ଏ ଭିଡ଼ିଓ ଦେଖିବା ପରେ ପୁଅଟିଏ ଜନ୍ମ କରିବାକୁ ବାପା-ମାଆ ଆଉଥରେ ଭାବିବେ

ପୁରୀ(ଓଡ଼ିଶା ରିପୋର୍ଟର): ମାଆ ହେଉଛି ପୃଥିବୀ ଓ ବାପା ହେଉଛି ଆକାଶ। ଆମ ପରିବାର ଗୁଡ଼ିକରେ ବାପା ହିଁ ମୁଖ୍ୟ। ତାଙ୍କୁ ସବୁବେଳେ ଗୁରୁତ୍ୱ ଦେଇଥାଆନ୍ତି। ପିଲାମାନେ ବାପାଙ୍କ ସଂସ୍କାରରେ ବଡ଼ ହୁଅନ୍ତି। ବଡ଼ ହେଲା ପରେ ସେମାନେ ବାପା ଓ ମାଆଙ୍କ ଯତ୍ନ ନିଅନ୍ତି। କିନ୍ତୁ ବେଳେ ବେଳେ କିଛି ଅକାଳ କୁଷ୍ମାଣ୍ଡ ସନ୍ତାନ ବଡ଼ ହେଲା ପରେ ବାପା ଓ ମାଆଙ୍କୁ ବୋଝ ବୋଲି ଭାବି ବାଟରୁ ହଟାଇବାକୁ ପଛାଇ ନାହାନ୍ତି। ଏପରି ଏକ ହୃଦୟବିଦାରକ ଦୃଶ୍ୟ ଶ୍ରୀକ୍ଷେତ୍ର ପୁରୀରେ ଘଟିଛି। ସୈତାନୀ ପୁଅର ଏପରି କାଣ୍ଡ ସମ୍ପୃକ୍ତ ଅଞ୍ଚଳରେ ମୁଖ୍ୟ ଆଲୋଚ୍ୟ ବିଷୟ ପାଲଟିଛି।

ପୁଣ୍ୟକ୍ଷେତ୍ର ପୁରୀ ବାୟାବାବା ମଠ ଲେନରେ ରୁହନ୍ତି ଦିବ୍ୟାଙ୍ଗ ବୃଦ୍ଧ କେଳୁଚରଣ ତିୱାରୀ। ତାଙ୍କୁ ତାଙ୍କ ସାନ ପୁଅ ଅତି ନିର୍ଦ୍ଦୟ ଭାବେ ମାଡ଼ ମାରୁଛନ୍ତି। ଏପରିକି ଘର ଭିତରୁ ବାହାର କରି ରାସ୍ତାରେ ବାପାକୁ ଘୋଷାରୀ ନେଉଛନ୍ତି। ସୈତାନ ସନ୍ତାନର ଏହି ପଶୁପଣିଆରେ ଲହୁଲୁହାଣ ହେଉଛନ୍ତି ଏହି ଜନ୍ମଦାତା ଜଣକ। ଜମିରୁ ଭାଗ ନେଇ ପାଇଁ ବାପାଙ୍କୁ ଏମିତି ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଯାହାର ଭିଡିଓ ଏବେ ଭାଇରାଲ୍ ହୋଇଯାଇଛି ସୋସିଆଲରେ।

ପୋଲିସର ସୂଚନା ଅନୁଯାୟୀ, ଗତ ସେପ୍ଟେମ୍ବର ୧ରେ ଘଟିଛି ଏହି ଘଟଣା। ଜମି ବିବାଦକୁ ନେଇ ବୋହୂ ସବିତା ଓ ସାନପୁଅ ସୁବାଷ, ବାପା କେଳୁଚରଣଙ୍କୁ ଏଭଳି ଆକ୍ରମଣ କରିଛନ୍ତି। ପରିବାରର ଅନ୍ୟ ସଦସ୍ୟଙ୍କୁ ମଧ୍ୟ ଅନେକ ସମୟରେ ଏଭଳି ମାଡ଼ ମାରାଯାଉଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ କୁମ୍ଭାରପଡ଼ାରେ ଥାନାରେ ଅଭିଯୋଗ ହେବା ପରେ ସାନପୁଅ ସୁବାଷକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ।

ପୁଅଟିଏ ଜନ୍ମ ହେବା ପରେ କେତେ ଆଶା ଓ ସ୍ୱପ୍ନ ଦେଖିଥିଲେ କେଳୁଚରଣ। ହେଲେ ସେହି ପୁଅଟି ଭେଣ୍ଡିଆ ହେବା ପରେ ବୟସର ଅପରାହ୍ନରେ ଯଦି ଏଭଳି ଦଣ୍ଡଦେବ, ତେବେ ଏଭଳି ପୁଅ ଥାଇ କି ନ ଥାଇ ଲାଭ କଣ ?

Ordigital Desk
• Published: Monday, 29 January 2018
• Updated: 29 January 2018, 08:25 PM IST

Sports

Latest News

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos