ଧରାପଡ଼ିଲା କେନ୍ଦ୍ରାପଡ଼ା ଜିଲ୍ଲା ବିଜେଡି ସଭାପତିଙ୍କ ମିଛ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କେନ୍ଦ୍ରାପଡ଼ାର ବହୁ ଚର୍ଚ୍ଚିତ ଧାନ କିଣା ଦୁର୍ନୀତିରେ ଜିଲ୍ଲା ବିଜେଡି ସଭାପତି ଧ୍ରୁବ ସାହୁଙ୍କ ଡାହା ମିଛ ଧରା ପଡ଼ିଛି। ସିଏଜି ରିପୋର୍ଟ ଧରାଇଛି ଧ୍ରୁବଙ୍କ କଳା କାରନାମା। ସିଏଜି ଧରିଥିବା ଜାଲ୍ ଚାଷୀଙ୍କ ତାଲିକା ସହ ଧ୍ରୁବଙ୍କ ସୁପାରିଶ ତାଲିକା ମେଳ ଖାଉଛି। ତେଣୁ ଏଥିରୁ ସ୍ପଷ୍ଟ ହେଉଛି ଧାନକିଣାରେ ହୋଇଥିବା ବଡ଼ ଧରଣର ଦୁର୍ନୀତିରେ ଧ୍ରୁବ ସମ୍ପୃକ୍ତ ଅଛନ୍ତି। ତାହାହେଲେ ସେ କେମିତି ନିଜକୁ ନିଜେ କ୍ଲିନ୍‌ଚିଟ୍‌ ଦେଉଛନ୍ତି? ବିଧାନସଭା […]

