ରାଉରକେଲା ଏସବିଆଇ ମୁଖ୍ୟ ଶାଖାରେ ଅଗ୍ନିକାଣ୍ଡ

ରାଉରକେଲା: ରାଉରକେଲା ଏସବିଆଇ ମୁଖ୍ୟ ଶାଖାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ତେବେ ନିଆଁକୁ ଆୟତ୍ତ କରାଯାଇଛି।  ନିଆଁ ଲିଭାଇବା ପାଇଁ ୫ଟି ଦମକଳ ଗାଡ଼ି ନିୟୋଜିତ ହୋଇଥିଲେ। ଅଗ୍ନିକାଣ୍ଡର କାରଣ  ଜଣାପଡ଼ିନାହିଁ। ଆଜି ଭୋର ପ୍ରାୟ ୫ଟା ବେଳେ ବ୍ୟାଙ୍କରେ ନିଆଁ  ଲାଗିଯାଇଥିଲା। ନିଆଁ ଲାଗିବାର କାରଣ ସଂପର୍କରେ କିଛି ସ୍ପଷ୍ଟ ହୋଇନାହିଁ।