ସମ୍ବଲପୁର(ସଞ୍ଜୟ ଜେନା): ଧାନ କିଣାରେ ଟୋକନ୍ ଅବ୍ୟବସ୍ଥାକୁ ନେଇ ଗତକାଲିଠୁ ରାସ୍ତାକୁ ଓହ୍ଲାଇଥିବା ସମ୍ବଲପୁରରେ ଚାଷୀଙ୍କ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି। ଟୋକନ କଷ୍ଟ ଦୂର ଲାଗି ସମ୍ବଲପୁର ଉପଜିଲ୍ଲାପାଳ ୫ ଦଫା ସମ୍ବଳିତ ଲିଖିତ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି ।
ଏହି ପ୍ରତିଶ୍ରୁତି ମଧ୍ୟରେ ପିପିଏସ୍ରେ ନାଁ ରେଜିଷ୍ଟର ଥିବା ଚାଷୀଙ୍କ ଧାନ ମଣ୍ଡିକୁ ଆସିଲେ ଟୋକନ୍ ଜେନେରେଟ୍ କରାଯାଇ ବିକ୍ରିର ବ୍ୟବସ୍ଥା ହେବ, .ଯେଉଁ ଚାଷୀଙ୍କ IRIS ସ୍କାନିଂରେ ଅସୁବିଧା ଦେଖାଦେବ, ତାଙ୍କ ସମ୍ପର୍କୀୟଙ୍କ ଆଧାର ସହ ଯୋଡ଼ି ପେମେଣ୍ଟ କରାଯାଇପାରିବ ରହିଛି । ଏହାବ୍ୟତିତ ଯାନ୍ତ୍ରିକ ତ୍ରୁଟି ଦେଖାଦେଲେ ୭ ଦିନ ମଧ୍ୟରେ ଏହାର ସମାଧାନ ହେବ, ଧାନର ମାନ ସମ୍ପର୍କୀୟ ସମସ୍ୟା ସମାଧାନ ପାଇଁ ସ୍କ୍ୱାର୍ଡ ଗଠନ ହେବ, ଏବଂ କୁଚିଣ୍ଡା ଉପଖଣ୍ଡରେ ଦେଖାଦେଇଥିବା ଟୋକନ ସମସ୍ୟାର ଶୀଘ୍ର ସମାଧାନ କରାଯିବ ବୋଲି ଉପଜିଲ୍ଲାପାଳ ଲିଖିତ ଭାବେ ଜଣାଇଛନ୍ତି । ସରକାର ଦେଇଥିବା ପ୍ରତିଶ୍ରୁତି ପାଳନ କରିନଥିବାରୁ ଧାନ କିଣାଯାଇପାରୁନଥିବା ଅଭିଯୋଗ କରି ଗତକାଲି ଜାତୀୟ ରାଜପଥକୁ ଅବରୋଧ କରିଥିଲେ ଉତ୍ତ୍ୟକ୍ତ ଚାଷୀ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ଝଲସିବ ହୀରାକୁଦ, ସାତକୋଶିଆ ଓ ବୌଦ୍ଧ ସର୍କିଟ
ରାଜ୍ୟ ପର୍ଯ୍ୟଟନ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ରାଜ୍ୟର ଅଧିକ ପର୍ଯ୍ୟଟନସ୍ଥଳୀକୁ ବିଶ୍ୱର ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ କରିବା ପାଇଁ ପଦକ୍ଷେପ ନେବାକୁ ମୋହନ ମାଝୀ ସରକାର ନିଷ୍ପତ୍ତି ନେଇଛନ୍ତି ।
Jobs
ନିଯୁକ୍ତି ଆୟୋଗ ଅଧ୍ୟକ୍ଷମାନଙ୍କ ସହ ବୈଠକ: ସରକାରଙ୍କ ଟାର୍ଗେଟ୍ ୫ ବର୍ଷରେ ଦେଢ଼ଲକ୍ଷ ପଦବୀ ପୂରଣ
ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ରାଜ୍ୟରେ ନିଯୁକ୍ତି ପ୍ରକ୍ରିୟାକୁ ତ୍ରୁଟିଶୂନ୍ୟ, ନିରପେକ୍ଷ ଓ ତ୍ୱରାନ୍ୱିତ କରିବା ଉପରେ ଗୁରୁତ୍ୱ ଦେବା ସହ ଅତ୍ୟାବଶ୍ୟକ ସେବା ଯୋଗାଉଥିବା ବିଭାଗଗୁଡ଼ିକ ଯଥା- ସ୍ୱାସ୍ଥ୍ୟ, ଗୃହ, ଶିକ୍ଷା ଓ କୃଷି ବିଭାଗରେ ଖାଲି ପଡ଼ିଥିବା ପଦବୀଗୁଡ଼ିକୁ ଯଥାଶୀଘ୍ର ପୂରଣ ପାଇଁ ପରାମର୍ଶ ଦେଇଛନ୍ତି।
Miscellaneous
୧୫ ସୁଦ୍ଧା ସରିବ ରାସନକାର୍ଡ ଇ-କେୱାଇସି ଯାଂଚ: ରାଜ୍ୟ ବାହାରକୁ ଯାଉଛନ୍ତି ସରକାରୀ କର୍ମଚାରୀ
ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ରାସନକାର୍ଡ ଇ-କେୱାଇସି ଯାଂଚ ପ୍ରକ୍ରିୟା ୮୫ ପ୍ରତିଶତ ଶେଷ ହୋଇସାରିଲାଣି । ଏପର୍ଯ୍ୟନ୍ତ ଆଉ ପ୍ରାୟ ୫୦ଲକ୍ଷ ବ୍ୟକ୍ତିଙ୍କ ଇ-କେୱାଇସି ଯାଂଚ ବାକି ରହିଛି ।
Health
ଆୟୁଷ୍ମାନ ଭାରତରେ କାହାକୁ କେତେ ଟଙ୍କାର ବୀମା ମିଳିବ?
ଗୋପବନ୍ଧୁ ଜନ ଆରୋଗ୍ୟ ଓ ଆୟୁଷ୍ମାନ ଭାରତ ମିଶ୍ରଣରେ ଏହି ସୁବିଧା ମିଳିବ। ୩୦ ହଜାର ହସ୍ପିଟାଲରେ ଏହି ସୁବିଧା ଉପଲବ୍ଧ ହେବ
Miscellaneous
‘ଯମୁନା’ ରହୁଥିବା ଏନ୍କ୍ଲୋଜରରେ ଗାଧୋଇଲା ‘ଜିନ୍ନତ’
ଏନ୍କ୍ଲୋଜର ଭିତରକୁ ଗଲା ପରେ ‘ଜିନ୍ନତ’ ପ୍ରଥମେ ଦୌଡ଼ାଦୌଡ଼ି କରିଥିଲା। ତା’ପରେ ଏନ୍କ୍ଲୋଜର ଭିତରେ ଥିବା ପାଣି କୁଣ୍ଡରେ ଗାଧୋଇଥିଲା। ଦୀର୍ଘ ସମୟ ଧରି ସେ ପାଣି କୁଣ୍ଡରେ ପହଁରିଥିବା ଦେଖିବାକୁ ମିଳିଥିଲା।