ଚାଷ ଜମିରେ ଗୋରୁ ଛାଡ଼ିଦେଲେ ଚାଷୀ

ତେଲକୋଇ (ଚିନ୍ମୟ କୁମାର ସାହୁ): ଠକିଦେଲେ ଈଶ୍ୱର! ଧାନ କେଣ୍ଡା ବାହାରିବା ବେଳେ ଉଭାନ ହୋଇଗଲା ବର୍ଷା। ଶୁଖିଗଲା ଧାନ କେଣ୍ଡା। ମାଟିରେ ମିଶିଲା ବର୍ଷକର ପରିଶ୍ରମ। ଉପାୟଶୂନ୍ୟ ହୋଇ ଚାଷୀ ବିଚରା ଚାଷ ଜମିରେ ଛାଡ଼ିଦେଲା ଗୋରୁ। ଆଜି ଏପରି ଚିତ୍ର ଆସିଛି ଶିଳ୍ପ ସମୃଦ୍ଧ କେନ୍ଦୁଝର ଜିଲ୍ଲାରୁ। ବର୍ଷା ଅଭାବରୁ ଚାଷ ଜମି ଶୁଖି ଆଁ’ କରିଛି। ତେଲକୋଇ ବ୍ଲକରେ ରହିଛି ୮ ହଜାର ୭୦୦ ହେକ୍ଟର ଚାଷ ଜମି। ସେଥିରୁ ୧୦ ପ୍ରତିଶତ […]

Rice-Field

Rice-Field

Manoranjan Sial
  • Published: Tuesday, 01 November 2022
  • Updated: 01 November 2022, 06:50 PM IST

Sports

Latest News

ତେଲକୋଇ (ଚିନ୍ମୟ କୁମାର ସାହୁ): ଠକିଦେଲେ ଈଶ୍ୱର! ଧାନ କେଣ୍ଡା ବାହାରିବା ବେଳେ ଉଭାନ ହୋଇଗଲା ବର୍ଷା। ଶୁଖିଗଲା ଧାନ କେଣ୍ଡା। ମାଟିରେ ମିଶିଲା ବର୍ଷକର ପରିଶ୍ରମ। ଉପାୟଶୂନ୍ୟ ହୋଇ ଚାଷୀ ବିଚରା ଚାଷ ଜମିରେ ଛାଡ଼ିଦେଲା ଗୋରୁ। ଆଜି ଏପରି ଚିତ୍ର ଆସିଛି ଶିଳ୍ପ ସମୃଦ୍ଧ କେନ୍ଦୁଝର ଜିଲ୍ଲାରୁ। ବର୍ଷା ଅଭାବରୁ ଚାଷ ଜମି ଶୁଖି ଆଁ’ କରିଛି।

ତେଲକୋଇ ବ୍ଲକରେ ରହିଛି ୮ ହଜାର ୭୦୦ ହେକ୍ଟର ଚାଷ ଜମି। ସେଥିରୁ ୧୦ ପ୍ରତିଶତ ଜମିରେ ଜଳସେଚନର ବ୍ୟବସ୍ଥା ରହିଛି। ବାକି ୯୦ ପ୍ରତିଶତ ଜମି ଈଶ୍ୱରଙ୍କ ଭରସାରେ ଚାଷ ହେଉଛି। ବର୍ଷା ହେଲେ ଚାଷ ହେବ, ନହେଲେ ଗଲା ଚାଷୀର ପରିଶ୍ରମ। ଚଳିତବର୍ଷ ଠିକ୍‌ ସମୟରେ ମୌସୁମୀ ଆସିଥିଲେ ମଧ୍ୟ ବିଳମ୍ୱରେ ବର୍ଷା ହୋଇଥିଲା। ତେଣୁ ଚାଷୀମାନେ ବହୁ କଷ୍ଟରେ ତଳି ପକାଇ ଚାଷ ଜମିରେ ରୋଇଥିଲେ। ତା’ପରେ ଘନଘନ ଲଘୁଚାପ ଜନିତ ବର୍ଷା ହୋଇଥିଲା।

ବର୍ଷାକୁ ଦେଖି ଚାଷୀ କୁଳ ଉଲ୍ଲସିତ ହୋଇଥିଲା। ଚାଷରେ ଖତ, ସାର ଓ ବିଷ ଦେଇଥିଲା। ଭଲ ଫସଲ ମଧ୍ୟ ହୋଇଥିଲା। ଜମିରେ ସବୁଜିମା ଲହଡି ମାରୁଥିଲା। ହେଲେ ଠିକ୍‌ ସମୟରେ ଠକିଦେଲା ବର୍ଷା। ଖୁସି ଦେଖାଇ, ମୁହଁ ପାଖରୁ ଛଡ଼ାଇ ନେଲା। ଧାନ କେଣ୍ଡା ବାହାରିବା ବେଳେ ଶୁଖିଗଲା ଚାଷ ଜମି। ଏବେ ଧାନ କେଣ୍ଡା ଶୁଖି ଗଲାଣି। ଧାନ ଗଛ ମରିବାକୁ ବସିଲାଣି।

[caption id="attachment_778330" align="aligncenter" width="650"]Rice Field ଚାଷ ଜମି ଫାଟି ଆଁ କରିଛି[/caption]

ତେଲକୋଇ ବ୍ଲକର ୨୨ ପଞ୍ଚାୟତର ଢ଼ିପ ଜମିରେ ହୋଇଥିବା ଧାନ ଚାଷର ଅବସ୍ଥା ଏବେ ଦୟନୀୟ। ଚାଷ ଜମିରୁ ୨୦ ପ୍ରତିଶତ ଧାନ ମିଳିବା କଷ୍ଟକର। ଠିକ୍‌ ସେମିତି ନାଳି ଅଞ୍ଚଳର ଜମିରୁ ୪୦ ପ୍ରତିଶତ ଓ ଗହିରିଆ ଜମିରୁ ୬୦ ପ୍ରତିଶତ ଧାନ ମିଳିବ ବୋଲି ଆଶା କରାଯାଉଛି। ତେବେ ଛାମୁଣ୍ଡା ପଞ୍ଚାୟତର ଗୋଳାବନ୍ଧ ଗାଁରେ ଚାଷୀମାନେ ଧାନ ବିଲରେ ଗୋରୁ ଛାଡ଼ି ଦେଲେଣି। ଚାଷୀଙ୍କ କହିବା କଥା, ଚାଷ ଜମି ଫାଟି ଆଁ’ କରିଛି। ଧାନ ଗଛ ମରିଗଲାଣି। ଆଉ ଜଗି ଲାଭ କ’ଣ? ତେଣୁ ଗୋରୁ ଚଳାଇଦେବା ଭଲ। ତେବେ ବିଞ୍ଜବାହାଳ ଓ ଜଗମୋହନପୁର ପଞ୍ଚାୟତର ଅବସ୍ଥା ମଧ୍ୟ ସେମିତି। ଧାନ ଗଛ ମରିବାକୁ ବସିଲାଣି।

ଗୋଳାବନ୍ଧ ଗାଁର ଚାଷୀ ବିଭୁତି ପ୍ରଧାନ କହିଛନ୍ତି, “ବିଳମ୍ୱରେ ବର୍ଷା ସତ୍ତ୍ୱେ ଚାଷ କରିଥିଲୁ। ଧାନ ବାହାରିବା ସମୟରେ ବର୍ଷା ଉଭାନ ହୋଇଗଲା। ପାଣି ମଡ଼ାଇବାର ବ୍ୟବସ୍ଥା ନାହିଁ। ଧାନଚା ଚାଷ ମରିଗଲାଣି। ତେଣୁ ସରକାରଙ୍କୁ ଅନୁରୋଧ କରୁଛୁ, ଆମକୁ କିଛି ସହାୟତା ଯୋଗାଇ ଦିଆଯାଉ।”

ଚାଷୀ କୈଳାଶ ନାୟକ କହିଛନ୍ତି, “ଧାନ କେଣ୍ଡା ବାହାରିବା ବେଳେ ବର୍ଷା ହେଲାନି। ଚାଷ ଜମି ଶୁଖିଗଲା। ଧାନ ଗଛ ମରିବାକୁ ଯାଉଛି। ଆଉ କ’ଣ କରିବୁ? ତେଣୁ ବାଧ୍ୟ ହୋଇ ଗୋରୁ ଚରାଇ ଦେଉଛୁ।”

ତେଲକୋଇ ସହକାରୀ କୃଷି ଅଧିକାରୀ ପାରୋ ହାଁସଦା କହିଛନ୍ତି, ଏଥର ଭଲ ବର୍ଷା ହୋଇଛି। ମାତ୍ର ମଝିରେ କିଛି ଅଞ୍ଚଳରେ ବର୍ଷା କମି ଯାଇଥିଲା। ପରେ ବର୍ଷାର ପରିମାଣ ବଢ଼ିଥିଲା। ଫିଲ୍‌ଡ ରିପୋର୍ଟ ଅନୁସାରେ ଏଥର ଭଲ ଧାନ ହୋଇଛି। ଯଦିବା ସେମିତି କିଛି ସ୍ଥିତି ଦେଖାଦେଲେ ଅନୁଧ୍ୟାନ କରି ବିଭାଗକୁ ଅବଗତ କରାଇଛୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos