ମିଛ ବନ୍ୟା ସର୍ଭେ ଖବର: ନିରବ କାହିଁକି ସିଏମ୍‌ଓ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅଗଷ୍ଟ ୩୧ ତାରିଖରେ ଆକାଶମାର୍ଗରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବନ୍ୟାଞ୍ଚଳ ପରିଦର୍ଶନ କେତେ ସତ? ଏହାକୁ ନେଇ ସମଗ୍ର ରାଜ୍ୟରେ ଆଲୋଚନା ଚାଲିଥିବା ବେଳେ ଆର୍‌ଟିଆଇ କର୍ମୀ ଉଠାଇଥିବା ପ୍ରଶ୍ନର ଉତ୍ତର ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ମିଳିନି। ଏପରିକି ଇ-ମେଲ୍‌ ଯୋଗେ ଓଟିଭି ପକ୍ଷରୁ ସିଏମ୍ଓର ପ୍ରତିକ୍ରିୟା ଲୋଡ଼ା ଯାଇଥିଲେ ମଧ୍ୟ ଏଯାଏଁ ତା’ର ଉତ୍ତର ମିଳିଲାନି। ଆକାଶମାର୍ଗରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବନ୍ୟାଞ୍ଚଳ ପରିଦର୍ଶନ ସମ୍ପର୍କରେ ସୂଚନା ଅଧିକାର କର୍ମୀଙ୍କ ଦ୍ୱାରା ପ୍ରଦତ୍ତ […]

flood

flood

Manoranjan Sial
  • Published: Friday, 16 October 2020
  • Updated: 16 October 2020, 07:59 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅଗଷ୍ଟ ୩୧ ତାରିଖରେ ଆକାଶମାର୍ଗରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବନ୍ୟାଞ୍ଚଳ ପରିଦର୍ଶନ କେତେ ସତ? ଏହାକୁ ନେଇ ସମଗ୍ର ରାଜ୍ୟରେ ଆଲୋଚନା ଚାଲିଥିବା ବେଳେ ଆର୍‌ଟିଆଇ କର୍ମୀ ଉଠାଇଥିବା ପ୍ରଶ୍ନର ଉତ୍ତର ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ମିଳିନି। ଏପରିକି ଇ-ମେଲ୍‌ ଯୋଗେ ଓଟିଭି ପକ୍ଷରୁ ସିଏମ୍ଓର ପ୍ରତିକ୍ରିୟା ଲୋଡ଼ା ଯାଇଥିଲେ ମଧ୍ୟ ଏଯାଏଁ ତା’ର ଉତ୍ତର ମିଳିଲାନି।

ଆକାଶମାର୍ଗରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବନ୍ୟାଞ୍ଚଳ ପରିଦର୍ଶନ ସମ୍ପର୍କରେ ସୂଚନା ଅଧିକାର କର୍ମୀଙ୍କ ଦ୍ୱାରା ପ୍ରଦତ୍ତ ତଥ୍ୟ ଓ ବିବୃତ୍ତି ଆଧାରରେ ଓଟିଭିରେ ଖବର ପ୍ରସାରଣ କରିଥିଲା। ଏହା ପରେ ଗତକାଲି ଭୁବନେଶ୍ୱର ବିମାନ ବନ୍ଦର କର୍ତ୍ତୃପକ୍ଷ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବଙ୍କୁ ସ୍ପଷ୍ଟୀକରଣ ଦେଇଥିଲେ। ସେଥିରେ ସ୍ପଷ୍ଟ କରାଯାଇଥିଲା ଯେ, ୨୦୨୦ ଅଗଷ୍ଟ ୩୧ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ୧୯ ମିନିଟ୍‌ ଉଡ଼ାଣ କରିଥିଲା। ମୁଖ୍ୟମନ୍ତ୍ରୀଙ୍କ ଫ୍ଲାଇଟ୍‌ ୧୦ଟା ୧୨ UTC ବା ଭାରତୀୟ ସମୟ ଅପରାହ୍ଣ ୩ଟା ୪୨ରେ ଭୁବନେଶ୍ୱର ଏୟାରପୋର୍ଟରୁ ଉଡ଼ାଣ ଭରିଥିଲେ। ୧୦ଟା ୩୧ UTC ବା ଅପରାହ୍ଣ ୪ଟା ୧ ମିନିଟରେ ଅବତରଣ କରିଥିଲେ। ଅର୍ଥାତ୍‌ ୧୯ ମିନିଟରେ ବନ୍ୟାଞ୍ଚଳର ଏରିୟଲ୍‌ ସର୍ଭେ କରିଥିଲେ ମୁଖ୍ୟମନ୍ତ୍ରୀ।

ଆର୍‌ଟିଆଇ କର୍ମୀ ପ୍ରଶ୍ନ କରିଥିଲେ, ଏହି ୧୯ ମିନିଟରେ ଆକାଶମାର୍ଗରୁ କେଉଁ କେଉଁ ବନ୍ୟାଞ୍ଚଳ ବୁଲି ଦେଖିଥିଲେ ନବୀନ? ବନ୍ୟାଞ୍ଚଳ ପରିଦର୍ଶନ ପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଜାରି ହୋଇଥିବା ପ୍ରେସ୍‌ ବିବୃତ୍ତିରେ ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତିକୁ ଉଦ୍ଧାର କରି ବନ୍ୟାରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ ଓ ଖୋର୍ଦ୍ଧା ଜିଲ୍ଲାର ଅନେକ ଅଞ୍ଚଳ କ୍ଷତିଗ୍ରସ୍ତ ଥିବା, ଅନେକ ଗାଁରେ ବନ୍ୟାଜଳ ପଶିଥିବା, ଘର ଭାଙ୍ଗିବା ସହ ରାସ୍ତା ଭାଙ୍ଗିଥିବା, ସରକାରୀ ଭିତ୍ତିଭୂମି କ୍ଷତିଗ୍ରସ୍ତ ହୋଇଥିବା ଉଲ୍ଲେଖ ହୋଇଥିଲା। ମାତ୍ର ୧୯ ମିନିଟ ଭିତରେ ମୁଖ୍ୟମନ୍ତ୍ରୀ ଏଥିରୁ କେଉଁ କେଉଁ ଜିଲ୍ଲା ଗସ୍ତ କରିଥିଲେ ବୋଲି ପ୍ରଶ୍ନ ଉଠିଥିଲା।

ଏହି ସମୟ ଭିତରେ କେଉଁ ପର୍ଯ୍ୟନ୍ତ ଉଡ଼ାଣ କରି ଫେରିବା ସମ୍ଭବ? ଯେଉଁ ହେଲିକପ୍ଟରରେ ଯାଇଥିଲେ ସେହି ହେଲିକପ୍ଟରର ସର୍ବୋଚ୍ଚ ସ୍ପିଡ୍‌ ଓ ଦକ୍ଷତା କେତେ?

ପାଇଲଟ୍‌ କ୍ୟାପ୍‌ଟନ ରାଜ ମହାପାତ୍ର କହିଛନ୍ତି-“ମଲ୍‌ଟି ଇଞ୍ଜିନ ହେଲିକପ୍ଟର ୪୦ରୁ ୪୫ ମିନିଟ୍‌ରେ ଯାଜପୁର ପର୍ଯ୍ୟନ୍ତ ଯାଇପାରିବ। କିନ୍ତୁ ୧୯ ମିନିଟ ଭିତରେ ସେଠାକୁ ଯାଇ ଫେରିବା ସମ୍ଭବପର ନୁହେଁ।” ସେହିପରି କ୍ୟାପ୍ଟେନ ମନ୍ମଥ ରାଉତରାୟ କହିଛନ୍ତି ଯେ ଯଦି ବି ଏତେ କମ୍‌ ସମୟ ମଧ୍ୟରେ ହେଲିକପ୍ଟର ଏତେ ବାଟ ଯାଇ ଫେରିଥିବ ତେବେ ତାହା ବିପଜ୍ଜନକ ଉଡ଼ାଣ ଥିଲା।

ସୂଚନା କର୍ମୀଙ୍କ ଦ୍ୱାରା ପ୍ରଦତ୍ତ ତଥ୍ୟ ଓ ବିବୃତ୍ତି ଆଧାରରେ ଗତ ୧୪ ତାରିଖରେ ଖବର ପ୍ରସାରଣ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ପ୍ରତିକ୍ରିୟା ନେବାକୁ ଚେଷ୍ଟା କରାଯାଇଥିଲା। ବାରମ୍ବାର ଫୋନ କରିବା ସତ୍ତ୍ୱେ କୌଣସି ଜବାବ ନମିଳିବାରୁ ସିଏମ୍‌ଓଙ୍କୁ ଇ-ମେଲ୍‌ ଯୋଗେ ମଧ୍ୟ ସ୍ପଷ୍ଟୀକରଣ ନେବାକୁ ଚେଷ୍ଟା କରାଯାଇଥିଲା। ହେଲେ ଆଜି ଯାଏଁ କୌଣସି ଉତ୍ତର ମିଳିନାହିଁ। ତେଣୁ ଏ କ୍ଷେତ୍ରରେ ସିଏମ୍ଓର ଅସମ୍ଭବ ନିରବତାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ମୁଖ୍ୟମନ୍ତ୍ରୀ ସେଦିନ କେଉଁ କେଉଁ ଅଞ୍ଚଳ ବୁଲି ଦେଖିଥିଲେ, ସାରା ରାଜ୍ୟବାସୀ ଏ ଉତ୍ତରର ଅପେକ୍ଷା ରଖୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story