ପାଉଁଶ କରିଦେଲା ନିଆଁ

ଗୁଣପୁର(ଓଡ଼ିଶା ରିପୋର୍ଟର): ରାୟଗଡ଼ା ଜିଲ୍ଲା ରାମନଗୁଡ଼ା ତହସିଲ ଭାମିନି ଗାଁରେ ଅଗ୍ନିକାଣ୍ଡ ହୋଇଛି। ଗତକାଲି ବିଳମ୍ୱିତ ରାତିରେ ଅଣ୍ଡିକାଣ୍ଡ ଘଟି ଗୋଟିଏ ପରିବାରର ୩ ବଖରା ଘର ପୋଡ଼ି ପାଉଁଶ ହୋଇଯାଇଛି। ସେହିପରି ଆଜି ସକାଳେ କୁଜେନ୍ଦ୍ରି ଗାଁରେ ମଧ୍ୟ ୮ ଏକର ଜମିର ଧାନ ଗଦାରେ ନିଆଁ ଲାଗି ପୋଡ଼ି ଯାଇଛି। ତେବେ ନିଆଁ କେମିତି ଲାଗିଲା ଜଣାପଡ଼ି ନାହିଁ।

ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।