ମୌସୁମୀ ଆସିଲାଣି: ହେଲେ ମଣ୍ଡିରୁ ଉଠିନି ରବି ଧାନ, ଚିନ୍ତାରେ ଚାଷୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବର୍ଷ ତମାମ ମୁଣ୍ଡ ଟେକିଥିବା ମଣ୍ଡି ସମସ୍ୟା ସୁଧୁରିବାର ନାଁ ଧରୁନି। କେଉଁଠି ମିଲର୍ସଙ୍କ ମନମାନି ଚାଲିଛି ତ ଆଉ କେଉଁଠି ମଣ୍ଡିରେ ପଡ଼ିରହିଛି ଧାନ। କାଳବୈଶାଖୀ ଓ ପ୍ରାକ୍ ମୌସୁମୀ ବର୍ଷା ମାଡ଼ରେ ନଷ୍ଟ ହେଉଛି ବର୍ଷକର ଅମଳ। ତଥାପି ଚାଷୀଙ୍କ ଧାନ କିଣିବା ପାଇଁ ସରକାରୀ ତତ୍ପରତା ପ୍ରକାଶ ପାଉନି। ଆଗକୁ ମୌସୁମୀ ବର୍ଷା, ଆଉ ତାପୂର୍ବରୁ ଯଦି ଧାନ ନ ଉଠେ ତେବେ ଅଧିକାଂଶ ମଣ୍ଡିରେ ଅସୁରକ୍ଷିତ ହୋଇ […]

Farmers-in-big-trouble-as-huge-amounts-of-unsold-paddy-are-still--lying-unprotected-in-mandis

Farmers-in-big-trouble-as-huge-amounts-of-unsold-paddy-are-still--lying-unprotected-in-mandis

Manoranjan Sial
  • Published: Thursday, 20 June 2019
  • Updated: 20 June 2019, 09:20 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବର୍ଷ ତମାମ ମୁଣ୍ଡ ଟେକିଥିବା ମଣ୍ଡି ସମସ୍ୟା ସୁଧୁରିବାର ନାଁ ଧରୁନି। କେଉଁଠି ମିଲର୍ସଙ୍କ ମନମାନି ଚାଲିଛି ତ ଆଉ କେଉଁଠି ମଣ୍ଡିରେ ପଡ଼ିରହିଛି ଧାନ। କାଳବୈଶାଖୀ ଓ ପ୍ରାକ୍ ମୌସୁମୀ ବର୍ଷା ମାଡ଼ରେ ନଷ୍ଟ ହେଉଛି ବର୍ଷକର ଅମଳ। ତଥାପି ଚାଷୀଙ୍କ ଧାନ କିଣିବା ପାଇଁ ସରକାରୀ ତତ୍ପରତା ପ୍ରକାଶ ପାଉନି। ଆଗକୁ ମୌସୁମୀ ବର୍ଷା, ଆଉ ତାପୂର୍ବରୁ ଯଦି ଧାନ ନ ଉଠେ ତେବେ ଅଧିକାଂଶ ମଣ୍ଡିରେ ଅସୁରକ୍ଷିତ ହୋଇ ପଡ଼ିରହିଥିବା ଧାନ ପଚିସଢ଼ି ନଷ୍ଟ ହେବା ସୁନିଶ୍ଚିତ।

ଚାଷୀମାନଙ୍କ ଦୁଃଖ କହିଲେ ନ ସରେ। ଆସନ୍ତା ୮ ତାରିଖରେ କଳାହାଣ୍ଡି ଜିଲ୍ଲା ଚଞ୍ଚରାଭାଡ଼ି ଗାଁର ଗୋପାଳ ତାଣ୍ଡିଙ୍କ ଝିଅ ବାହାଘର ହେବ। ସେଥିପାଇଁ ୬ ଦିନ ତଳେ ମଣ୍ଡିକୁ ଧାନ ଆଣିଥିଲେ। ଧାନର ଓଜନ ମଧ୍ୟ ସରିଛି। ହେଲେ ମିଲର୍ସ ଆସୁନଥିବାରୁ ମଣ୍ଡିରେ ଧାନକୁ ଧରି ରାତି ଦିନ ବସିରହିଛନ୍ତି। କେମିତି ଝିଅ ବାହାଘର କରାଇବେ ସେହି ଚିନ୍ତାରେ ଏବେ କାଳାତିପାତ କରୁଛନ୍ତି।

ସୁବର୍ଣ୍ଣପୁର ଜିଲ୍ଲା ଚଢ଼େଇପଙ୍କ ମଣ୍ଡିରେ ମଧ୍ୟ ସ୍ଥିତି ସାଂଘାତିକ ରହିଛି। ଖୋଲା ଆକାଶ ତଳେ ପଡ଼ିରହିଛି ଧାନ। ବର୍ଷା ପାଣିରେ ବତୁରିଯାଉଛି ଅମଳ ହୋଇଥିବା ଫସଲ। କେଉଁଠି ଉଇ ଚରିଗଲାଣି ତ ଆଉ କେଉଁଠି ଗଜା ହେଲାଣି। ତଥାପି ଧାନ ଉଠାଇବାର ନାଁ ଧରୁନାହାଁନ୍ତି ମିଲର୍ସ ଓ ପ୍ରଶାସନ। ଫଳରେ ଅମଳ ଧାନକୁ ଧରି ରାତି ସାରା ଅନିଦ୍ରା ହୋଇ ଜଗୁଛନ୍ତି ଚାଷୀ।

ଓଡ଼ିଶାର ଭାତହାଣ୍ଡି ବରଗଡ଼ ଜିଲ୍ଲାରେ ମଧ୍ୟ ସଙ୍ଗିନ ସ୍ଥିତି। ମିଲର୍ସ ନ ଆସିବାରୁ କଳାପାଣି ମାର୍କେଟ ୟାର୍ଡରେ ଗଜା ହେବାକୁ ବସିଲାଣି ବସ୍ତା ବସ୍ତା ଧାନ। ତଥାପି ନିଦ ଭାଙ୍ଗୁନି ଜିଲ୍ଲା ପ୍ରଶାସନ ଓ ସରକାରଙ୍କର। ଏହାରି ଫାଇଦା ନେଇ ଶସ୍ତା ଦରରେ ଚାଷୀଙ୍କଠୁ ଧାନ କିଣି ନେଉଛନ୍ତି ଛତିଶଗଡ଼ ବେପାରୀ। ଅତିରିକ୍ତ ଜିଲ୍ଲା ଯୋଗାଣ ଅଧିକାରୀଙ୍କ ତଥ୍ୟ କହୁଛି, ବର୍ତ୍ତମାନ ସୁଦ୍ଧା ଜିଲ୍ଲାର ମଣ୍ଡି ଗୁଡ଼ିକରେ ୨ ଲକ୍ଷ ୫୩ ହଜାର କ୍ୱିଣ୍ଟାଲ୍ ଧାନ ପଡ଼ିରହିଛି। ତେବେ ଆସନ୍ତା ୨-୩ ଭିତରେ ଧାନ ନଉଠିଲେ ରାସ୍ତାକୁ ଓହ୍ଲାଇବାକ ଚାଷୀ ସଂଗଠନଗୁଡ଼ିକ ଚେତାବନୀ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos