ଭୁବନେଶ୍ୱର: ଫେବୃଆରୀ ପ୍ରଥମ ସପ୍ତାହରୁ ଜଗମୋହନ ମରାମତି କାମ ଆରମ୍ଭ ହେବ। ସ୍ନାନ ପୂର୍ଣ୍ଣିମା ପୂର୍ବରୁ ଏହାକୁ ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖାଯାଇଛି। ଆଜି ଭୁବନେଶ୍ୱର ସର୍କିଟ ହାଉସ୍ରେ ଜଗମୋହନ ମରାମତି ନେଇ ବସିଥିବା ବୈଷୟିକ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।
ବୈଠକ ପରେ ଏ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୁରେଶ ମହାପାତ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି,“ ପୂର୍ତ୍ତ ବିଭାଗ, ଏଏସ୍ଆଇ ଓ ମନ୍ଦିର ପ୍ରଶାସନ ତତ୍ତ୍ୱାବଧାନରେ ଜଗମୋହନ ମରାମତି କରାଯିବ। ପୂର୍ତ୍ତ ବିଭାଗର ପୋର୍ଟାଲ ଷ୍ଟିଲ ଫ୍ରେମକୁ ଅନୁମୋଦନ ମିଳିଛି। ପ୍ରତ୍ନତତ୍ତ୍ୱ ବିଭାଗ ଏହି ଅନୁମୋଦନ ଦେଇଛି। ପୋର୍ଟାଲ ଫ୍ରେମ ସ୍ଥାପନ ପାଇଁ ନିଅଁ ଖୋଳାଯିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି।”
ବୈଠକରେ ମୁଖ୍ୟ ପ୍ରଶାସକଙ୍କ ସମେତ ପୂର୍ତ୍ତ ସଚିବ, ଏଏସ୍ଆଇ ଯୁଗ୍ମ ନିର୍ଦ୍ଦେଶକ ଓ କୋର କମିଟି ସଦସ୍ୟମାନେ ଉପସ୍ଥିତ ଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।