drubha

drubha

Manoranjan Sial
  • Published: Saturday, 01 December 2018
  • Updated: 01 December 2018, 09:36 PM IST
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କେନ୍ଦ୍ରାପଡ଼ାର ବହୁ ଚର୍ଚ୍ଚିତ ଧାନ କିଣା ଦୁର୍ନୀତିରେ ଜିଲ୍ଲା ବିଜେଡି ସଭାପତି ଧ୍ରୁବ ସାହୁଙ୍କ ଡାହା ମିଛ ଧରା ପଡ଼ିଛି। ସିଏଜି ରିପୋର୍ଟ ଧରାଇଛି ଧ୍ରୁବଙ୍କ କଳା କାରନାମା। ସିଏଜି ଧରିଥିବା ଜାଲ୍ ଚାଷୀଙ୍କ ତାଲିକା ସହ ଧ୍ରୁବଙ୍କ ସୁପାରିଶ ତାଲିକା ମେଳ ଖାଉଛି। ତେଣୁ ଏଥିରୁ ସ୍ପଷ୍ଟ ହେଉଛି ଧାନକିଣାରେ ହୋଇଥିବା ବଡ଼ ଧରଣର ଦୁର୍ନୀତିରେ ଧ୍ରୁବ ସମ୍ପୃକ୍ତ ଅଛନ୍ତି। ତାହାହେଲେ ସେ କେମିତି ନିଜକୁ ନିଜେ କ୍ଲିନ୍‌ଚିଟ୍‌ ଦେଉଛନ୍ତି?
ବିଧାନସଭା ପିଏସି ଚେୟାରମ୍ୟାନଙ୍କୁ ସିଏଜି ଦେଇଥିବା ରିପୋର୍ଟରୁ ଜଣାପଡ଼ିଛି, ୧୬୩ ଚାଷୀଙ୍କ ଭିତରୁ ୪୩ଟି ଜାଲ୍‌ ନାଁ ଥିବା ଚାଷୀଙ୍କୁ ଧାନ କିଣା ବାବଦରେ ୩୮ ଲକ୍ଷ  ୭୩ ହଜାର ଟଙ୍କା ଦିଆଯାଇଛି। ୪୩ ଜଣଙ୍କ ଭିତରେ କ୍ଷେତ୍ରବାସୀ ପ୍ରଧାନ ନାଁ ରହିଛି। ମାତ୍ର ତାଙ୍କ ନାଁ ପଞ୍ଜିକରଣ ହୋଇନି, କିନ୍ତୁ ଧାନ ବିକି  ୭୮ ହଜାର ୯୬୦ ଟଙ୍କା ନେଇଛନ୍ତି। ସେମିତି ପ୍ରଫୁଲ୍ଲ କୁମାର ପ୍ରଧାନଙ୍କ ନାଁ ମଧ୍ୟ ପଞ୍ଜିକରଣ ହୋଇନି। ସେ ଧାନ ବିକି ନେଇଛନ୍ତି ୭୦ ହଜାର ୫୦୦ ଟଙ୍କା। ବଡ଼ କଥା ହେଲା ଧାନ କିଣିବା ପାଇଁ ଧ୍ରୁବ ସାହୁ ସୁପାରିସ କରିଥିବା ଚାଷୀଙ୍କ ତାଲିକାରେ ମଧ୍ୟ ଏହି ଦୁଇ ଚାଷୀଙ୍କ ନାଁ ଅଛି।
ସିଏଜି ଚିହ୍ନଟ କରିଥିବା ୪୩ ଜଣ ଜାଲ୍‌ ଚାଷୀଙ୍କ ଭିତରୁ ଅନେକ ଅଛନ୍ତି। ଯଦି ଜାଲ୍‌ ଚାଷୀଙ୍କ ନାଁରେ ଧାନ କିଣା ହେଲା ଓ ସେହି ଚାଷୀଙ୍କ ତାଲିକା ଖୋଦ ଧ୍ରୁବ ସାହୁଙ୍କ ସୁପାରିସରେ ହୋଇଥିଲା, ତା’ହେଲେ ସେ ନିର୍ଦ୍ଦୋଷ ହେଲେ କେମିତି?
ବିଧାୟକ ଅଂଶୁମାନ ମହାନ୍ତିଙ୍କ ଅଭିଯୋଗକୁ ଆଧାର କରି କଟକ ଡିଆର୍‌ସିଏସ୍‌ କରିଥିବା ତଦନ୍ତ ରିପୋର୍ଟ ଅନୁସାରେ ବଞ୍ଚିଥିବା ଚାଷୀଙ୍କୁ ବି ମାରି ଦେଇଛନ୍ତି ତଦନ୍ତକାରୀ ଅଧିକାରୀ। ଶ୍ୟାମସୁନ୍ଦରପୁର ପାକ୍ସ ଅଧୀନରେ ଥିବା ବିଲିକନା ଗାଁର ଚାଷୀ ମାନଗୋବିନ୍ଦ ସାହୁ ମୃତ ବୋଲି ଦର୍ଶାଇଛନ୍ତି। ପ୍ରକୃତରେ ବଞ୍ଚିଛନ୍ତି ମାନଗୋବିନ୍ଦ। ତଦନ୍ତ ପାଇଁ ତାଙ୍କ ପାଖକୁ କେହି ଆସିନାହାନ୍ତି ବୋଲି ସେ କହିଛନ୍ତି।
ତଦନ୍ତରେ ଆଉ ଏକ ବଡ଼ ବ୍ୟତିକ୍ରମ ହେଉଛି, ୨୦୧୬ ମାର୍ଚ୍ଚ ୧୬ରୁ ୩୦ ଭିତରେ ଧାନ କିଣା ହୋଇଥିବା ଦର୍ଶାଯାଇଛି। ସେହି ସମୟରେ ମାର୍କଫେଡ୍‌ର ଦୁଇ ମ୍ୟାନେଜର ମନୋରଂଜନ ବିଶ୍ୱାଳ ଓ ଅକ୍ଷୟ ମହାପାତ୍ର ଧାନ କିଣିଛନ୍ତି। ହେଲେ ବାସ୍ତବ କଥା ହେଉଛି ଅକ୍ଷୟ ମହାପାତ୍ର ମେ ମାସ ୨୦ ତାରିଖରେ କେନ୍ଦ୍ରାପଡ଼ାରେ କାର୍ଯ୍ୟରେ ଯୋଗଦେଇଥିବା ସରକାରୀ ରେକର୍ଡ କହୁଛି। ତେଣୁ ଏହି ଅଧିକାରୀ ଜଣକ କ’ଣ କେନ୍ଦ୍ରାପଡ଼ା ଜିଲ୍ଲାରେ ଯୋଗଦେବା ପୂର୍ବରୁ ଧାନ କିଣିଥିଲେ?
ସମବାୟ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି-“ଧାନ ଦୁର୍ନୀତି ନେଇ ରାଜନଗର ବିଧାୟକ ଅଭିଯୋଗ ଆଣିଥିଲେ। ଏଥିରେ ତାଙ୍କ ପରିବାରର କିଛି ଲୋକ ସମ୍ପୃକ୍ତ ଅଛନ୍ତି। ସିଏଜି ରିପୋର୍ଟରୁ ଏହା ଜଣାପଡ଼ିଛି। ଧ୍ରୁବଙ୍କ ସମ୍ପର୍କରେ କିଛି ଉଲ୍ଲେଖ ନାହିଁ।”’
କଂଗ୍ରେସ ବିଧାୟକ ଅଂଶୁମାନ ମହାନ୍ତି କହିଛନ୍ତି-“ମୋର କୌଣସି ରକ୍ତ ସମ୍ପର୍କୀୟ ଧାନ କିଣା ଦୁର୍ନୀତିରେ ଥିବା ମନ୍ତ୍ରୀ ପ୍ରମାଣ କରିଦେଲେ ମୁଁ ରାଜନୀତିରୁ ସନ୍ନ୍ୟାସ ନେଇଯିବି। ଆଉ ଯଦି ପ୍ରମାଣ କରିନପାରିବେ, ତାହାହେଲେ ସେ ମନ୍ତ୍ରୀ ପଦ ଛାଡିବେ କି?”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story