‘କୋଭିଡ୍‌ ଲକ୍ଷଣ ଥିଲେ ମହାପ୍ରଭୁଙ୍କ ଯାତ୍ରାକୁ ଆସନ୍ତୁ ନାହିଁ’

ପୁରୀ (ଓଡ଼ିଶା ରିପୋର୍ଟର): କାହାଠାରେ କୋଭିଡ୍‌ର ଲକ୍ଷଣ ଦେଖାଦେଉଥିଲେ ମହାପ୍ରଭୁଙ୍କ ଯାତ୍ରା ଆସନ୍ତୁ ନାହିଁ। ଘରେ ବସି ଟେଲିଭିଜନରେ ମହାପ୍ରଭୁଙ୍କ ଯାତ୍ରା ଦେଖନ୍ତୁ।  ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ପାଇଁ ବସିଥିବା ସ୍ୱତନ୍ତ୍ର ସମୀକ୍ଷା ବୈଠକ ପରେ ଏହି ସୂଚନା ଦେଇଛନ୍ତି ଉନ୍ନୟନ କମିଶନର ପ୍ରଦୀପ ଜେନା। ଆଜି ପୁରୀ ଟାଉନ ହଲ୍‌ରେ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ପାଇଁ ଚୂଡ଼ାନ୍ତ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ୍‌ରେ ଅଧ୍ୟକ୍ଷତାରେ କରିଥିଲେ। ବୈଠକ ପରେ […]

Puri Temple

Puri Temple

Manoranjan Sial
  • Published: Saturday, 18 June 2022
  • Updated: 18 June 2022, 05:12 PM IST

ପୁରୀ (ଓଡ଼ିଶା ରିପୋର୍ଟର): କାହାଠାରେ କୋଭିଡ୍‌ର ଲକ୍ଷଣ ଦେଖାଦେଉଥିଲେ ମହାପ୍ରଭୁଙ୍କ ଯାତ୍ରା ଆସନ୍ତୁ ନାହିଁ। ଘରେ ବସି ଟେଲିଭିଜନରେ ମହାପ୍ରଭୁଙ୍କ ଯାତ୍ରା ଦେଖନ୍ତୁ।  ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ପାଇଁ ବସିଥିବା ସ୍ୱତନ୍ତ୍ର ସମୀକ୍ଷା ବୈଠକ ପରେ ଏହି ସୂଚନା ଦେଇଛନ୍ତି ଉନ୍ନୟନ କମିଶନର ପ୍ରଦୀପ ଜେନା।

ଆଜି ପୁରୀ ଟାଉନ ହଲ୍‌ରେ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ପାଇଁ ଚୂଡ଼ାନ୍ତ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ୍‌ରେ ଅଧ୍ୟକ୍ଷତାରେ କରିଥିଲେ। ବୈଠକ ପରେ ଉନ୍ନୟନ କମିଶନର ଶ୍ରୀ ଜେନା କହିଛନ୍ତି, ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀ କହିଛନ୍ତି, କୋଭିଡ୍‌ର ଭୟ ସମ୍ପୂର୍ଣ୍ଣ ଭାବେ ଦୂର ହୋଇନାହିଁ। ବର୍ତ୍ତମାନ ସୁଦ୍ଧା କୋଭିଡ୍‌ ରହିଛି। ମାତ୍ର ଟିକେ କମିଛି। ଏହା ସତ୍ତ୍ୱେ ଚଳିତବର୍ଷ ଯାନିଯାତ୍ରା ପାଇଁ ଅନୁମତି ଦିଆଯାଇଛି। ଆଉ ଭକ୍ତଙ୍କ ଗହଣରେ ମହାପ୍ରଭୁଙ୍କ ଯାତ୍ରା କରିବାକୁ ନିଷ୍ପତ୍ତି ନିଆଯାଇଛି। ମୋର ସମସ୍ତଙ୍କୁ ଅନୁରୋଧ ଭିଡ୍‌କୁ ଗଲା ବେଳେ ମାସ୍କ ପିନ୍ଧନ୍ତୁ। ପାଖରେ ସାନିଟାଇଜର ରଖନ୍ତି। ମଝିରେ ମଝିରେ ହାତ ସାନିଟାଇଜ୍‌ କରନ୍ତୁ। କୋଭିଡ୍‌ ଲକ୍ଷଣ (ଜ୍ୱର, ଥଣ୍ଡା, କାଶ) ହେଉଥିଲେ ମହାପ୍ରଭୁଙ୍କ ଯାତ୍ରାକୁ ନ ଆସିବାକୁ ରାଜ୍ୟବାସୀଙ୍କୁ ଶ୍ରୀ ଜେନା ଅନୁରୋଧ କରିଛନ୍ତି।

