ପୁଣି ପ୍ରବଚନ ଦେବାକୁ ବ୍ୟଗ୍ର ହେଲେଣି 'ଭଣ୍ଡ' ସାରଥି!

କଟକ (ଓଡ଼ିଶା ରିପୋର୍ଟର): ନିଜର ଭକ୍ତଙ୍କୁ ପ୍ରବଚନ ଦେବା ପାଇଁ ବ୍ୟଗ୍ର ହୋଇ ପଡ଼ିଲେଣି ଭଣ୍ଡ ସାରଥି ଓରଫ ସନ୍ତୋଷ ରାଉଳ! ଏଥିପାଇଁ ଅନୁମତି ଦେବାକୁ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଜେଲ୍‌ରୁ ମୁକୁଳିବା ବେଳେ କୋର୍ଟ ତାଙ୍କ ପାଇଁ କିଛି ସର୍ତ୍ତ ରଖିଥିଲେ। ସେହି ସର୍ତ୍ତ ଅନୁଯାୟୀ, ଜେଲ୍‌ରୁ ମୁକୁଳିବା ପରେ ସାରଥି କୌଣସି ସ୍ଥାନରେ ପ୍ରବଚନ ଦେଇ ପାରିବେ ନାହିଁ। ଏପରିକି ଭକ୍ତଙ୍କୁ ଏକାଠି କରିପାରିବେ ନାହିଁ। ଏହା ଦ୍ୱାରା ତାଙ୍କ ଘୋର ଆର୍ଥିକ […]

sarathi

sarathi

Manoranjan Sial
  • Published: Friday, 30 August 2019
  • Updated: 30 August 2019, 09:21 PM IST

Sports

Latest News

କଟକ (ଓଡ଼ିଶା ରିପୋର୍ଟର): ନିଜର ଭକ୍ତଙ୍କୁ ପ୍ରବଚନ ଦେବା ପାଇଁ ବ୍ୟଗ୍ର ହୋଇ ପଡ଼ିଲେଣି ଭଣ୍ଡ ସାରଥି ଓରଫ ସନ୍ତୋଷ ରାଉଳ! ଏଥିପାଇଁ ଅନୁମତି ଦେବାକୁ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଜେଲ୍‌ରୁ ମୁକୁଳିବା ବେଳେ କୋର୍ଟ ତାଙ୍କ ପାଇଁ କିଛି ସର୍ତ୍ତ ରଖିଥିଲେ। ସେହି ସର୍ତ୍ତ ଅନୁଯାୟୀ, ଜେଲ୍‌ରୁ ମୁକୁଳିବା ପରେ ସାରଥି କୌଣସି ସ୍ଥାନରେ ପ୍ରବଚନ ଦେଇ ପାରିବେ ନାହିଁ। ଏପରିକି ଭକ୍ତଙ୍କୁ ଏକାଠି କରିପାରିବେ ନାହିଁ। ଏହା ଦ୍ୱାରା ତାଙ୍କ ଘୋର ଆର୍ଥିକ ସଙ୍କଟ ଦେଖାଦେଇଛି।

'ଭଣ୍ଡବାବା' ୪ ବର୍ଷ ଧରି ଜେଲ୍‌ରେ ରହିଥିବାରୁ ତାଙ୍କର ଆର୍ଥିକ ସ୍ଥିତି ଖରାପ ହୋଇଯାଇଛି। ଏପରିକି ଘରଭଡ଼ା ଦେବା ପାଇଁ ତାଙ୍କ ପାଖରେ ଅର୍ଥ ନାହିଁ। ପ୍ରବଚନ ତାଙ୍କର ରୋଜଗାରର ଏକମାତ୍ର ମାଧ୍ୟମ ହୋଇଥିବାରୁ କିଛି ସର୍ତ୍ତ କୋହଳ କରି ଏଥିପାଇଁ ଅନୁମତି ଦେବାକୁ ସାରଥି ହାଇକୋର୍ଟରେ ଆବେଦନ କରିଛନ୍ତି।

ତାଙ୍କ ବିରୋଧରେ ଥିବା ସମସ୍ତ ମାମଲାରେ ଜାମିନ ମିଳିବା ପରେ ଗତ ଜୁଲାଇ୨୫ରେ ଚୌଦ୍ୱାର ଜେଲରୁ ମୁକୁଳିଥିଲେ ସାରଥି। କେନ୍ଦ୍ରାପଡ଼ା ବାରିମୂଳ ଆଶ୍ରମ ଅନ୍ତେବାସିନୀ ମା’ ଓ ଝିଅଙ୍କ ପକ୍ଷରୁ ଦାଏର ମାମଲାରେ ହାଇକୋର୍ଟ ତାଙ୍କୁ ଜାମିନ ଦେଇଛନ୍ତି। ୨ ଲକ୍ଷ ଟଙ୍କା ଓ ୨ ଜାମିନଦାରଙ୍କ ବଦଳରେ କୋର୍ଟ ଜାମିନ ଦେବା ସହ ସାକ୍ଷୀଙ୍କୁ ପ୍ରଭାବିତ ନ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଏସ୍‌ଡିଜେଏମଙ୍କ ବିନା ଅନୁମତିରେ ସାରଥି ରାଜ୍ୟ ବାହାରକୁ ଯାଇପାରିବେ ନାହିଁ। ଏପରିକି ସଭାସମିତି ମଧ୍ୟ କରିପାରିବେ ନାହିଁ ବୋଲି କୋର୍ଟ ସର୍ତ୍ତ ରଖିଛନ୍ତି। ସାରଥି ଜେଲରୁ ମୁକୁଳି ଥିଲେ ମଧ୍ୟ ସେ ବାରିମୂଳ ଆଶ୍ରମକୁ ଯାଇପାରିବେ ନାହିଁ ବୋଲି ହାଇକୋର୍ଟଙ୍କ ନିର୍ଦ୍ଦେଶ ରହିଛି। ୨୦୧୫ରେ ଗିରଫ ହୋଇଥିବା ସାରଥିଙ୍କ ବିରୋଧରେ ମୋଟ୍ ୩ଟି ମାମଲା ଥିବା ବେଳେ ପୂର୍ବରୁ ସେ ଅନ୍ୟ ଦୁଇଟି ମାମଲାରେ ଜାମିନ ପାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story