ଜଳିଗଲା ଇଲେକଟ୍ରୋନିକ୍ସ ଗୋଦାମ

କଟକ (ଓଡ଼ିଶା ରିପୋର୍ଟର): କଟକ ବାଦାମବାଡ଼ି ଅଞ୍ଚଳରେ ଥିବା ଏକ ଇଲେକଟ୍ରୋନିକ୍ସ  ଗୋଦାମରେ ଆଜି ଭୋରରୁ  ଏକ ବଡ଼ ଧରଣର ଅଗ୍ନିକାଣ୍ଡ ହୋଇଥିବା ଜଣାଯାଇଛି। ଏଥିରେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ଯାଇଛି। ଏଥିରେ ଅଳ୍ପକେ ବର୍ତ୍ତିଯାଇଛନ୍ତି ୩ ଜଣ।

ଏହି ଇଲେକଟ୍ରୋନିକ୍ସ ଦୋକାନରେ ଫ୍ୟାନ୍, ଇଣ୍ଡକସନ କୁକର୍ ପରି ସାମଗ୍ରୀ ଥିଲା । ତା ସହିତ ଅନେକ ପ୍ଲାଷ୍ଟିକ ଉପକରଣ ମଧ୍ୟ ଥିଲା ।    ଖବର ପାଇ  ୩ଟି ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ଏହି ଗୋଦାମରେ ୩ ଜଣ ଲୋକ ଫସି ରହିଥିବା ବେଳେ ସେମାନଙ୍କୁ ସୁରକ୍ଷିତ ଭାବେ ଅଗ୍ନିଶମ କର୍ମଚାରୀ ଉଦ୍ଧାର କରିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।