ପ୍ରଦୀପ ଜେନାଙ୍କ କହିବା ଅନୁସାରେ ଦୁଇବର୍ଷ ପରେ ଭକ୍ତଙ୍କ ଗହଣକୁ ମହାପ୍ରଭୁ ଆସୁଥିବାରୁ ଚଳିତବର୍ଷ ଅଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବାର ସମ୍ଭାବନା ଥିବାରୁ ସବୁ ବିଭାଗ ନିଜ ତରଫରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଭକ୍ତଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ଆଗରେ ରଖି ବଡ଼ଦାଣ୍ଡ ଓ ସହରର ବିଭିନ୍ନ ସ୍ଥାନରେ ୨୦ଟି ଆଶୁ ଚିକିତ୍ସା କେନ୍ଦ୍ର ଖୋଲାଯିବ। ଗୁଣ୍ଡିଚାଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ସହରର ବିଭିନ୍ନ ଡାକ୍ତରଖାନା ଓ ଚିକିତ୍ସା କେନ୍ଦ୍ରରେ ଅତିରିକ୍ତ ୨୩୩ ଜଣ ଡାକ୍ତର ନିୟୋଜିତ ହେବେ। ଯାତ୍ରା ସମୟରେ ବ୍ୟାପକ ଫୁଡ୍‌ ଷ୍ଟଲ୍‌ ଖୋଲୁଥିବାରୁ ଖାଦ୍ୟର ମାନ ଯାଞ୍ଚ ପାଇଁ ୬ ଜଣ ଫୁଡ ଇନ୍ସପେକ୍ଟରଙ୍କୁ ନିୟୋଜିତ କରାଯାଇଛି। ମହାପ୍ରଭୁଙ୍କ ଯାତ୍ରା ସମୟରେ ଗ୍ରୀଷ୍ମ ପ୍ରବାହ ଅଧିକ ରହିବାର ସମ୍ଭାବନା ଥିବାରୁ ଏହାର ମୁକାବିଲା ପାଇଁ ଦୁଇଟି ହିଟ୍‌ ଷ୍ଟ୍ରୋକ୍‌ ରୁମ୍‌, ଷ୍ଟ୍ରେଚର, ଆମ୍ୱୁଲାନ୍ସ, ଆବଶ୍ୟକ ମେଡିସିନ୍‌ ଓ ସ୍ୱେଚ୍ଛାସେବୀ ନିୟୋଜିତ କରାଯିବ। ବିଭିନ୍ନ ଗ୍ରୁପ୍‌ର ୨୦୦ ୟୁନିଟ ବ୍ଲଡ୍‌ ମହଜୁଦ ରହିଛି ବୋଲି ଉନ୍ନୟନ କମିଶନର କହିଛନ୍ତି।

