ନକଲି ସୁନା ଦେଇ ୪୪ ଲକ୍ଷ ଟଙ୍କା ଋଣ ନେବା ଘଟଣାରେ ଜଣେ ଗିରଫ

ବଲାଙ୍ଗିର: ପୁଣି ବ୍ୟାଙ୍କରେ ନକଲି ସୁନା ଦେଇ ଠକେଇ ଅଭିଯୋଗ। ବଲାଙ୍ଗିର ଜିଲ୍ଲା କୁସଙ୍ଗସ୍ଥିତ ଷ୍ଟେଟ୍‌ ବ୍ୟାଙ୍କ ଶାଖାରେ ନକଲି ସୁନା ଦେଇ ୪୪ ଲକ୍ଷ ଟଙ୍କା ଠକେଇ ଅଭିଯୋଗ ହୋଇଛି। ମାର୍ଚ୍ଚ ମାସ ଅଡିଟ୍ ରିପୋର୍ଟରେ ଏହା ଜଣାପଡ଼ିଥିଲା। ଏନେଇ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖାଙ୍କ ନିର୍ଦ୍ଦେଶ ପରେ ବଲାଙ୍ଗିର ସଦର ଥାନା ପୋଲିସ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ସୁନା ଗହଣା ଯାଞ୍ଚ କରିଥିବା ବଲାଙ୍ଗିର ଶାନ୍ତିପଡ଼ାର ଏକ ଘରୋଇ ଜୁଏଲରୀ ମାଲିକ ଅଭିମନ୍ୟୁ ମହାପାତ୍ରଙ୍କୁ […]

sbi

Rakesh Mallick
  • Published: Sunday, 26 March 2017
  • , Updated: 26 March 2017, 03:22 PM IST

ବଲାଙ୍ଗିର: ପୁଣି ବ୍ୟାଙ୍କରେ ନକଲି ସୁନା ଦେଇ ଠକେଇ ଅଭିଯୋଗ। ବଲାଙ୍ଗିର ଜିଲ୍ଲା କୁସଙ୍ଗସ୍ଥିତ ଷ୍ଟେଟ୍‌ ବ୍ୟାଙ୍କ ଶାଖାରେ ନକଲି ସୁନା ଦେଇ ୪୪ ଲକ୍ଷ ଟଙ୍କା ଠକେଇ ଅଭିଯୋଗ ହୋଇଛି। ମାର୍ଚ୍ଚ ମାସ ଅଡିଟ୍ ରିପୋର୍ଟରେ ଏହା ଜଣାପଡ଼ିଥିଲା। ଏନେଇ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖାଙ୍କ ନିର୍ଦ୍ଦେଶ ପରେ ବଲାଙ୍ଗିର ସଦର ଥାନା ପୋଲିସ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ସୁନା ଗହଣା ଯାଞ୍ଚ କରିଥିବା ବଲାଙ୍ଗିର ଶାନ୍ତିପଡ଼ାର ଏକ ଘରୋଇ ଜୁଏଲରୀ ମାଲିକ ଅଭିମନ୍ୟୁ ମହାପାତ୍ରଙ୍କୁ ଗିରଫ କରାଯାଇଛି।

ନକଲି ସୁନା ଦେଇ ୧୪ ଜଣ ଗ୍ରାହକ କୁଶଙ୍ଗ ବ୍ୟାଙ୍କରୁ ୪୪ ଲକ୍ଷ ଟଙ୍କା ଋଣ ଆକାରରେ ନେଇଥିଲେ। ସୁନା ନକଲି ଜଣାପଡ଼ିବା ପରେ ଏମାନଙ୍କ ନାଁରେ ମାମଲା ରୁଜୁ ହୋଇଛି।

Related story