ଡାହାଣୀ ସନ୍ଦେହରେ ହାଣି ଦେଲେ

ସୁନ୍ଦରଗଡ଼ (ବିଜୟ ବରୁଆ): ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଥାନା ଅନ୍ତର୍ଗତ ପାମାରା ଗାଁରେ ଡାହାଣୀ ସନ୍ଦେହରେ ଜଣେ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ତାଙ୍କ ନାଁ ଦୁଃଖୀ ବରିହା। ତାଙ୍କର ଦୁଇ ହାତର ଆଙ୍ଗୁଳି ଓ ଛାତିରେ ଆଘାତ ଲାଗିଛି। ତାଙ୍କୁ ଗୁରୁତର ଅବସ୍ଥାରେ ସୁନ୍ଦରଗଡ଼ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ, କିଛି ଦିନ ହେବ ଦୁଃଖୀଙ୍କ ପଡ଼ୋଶୀ ରାମ ବାରିକଙ୍କ ପରିବାର ତାଙ୍କୁ ଡାହାଣୀ ବୋଲି ସନ୍ଦେହ କରି ଆସୁଥିଲେ। ଏମିତିକି ସମସ୍ତଙ୍କ […]

man

man

Jitendra Garnayak
  • Published: Monday, 01 October 2018
  • Updated: 01 October 2018, 12:09 PM IST

Sports

Latest News

ସୁନ୍ଦରଗଡ଼ (ବିଜୟ ବରୁଆ): ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଥାନା ଅନ୍ତର୍ଗତ ପାମାରା ଗାଁରେ ଡାହାଣୀ ସନ୍ଦେହରେ ଜଣେ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ତାଙ୍କ ନାଁ ଦୁଃଖୀ ବରିହା।

ତାଙ୍କର ଦୁଇ ହାତର ଆଙ୍ଗୁଳି ଓ ଛାତିରେ ଆଘାତ ଲାଗିଛି। ତାଙ୍କୁ ଗୁରୁତର ଅବସ୍ଥାରେ ସୁନ୍ଦରଗଡ଼ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ, କିଛି ଦିନ ହେବ ଦୁଃଖୀଙ୍କ ପଡ଼ୋଶୀ ରାମ ବାରିକଙ୍କ ପରିବାର ତାଙ୍କୁ ଡାହାଣୀ ବୋଲି ସନ୍ଦେହ କରି ଆସୁଥିଲେ। ଏମିତିକି ସମସ୍ତଙ୍କ ସମ୍ମୁଖରେ ତାଙ୍କୁ ଡାହାଣୀ ବୋଲି ଡାକୁ ଥିଲେ। ଦୁଃଖୀଙ୍କ ଯୋଗୁ ତାଙ୍କ ପରିବାରର କେହି ଭଲରେ ରହି ପାରୁ ନଥିବା ରାମ ଅଭିଯୋଗ କରି ଆସୁଥିଲେ।

ଆଜି ସକାଳେ ଦୁଃଖୀଙ୍କ ସହ ରାମଙ୍କ ଝିଅର ବଚସା ହୋଇଥିଲା। ଏହାପରେ ତାଙ୍କର ପୂରା ପରିବାର ଦୁଃଖୀଙ୍କୁ ଆକ୍ରମଣ କରିଥିଲେ। ତାଙ୍କୁ ଟାଙ୍ଗିଆରେ ଆକ୍ରମଣ କରାଯାଇଥିଲା।

ଏନେଇ ଦୁଃଖୀଙ୍କ ପୁଅ ବଡ଼ଗାଁ ଥାନାରେ ଏତଲା ଦେଇଛନ୍ତି। ପୁଲିସ୍‌ ରାମ ବାରିକ ତାଙ୍କ ସ୍ତ୍ରୀ, ପୁଅ ଓ ଝିଅକୁ ଅଟକ ରଖିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos