ମୁଖ୍ୟମନ୍ତ୍ରୀଙ୍କ ବନ୍ୟା ସର୍ଭେ ପର୍ଦ୍ଦାଫାସ ପରେ ଦେଢ଼ ବର୍ଷ ତଳର କେସ ଖୋଳତାଡ଼ !

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦେଢ଼ବର୍ଷ ପରେ ତତ୍ପରତା କାହିଁକି ? କେନ୍ଦୁଝର ସାଂସଦ ଚନ୍ଦ୍ରାଣୀ ମୁର୍ମୁଙ୍କ ଫେକ୍ ଭିଡିଓ ଭାଇରାଲ୍ ମାମଲାରେ ଗିରଫଦାରିର ଦେଢ଼ବର୍ଷ ପରେ ହଠାତ୍ ପୁଲିସ ଏବଂ ଖୋଦ୍ ସାଂସଦ ସକ୍ରିୟ ହୋଇପଡ଼ିବାକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ । ତେବେ ଯେଉଁଭଳି ଢଙ୍ଗରେ ପୂରା ମାମଲା ଗତି କରୁଛି, ସେଥିରୁ ସାଂସଦ ଚନ୍ଦ୍ରାଣୀ ମୁର୍ମୁଙ୍କୁ ନ୍ୟାୟ ଅପେକ୍ଷା,  କଳେବଳେ କୌଶଳେ ଓଟିଭିକୁ ବଦନାମ କରିବାର ଅପଚେଷ୍ଟା ଜଳ ଜଳ ଦିଶୁଛି ଏଭଳି ସ୍ଥିତିରେ ପ୍ରେସ୍‌ମିଟ୍ […]

6hnm

6hnm

Tapas Behera
  • Published: Monday, 19 October 2020
  • Updated: 19 October 2020, 07:19 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦେଢ଼ବର୍ଷ ପରେ ତତ୍ପରତା କାହିଁକି ? କେନ୍ଦୁଝର ସାଂସଦ ଚନ୍ଦ୍ରାଣୀ ମୁର୍ମୁଙ୍କ ଫେକ୍ ଭିଡିଓ ଭାଇରାଲ୍ ମାମଲାରେ ଗିରଫଦାରିର ଦେଢ଼ବର୍ଷ ପରେ ହଠାତ୍ ପୁଲିସ ଏବଂ ଖୋଦ୍ ସାଂସଦ ସକ୍ରିୟ ହୋଇପଡ଼ିବାକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ । ତେବେ ଯେଉଁଭଳି ଢଙ୍ଗରେ ପୂରା ମାମଲା ଗତି କରୁଛି, ସେଥିରୁ ସାଂସଦ ଚନ୍ଦ୍ରାଣୀ ମୁର୍ମୁଙ୍କୁ ନ୍ୟାୟ ଅପେକ୍ଷା,  କଳେବଳେ କୌଶଳେ ଓଟିଭିକୁ ବଦନାମ କରିବାର ଅପଚେଷ୍ଟା ଜଳ ଜଳ ଦିଶୁଛି ଏଭଳି ସ୍ଥିତିରେ ପ୍ରେସ୍‌ମିଟ୍ କରି କଂଗ୍ରେସ କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ଅଭିଯୋଗ କରିଛନ୍ତି ସାଂସଦଙ୍କୁ ବ୍ୟବହାର କରାଯାଉଛି।

୧୪ ଅକ୍ଟୋବର ୨୦୨୦ । ଓଟିଭିରେ ବନ୍ୟାଞ୍ଚଳରେ ମୁଖ୍ୟମନ୍ତ୍ରୀଙ୍କ ୧୯ ମିନିଟ୍‌ରେ ଉଡ଼ାଣର RTI ତଥ୍ୟ ସଂପର୍କିତ ଖବର ପ୍ରସାରଣ ହେଲା।ଆଉ ଠିକ୍ ତା ପରଦିନ ବିନା ନୋଟିସ୍ କି ଓ୍ୱାରେଣ୍ଟରେ ରାସ୍ତା ଉପରୁ ଓଟିଭିର ବରିଷ୍ଠ ସାମ୍ବାଦିକ ରମେଶ ରଥଙ୍କୁ ଅପରାଧୀଙ୍କ ଭଳି ଉଠାଇ ନେଲା। ବିନା ସର୍ଚ୍ଚ ଓ୍ୱାରେଣ୍ଟରେ ତାଙ୍କୁ ଧରି ଓଟିଭି ଅଫିସକୁ ପଶିବାକୁ ଉଦ୍ୟମ ବି କଲା କେନ୍ଦୁଝର ପୁଲିସ।କୁହାଗଲା ଦେଢ଼ବର୍ଷ ତଳର ସାଂସଦ ଚନ୍ଦ୍ରାଣୀ ମୁର୍ମୁଙ୍କ ଫେକ୍ ଭାଇରାଲ୍ ଭିଡିଓ ମାମଲାରେ ସଂପୃକ୍ତ ଅଛନ୍ତି ରମେଶ ରଥ। ଓଟିଭି କମ୍ପ୍ୟୁଟରରେ ଲୁଚିଛି ତଥ୍ୟ ପ୍ରମାଣ। ଏହା ପରେ ପରେ ସାସଂଦ ଚନ୍ଦ୍ରାଣୀ ମୁର୍ମୁ ଭିଡିଓ ବାର୍ତ୍ତା କରି ପୋଷ୍ଟ କଲେ। ରମେଶ ରଥଙ୍କୁ ଅଭିଯୁକ୍ତ ସଜାଇ ତାଙ୍କ ଗିରଫ ଦାବି କଲେ।  ଓଟିଭି ବିରୋଧରେ ବିଷୋଦଗାରର ମଧ୍ୟ କଲେ।  ଏପରିକି ଏହି ମାମଲାରେ ଓଟିଭି ବିରୋଧରେ ସ୍ୱାଧିକାର ଭଙ୍ଗ ଅଭିଯୋଗ ଆଣି ଆଜି ବାଚସ୍ପତିଙ୍କୁ ଚିଠି ବି ଲେଖିଛନ୍ତି ଚନ୍ଦ୍ରାଣୀ।

ହେଲେ ଏଠି ପ୍ରଶ୍ନ ଦେଢ଼ ବର୍ଷ ପରେ କାହିଁକି ଏ ତତ୍ପରତା ? ମାମଲା ଏପ୍ରିଲ ୯, ୨୦୧୯ର ଯେଉଁଥିରେ ଦେଢବର୍ଷ ତଳୁ ଓଟିଭିର ଜଣ ପୂର୍ବତନ ସାମ୍ବାଦିକଙ୍କ ସହ ମୋଟ୍ ୫ ଜଣଙ୍କୁ ଗିରଫ କରିଥିଲା ପୁଲିସ । ଏହା ଭିତରେ ଅଭିଯୁକ୍ତମାନେ ଜେଲ୍ ଯାଇ ଫେରିଲେଣି ବି କିନ୍ତୁ ଏବେ ହଠାତ୍ କାହିଁକି ଜିଇଁ ଉଠିଲା ଏ ମାମଲା ? ଏଭଳି ସ୍ପର୍ଶକାତର ମାମଲାର ତଦନ୍ତରେ ଯଦି ଆଉ କିଛି ରହିଯାଇଥିଲା , ତାହେଲେ ଦେଢ଼ବର୍ଷ ଧରି କଣ କରୁଥିଲା କେନ୍ଦୁଝର ପୁଲିସ? ଯେଉଁ ଅଭିଯୁକ୍ତଙ୍କ ବୟାନ୍ ଆଧାରରେ ରମେଶ ରଥଙ୍କୁ ଗୁନ୍ଥା ଗଲା, ଗିରଫଦାରୀ ସମୟରେ ଏବଂ ପୁଲିସ ରିମାଣ୍ଡରେ ଥିଲା ବେଳେ ସେତେବେଳେ ରମେଶ ରଥଙ୍କ ନାଁ ନେଇଥିଲେ କି ସଂପୃକ୍ତ ଅଭିଯୁକ୍ତ?

ଅଭିଯୋଗକାରୀଙ୍କ ପକ୍ଷରୁ ବି ସେତେବେଳେ  ରମେଶ ରଥଙ୍କ ନାଁ ଉଠିଥିଲା କି ? ଯଦି ଉଠିଥିଲା ତାହେଲେ ଦୀର୍ଘ ଦେଢ଼ବର୍ଷ ଧରି ଏହା ଉପରେ କାହିଁକି ଚୁପ୍ ବସିଥିଲା ପୁଲିସ? ସେତେବେଳେ ଯଦି ଓଟିଭି ଅଫିସରେ ଏକ କମ୍ପ୍ୟୁଟରରେ ପ୍ରମାଣ ଥିବା ଅଭିଯୁକ୍ତ କହିଥିଲେ, ଦେଢ଼ବର୍ଷ ପରେ ସେଇ ପ୍ରମାଣ କଥା କଣ ଏବେ ମନେପଡ଼ିଲା? ଖୋଦ୍ ଜଣେ ଶାସକ ଦଳର ଆଦିବାସୀ ମହିଳା ସାଂସଦଙ୍କୁ ନ୍ୟାୟ ଦେବାରେ ପୁଲିସର ଇଏ  କିଭଳିଆ ତତ୍ପରତା ଯେ ଦେଢ଼ବର୍ଷ ପରେ ପ୍ରମାଣ ଖୋଜାଯାଉଛି? ଚନ୍ଦ୍ରାଣୀଙ୍କୁ ନ୍ୟାୟ ଦେବା ମୂଳ ଉଦ୍ଦେଶ୍ୟ ନା ଧାରାବାହିକ ନାଟକ ଭଳି ଉପର ମହଲରୁ ସମୟକୁ ସମୟ ଆସୁଥିବା ସ୍କ୍ରିପ୍ଟ ଅନୁଯାୟୀ ଖାଲି ଅଭିନୟ କରିଚାଲିଛି ପୁଲିସ ? ଅପରପକ୍ଷେ ଏହି ଫେକ୍ ଭିଡିଓ ମାମଲାରେ ପୁଲିସ କାର୍ଯ୍ୟାନୁଷ୍ଠାନର ଦେଢ଼ ବର୍ଷ ପରେ ଏବେ ହଠାତ୍ ସାଂସଦ ଚନ୍ଦ୍ରାଣୀ ମୁର୍ମୁ ସକ୍ରିୟ ହେବା ବି ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏପରିକି ଯେଉଁ ଫେକ୍ ଭିଡିଓରେ ଓଟିଭିର ସଂପୃକ୍ତି ନାହିଁ, ଯେଉଁ ଫେକ୍ ଭିଡିଓ ଓଟିଭିରେ ପ୍ରସାରିତ ହୋଇ ନାହିଁ, ସେହି ମାମଲାରେ ଟାଣି ଓଟାରି କେବଳ ସାମ୍ନାକୁ ଓଟିଭିର ନାଁକୁ ଆଣି ବଦନାମ୍ କରିବାକୁ ଅପଚେଷ୍ଟା କରାଯାଉଛି।

ଅନ୍ୟପଟେଏଭଳି ସମୟରେ ଏହି ପ୍ରସଙ୍ଗରେ ପ୍ରେସମିଟ୍ କରି ସାଂସଦ ଚନ୍ଦ୍ରାଣୀ ମୁର୍ମୁଙ୍କୁ ବ୍ୟବହାର କରାଯାଉଥିବା ଅଭିଯୋଗ କରିଛନ୍ତି ପିସିସି କାଯର୍ୟକାରୀ ସଭାପତି ପ୍ରଦୀପ ମାଝି । ଫେକ୍ ଭିଡିଓ କିଏ କରିଥିଲା, ତାକୁ ଧରାଯିବା ଉଚିତ ଏବଂ ଏହାର ମୂଳ ପର୍ଯ୍ୟନ୍ତ ଓଡ଼ିଶା ପୁଲିସ ଏଯାଏଁ ପହଞ୍ଚିନଥିବା ଅଭିଯୋଗ କରି ଏହି ପ୍ରସଙ୍ଗକୁ ନେଇ ଆଗାମୀ ଦିନରେ ଆଦିବାସୀ ସମାଜ ନବୀନ ନିବାସ ଘେରାଉ କରିବାର ନିଷ୍ପତ୍ତି କରିଥିବା କହିଛନ୍ତି ପ୍ରଦୀପ । ବଡ଼ କଥା ହେଉଛି ଏହି ମାମଲାରେ ଓଟିଭିର ଜନୈକ ସାମ୍ବାଦିକଙ୍କୁ ଗତ ବର୍ଷ ସେ ବ୍ୟକ୍ତିଗତ ଆଧାରରେ କରିଥିବା କାର୍ଯ୍ୟକଳାପ ଅଭିଯୋଗ ପାଇଁ ପୁଲିସ ଗିରଫ କରିବାରୁ, ସେତେବେଳେ ଚ୍ୟାନେଲ୍ ପକ୍ଷରୁ ମଧ୍ୟ ସଂପୃକ୍ତ ସାମ୍ବାଦିକଙ୍କ ବିରୋଧରେ କାଯର୍ୟାନୁଷ୍ଠାନ ନିଆଯାଇଥିଲା । ହେଲେ ଏବେ ସଂପୃକ୍ତ ସାମ୍ବାଦିକ ଏକ ସରକାରୀ ପ୍ରତ୍ସୋହିତ ଚ୍ୟାନେଲ୍ ପାଇଁ କାମ କରୁଥିବାର ସୂଚନା ମିଳିଛି। ଏସବୁଥିରୁ କେବଳ ଓଟିଭି, ଏବଂ ଓଟିଭିକୁ ହିଁ ବଦନାମ୍ କରିବା, ଏହାର କର୍ମଚାରୀଙ୍କୁ ହଈରାଣ କରିବା ପାଇଁ ଯେ ସବୁ ପ୍ରକାରର ଅସ୍ତ୍ର ପ୍ରୟୋଗ ଚାଲିଛି ତାହା ଜଳ ଜଳ ଦିଶୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story