ସେ ଆହୁରି କହିଛନ୍ତି, ବଡ଼ଦାଣ୍ଡରେ ବିଭିନ୍ନ ସ୍ଥାନରେ ୩୦ଟି ଟ୍ୟାଙ୍କର, ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ ଯୋଗାଣ, ସମସ୍ତ ନଳକୂପ ବିଶୋଧନ, ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ, ନାଳନର୍ଦ୍ଦମା ସଫେଇ, ବର୍ଷା ହେଲେ ଜଳ ନିଷ୍କାସନ ପାଇଁ ଅଧିକ ଅତ୍ୟାଧୁନିକ ମୋଟର ପମ୍ପ ମୁତୟନ ରହିବ। ରଥଯାତ୍ରା ସମୟରେ ୧୩୭ଟି ସ୍ୱତନ୍ତ୍ର ଟ୍ରେନ ସହ ଅଧିକ ଯାତ୍ରୀ ବାହି ବସ୍‌ ଚଳାଚଳ କରିବ। ସବୁ ବିଭାଗର ସଚିବ ଓ ବରିଷ୍ଠ ଅଧିକାରୀମାନଙ୍କୁ ତଦାରଖ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ରହିଥିବା ଶ୍ରୀ ଜେନା କହିଛନ୍ତି।

ସ୍ୱତନ୍ତ୍ର ସମୀକ୍ଷା ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ ଯୋଗଦେଇ ରଥ ନିର୍ମାଣ, ନୀତି ନିର୍ଘଣ୍ଟ ଓ ପୂର୍ତ୍ତ ବିଭାଗ ପକ୍ଷରୁ ଗ୍ରହଣ କରାଯାଇଥିବା କାର୍ଯ୍ୟକ୍ରମ ବିଷୟରେ ବିସ୍ତୃତ ସୂଚନା ଦେଇଥିଲେ।

ରାଜ୍ୟ ପୁଲିସ ବିଭାଗର ମହାନିର୍ଦ୍ଦେଶକ ସୁନୀଲ କୁମାର ବଂଶଲ୍‌ କହିଥିଲେ, ସ୍ନାନ ପୂର୍ଣ୍ଣିମା ପରି ରଥଯାତ୍ରାରେ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ। ଶ୍ରୀମନ୍ଦିର, ଗୁଣ୍ଡିଚା ମନ୍ଦିର ସମେତ ବଡ଼ଦାଣ୍ଡର ବିଭିନ୍ନ ସ୍ଥାନରେ ସିସିଟିଭି ଲଗାଯାଇଛି।

୧୦ ଲକ୍ଷରୁ ଅଧିକ ଭକ୍ତଙ୍କ ସମାଗମ ଥିବାରୁ ପ୍ରତ୍ୟେକ ବିଭାଗ ସମର୍ପିତ ଭାବେ କାର୍ଯ୍ୟ କରିବାକୁ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା ପରାମର୍ଶ ଦେଇଛନ୍ତି। ରଥଯାତ୍ରାର ସିଧା ପ୍ରସାରଣଠାରୁ ଆରମ୍ଭ କରି ଶୃଙ୍ଖଳିତ ନୀତି ପାଇଁ ସେବାୟତ ତଥା ପୁରୀ ସହରବାସୀଙ୍କ ସହଯୋଗ ସମୀକ୍ଷା ବୈଠକରେ କାମନା କରାଯାଇଛି।

ବୈଠକରେ ଆଇନ୍‌ ମନ୍ତ୍ରୀଙ୍କ ସହ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ ପାତ୍ର, ଶିଳ୍ପ ଓ ଶକ୍ତି ମନ୍ତ୍ରୀ ପ୍ରତାପ ଦେବ, ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ, ଖାଦ୍ୟ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ସୂଚନା ଲୋକ ସମ୍ପର୍କ ମନ୍ତ୍ରୀ ପ୍ରଦୀପ ଅମାତ, ଜଳସମ୍ପଦ ମନ୍ତ୍ରୀ ଟୁକୁନି ସାହୁଙ୍କ ସମେତ ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ, ଗୃହ ଓ ଶକ୍ତି ବିଭାଗ ସଚିବ, ଆରଡିସି, ରାଜ୍ୟ ପୁଲିସ ମହା ନିର୍ଦ୍ଦେଶକ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଏସପି ପ୍ରମୁଖ ଉପସ୍ଥିତ ଥିଲେ। ଏହି ବୈଠକରେ ସେବାୟତ, ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ, ବୁଦ୍ଧିଜୀବୀ ଓ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ।

https://youtu.be/8rjw2TwgFCk

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story