ଓଡ଼ିଶାର ୫ଟି ସ୍ଥାନରେ ବ୍ୟବହୃତ ରନ୍ଧନ ତୈଳରୁ ପ୍ରସ୍ତୁତ ହେବ ବାୟୋଡିଜେଲ: ମନ୍ତ୍ରୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡିଶାର ୫ଟି ସ୍ଥାନରେ ବ୍ୟବହୃତ ରନ୍ଧନ ତୈଳ(ୟୁସିଓ)ରୁ ବାୟୋଡିଜେଲ ଉତ୍ପାଦନ କରିବା ପାଇଁ ତୈଳ ବିପଣନ କମ୍ପାନୀମାନଙ୍କ ପକ୍ଷରୁ ଏକ୍ସପ୍ରେସନ୍ ଅଫ୍ ଇନ୍ଟ୍ରେଷ୍ଟ୍(ଇଓଆଇ) ପ୍ରଦାନ କରାଯାଇଛି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ଲୋକସଭାରେ ଏକ ଲିଖିତ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି ଯେ, ଦେଶରେ ବାୟୋଡିଜେଲକୁ ପ୍ରୋତ୍ସାହନ ଦେବା ପାଇଁ ତୈଳ ବିପଣନ କମ୍ପାନୀମାନେ ବ୍ୟବହୃତ ରନ୍ଧନ ତୈଳରୁ ବାୟୋଡିଜେଲ ବାହାର କରିବା ପାଇଁ ପ୍ରଥମେ ଦେଶର […]

dharmendra

dharmendra

Jitendra Garnayak
  • Published: Monday, 25 November 2019
  • Updated: 25 November 2019, 10:22 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡିଶାର ୫ଟି ସ୍ଥାନରେ ବ୍ୟବହୃତ ରନ୍ଧନ ତୈଳ(ୟୁସିଓ)ରୁ ବାୟୋଡିଜେଲ ଉତ୍ପାଦନ କରିବା ପାଇଁ ତୈଳ ବିପଣନ କମ୍ପାନୀମାନଙ୍କ ପକ୍ଷରୁ ଏକ୍ସପ୍ରେସନ୍ ଅଫ୍ ଇନ୍ଟ୍ରେଷ୍ଟ୍(ଇଓଆଇ) ପ୍ରଦାନ କରାଯାଇଛି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ଲୋକସଭାରେ ଏକ ଲିଖିତ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଯେ, ଦେଶରେ ବାୟୋଡିଜେଲକୁ ପ୍ରୋତ୍ସାହନ ଦେବା ପାଇଁ ତୈଳ ବିପଣନ କମ୍ପାନୀମାନେ ବ୍ୟବହୃତ ରନ୍ଧନ ତୈଳରୁ ବାୟୋଡିଜେଲ ବାହାର କରିବା ପାଇଁ ପ୍ରଥମେ ଦେଶର ୧୦୦ଟି ସ୍ଥାନ ଚିହ୍ନଟ ନିମନ୍ତେ ଇଚ୍ଛା ପ୍ରକାଶ କରିଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ ଏହି ସଂଖ୍ୟାକୁ ୨୦୦ ସ୍ଥାନକୁ ବୃଦ୍ଧି କରାଯାଇଛି। ଏଥିପାଇଁ ବାୟୋଡିଜେଲର ମୂଲ୍ୟ କ୍ରମାଗତ ୩ ବର୍ଷ ପାଇଁ ସ୍ଥିର ହୋଇଛି। ପ୍ରଥମ ବର୍ଷ ପାଇଁ ଲିଟର ପ୍ରତି ୫୧ ଟଙ୍କା, ଦ୍ୱିତୀୟ ବର୍ଷ ପାଇଁ ୫୨ ଟଙ୍କା ୭ ପଇସା ଓ ତୃତୀୟ ବର୍ଷ ପାଇଁ ଯଥାକ୍ରମେ ୫୪ ଟଙ୍କା ୫ ପଇସା କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ମୂଲ୍ୟରେ ଅତିରିକ୍ତ ଜିଏସଟି ଏବଂ ପରିବହନ ଶୁଳ୍କ ମଧ୍ୟ ଲାଗିବ।

ଓଡ଼ିଶାର ୫ଟି ଜାଗା ସମେତ ଉତ୍ତରପ୍ରଦେଶର, ବିହାର, ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ଗୁଜୁରାଟ, ଆନ୍ଧ୍ରପ୍ରଦେଶ, ରାଜସ୍ଥାନ, ତାମିଲନାଡୁ, କର୍ଣ୍ଣାଟକ, ଦିଲ୍ଲୀ, କେରଳ, ପଞ୍ଜାବ, ହରିୟାଣା, ଛତିଶଗଡ, ହିମାଚଳ ପ୍ରଦେଶ, ଆସାମ, ଗୋଆ, ଜାମ୍ମୁ କାଶ୍ମୀର ଏବଂ ଉତରାଖଣ୍ଡ ଭଳି ଦେଶର ୩୦ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଏକାଧିକ ଏହିପରି ପ୍ରକଳ୍ପ ସ୍ଥାପନା କରାଯିବ।

ଜାତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ(ଏଫଏସଏସଆଇ) ସୂଚନାନୁସାରେ ଗତ ଅଗଷ୍ଟ ୧୦ ତାରିଖରେ ତୈଳ ବିପଣନ କମ୍ପାନୀମାନଙ୍କ ଦ୍ୱାରା ବ୍ୟବହୃତ ରନ୍ଧନ ତୈଳରୁ ବାୟୋଡିଜେଲ ସଂଗ୍ରହ କରିବା ପରିପ୍ରେକ୍ଷୀରେ ଏକ୍ସପ୍ରେସନ୍ ଫର୍ ଇନଟ୍ରେଷ୍ଟ୍ (ଇଓଆଇ)କୁ ଉନ୍ମୋଚନ କରାଯାଇଥିଲା। ସେହିଦିନ ଆରୟୁସିଓ (ରିପ୍ରୋପୋଜ ୟୁଜଡ୍ କୁକିଂ ଅଏଲ୍)ର ଏକ ଷ୍ଟିକରର ଉନ୍ମୋଚନ କରାଯିବା ସହ ସହ ୟୁସିଓର ସଂଗ୍ରହକୁ ତ୍ୱରାନ୍ୱିତ କରିବା ପାଇଁ ଏକ ମୋବାଇଲ ଆପର ମଧ୍ୟ ଶୁଭାରମ୍ଭ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos