ଆନ୍ଦୋଳନ ତେଜୁଥିବା ଦେଖି ମଝିରାସ୍ତା ବାଛିଲେ ସରକାର

ବରଗଡ଼/ସମ୍ବଲପୁର/ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):ଟୋକନ୍ ବ୍ୟବସ୍ଥା ଉଚ୍ଛେଦ ଦାବିରେ ଚାଷୀ ଆନ୍ଦୋଳନ ତେଜୁଥିବା ଦେଖି ମଝିରାସ୍ତା ବାଛିଛନ୍ତି ସରକାର। ଟୋକନ ବ୍ୟବସ୍ଥା ରହିବ। ହେଲେ ଟୋକନ୍ ପାଇ ନଥିବା ଚାଷୀ ମଧ୍ୟ ଧାନ ବିକି ପାରିବେ। ଆଜି ସରକାରଙ୍କ ପକ୍ଷରୁ ଏଇ ମୌଖିକ ପ୍ରତିଶ୍ରୁତି ମିଳିବା ପରେ ସମ୍ବଲପୁରେ ଚାଷୀ ଆନ୍ଦୋଳନରୁ ଓହରିଛନ୍ତି। କିନ୍ତୁ ବରଗଡ଼ରେ ଆନ୍ଦୋଳନ ଚାଲିଛି । ସେପଟେ ଟୋକନ୍ ବ୍ୟବସ୍ଥାର ପ୍ରତ୍ୟାହାର ଦାବି ନେଇ ବିଧାନସଭାରେ ଆଜି ବି ହଙ୍ଗାମା ହୋଇଛି। ଟୋକନ୍ ବ୍ୟବସ୍ଥା […]

4567

4567

Tapas Behera
  • Published: Thursday, 21 November 2019
  • Updated: 21 November 2019, 09:29 PM IST

Sports

Latest News

ବରଗଡ଼/ସମ୍ବଲପୁର/ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):ଟୋକନ୍ ବ୍ୟବସ୍ଥା ଉଚ୍ଛେଦ ଦାବିରେ ଚାଷୀ ଆନ୍ଦୋଳନ ତେଜୁଥିବା ଦେଖି ମଝିରାସ୍ତା ବାଛିଛନ୍ତି ସରକାର। ଟୋକନ ବ୍ୟବସ୍ଥା ରହିବ। ହେଲେ ଟୋକନ୍ ପାଇ ନଥିବା ଚାଷୀ ମଧ୍ୟ ଧାନ ବିକି ପାରିବେ। ଆଜି ସରକାରଙ୍କ ପକ୍ଷରୁ ଏଇ ମୌଖିକ ପ୍ରତିଶ୍ରୁତି ମିଳିବା ପରେ ସମ୍ବଲପୁରେ ଚାଷୀ ଆନ୍ଦୋଳନରୁ ଓହରିଛନ୍ତି। କିନ୍ତୁ ବରଗଡ଼ରେ ଆନ୍ଦୋଳନ ଚାଲିଛି । ସେପଟେ ଟୋକନ୍ ବ୍ୟବସ୍ଥାର ପ୍ରତ୍ୟାହାର ଦାବି ନେଇ ବିଧାନସଭାରେ ଆଜି ବି ହଙ୍ଗାମା ହୋଇଛି। ଟୋକନ୍ ବ୍ୟବସ୍ଥା ଉଚ୍ଛେଦ ଦାବିରେ ୫ ଦିନ ଧରି ବିଭିନ୍ନ ସ୍ତରରେ ଆନ୍ଦୋଳନ ପରେ ଆଜି ଜାତୀୟ ରଜପଥରେ ଏକପ୍ରକାର ଚକା ଜାମ୍ କରିଦେଇଥିଲେ ଚାଷୀ। ଆଉ  ଆନ୍ଦୋଳନ ତୀବ୍ର ରୂପ ନେଉଥିବା ଦେଖି ମଝିରାସ୍ତା ଆପଣେଇବାକୁ ବାଧ୍ୟ ହୋଇଛନ୍ତି ସରକାର । ଶ୍ରମମନ୍ତ୍ରୀ ସୁଶାନ୍ତ ସିଂ ଓ ସରକାରୀ ଦଳ ଉପମୁଖ୍ୟ ସଚେତକ ରୋହିତ ପୂଜାରୀ ବରେଇପାଲି ଯାଇ ଆନ୍ଦୋଳନରତ ଚାଷୀଙ୍କ ସହ ବିଭିନ୍ନ ପର୍ଯ୍ୟାୟରେ ଆଲୋଚନା କରିଥିଲେ। ପ୍ରତିଶ୍ରୁତି ଦେଇଥିଲେ ଟୋକନ୍ ବ୍ୟବସ୍ଥା ରହିବ, କିନ୍ତୁ ଟୋକନ୍ ପାଇନଥିବା ଚାଷୀଙ୍କ ଠାରୁ ମଧ୍ୟ ଧାନ କିଣାଯିବ। ମନ୍ତ୍ରୀଙ୍କ ମୌଖିକ ପ୍ରତିଶ୍ରୁତି ପରେ ଆନ୍ଦୋଳନରୁ ଓହରି ଥିଲେ ଚାଷୀ। ସେପଟେ ଟୋକନ୍ ବ୍ୟବସ୍ଥାକୁ ନେଇ ଆଜି ବି ବିଧାନସଭାରେ ହଙ୍ଗାମା କାରଣରୁ ଗୃହ ବାରମ୍ବାର ମୁଲତବୀ ହୋଇଛି।

ପ୍ରଶ୍ନକାଳ ଆରମ୍ଭରୁ ଟୋକନ୍ ବ୍ୟବସ୍ଥା ପ୍ରତ୍ୟାହାର ଦାବିରେ ପ୍ରଥମେ କଂଗ୍ରେସ ବିଧାୟକ ଗୃହର ମଧ୍ୟଭାଗକୁ ଆସି ହୋହଲ୍ଲା କରିବାରୁ ବାଚସ୍ପତି ଗୃହକୁ ସାଢ଼େ ୧୨ଟା ଯାଏ ମୁଲତବୀ ରଖିଥିଲେ। ଏହାପରେ ଜିରୋ ଆଓ୍ୱାର ଏବଂ ଅପରାହ୍ଣ ଅଧିବେଶନରେ ମଧ୍ୟ ଦେଖିବାକୁ ମିଳିଥିଲା ସମାନ ସ୍ଥିତି। ଉଭୟ ବିଜେପି ଓ କଂଗ୍ରେସ ସଦସ୍ୟମାନେ ଗୃହର ମଧ୍ୟଭାଗରେ ହଟ୍ଟଗୋଳ କରିଥିଲେ। ଏପରିକି କଂଗ୍ରେସ ବିଧାୟକ ତାରାବାହିନୀ ପତି ବାଚସ୍ପତିଙ୍କ ପୋଡ଼ିୟମ୍ ଉପରକୁ ଚଢ଼ି ମାଇକ୍ ଏବଂ କାଗଜ ଟଣାଓଟରା କରିଥିଲେ। ଫଳରେ ପୁଣି ଗୃହ ମୁଲତବୀ ହୋଇଥିଲା। ଲୋକସଭାରେ ବି ଏହି ପ୍ରସଙ୍ଗ ଉଠାଇ କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି ବରଗଡ଼ ସାଂସଦ ସୁରେଶ ପୂଜାରୀ।

ସେପଟେ ଟୋକନ୍ ବ୍ୟବସ୍ଥା ବିରୋଧରେ ରାଜଧାନୀରେ ବି ଗର୍ଜିଛନ୍ତି ଚାଷୀ । ଟୋକନ୍ ବ୍ୟବସ୍ଥାର ତୁରନ୍ତ ପ୍ରତ୍ୟାହାର ଦାବି କରି ଆଜି ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଏକ ଶୋଭାଯାତ୍ରା ନବୀନ ନିବାସ ଅଭିମୁଖେ ଯାଉଥିଲା ବେଳେ ଶିଶୁ ଭବନ ଛକରେ ପୋଲିସ୍ ସେମାନଙ୍କୁ ଆଗକୁ ବଢ଼ିବାକୁ ଦେଇନଥିଲା । ଫଳରେ ସେଠାରେ କିଛି ସମୟ ପାଇଁ ପୋଲିସ୍ ଓ ଚାଷୀଙ୍କ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos