଙ୍କର ଚୁଟି ଓ ନିଶ କଟାଯାଇ ପୂଜାର୍ଚ୍ଚନା କରାଯାଇଥିଲା। ଯାହା ପରେ ସମାଜରେ ମିଶିବାକୁ ରାଜି ହୋଇଥିଲେ। ଏହା ପରେ ପରମ୍ପରା ଅନୁଯାୟୀ ଯୁବକଙ୍କୁ ପୁଣିଥରେ ଜାତିରେ ମିଶାଇବା ଏକ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା।

ଏଥିରେ ଉକ୍ତ ସମାଜର ଲୋକେ ଯୋଗ ଦେଇଥିଲେ। କିନ୍ତୁ ଯୁବକର କୋଭିଡ୍ ଟେଷ୍ଟ ପଜିଟିଭ ଆସିବା ପରେ ତାଙ୍କ ସଂସ୍ପର୍ଶରେ ଆସିଥିବାରୁ ଏବେ ପୂରା ସମାଜକୁ କ୍ୱାରେଣ୍ଟାଇନରେ ରଖିଛି ପ୍ରଶାସନ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos