ଅଟୋ ଡ୍ରାଇଭରଙ୍କୁ ଗୁଳିମାଡ଼

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ସହରର ଖଡ଼ିଅଙ୍କ ଛକରେ ଜଣେ ଅଟୋ ଡ୍ରାଇଭରଙ୍କୁ ଗୁଳିମାଡ଼ ହୋଇଛି। ଆଜି ସକାଳ ପ୍ରାୟ ୯ଟା ବେଳେ ୨ ଜଣ ଦୁର୍ବୃତ୍ତ ଅଟୋ ଡ୍ରାଇଭରଙ୍କୁ ଗୁଳିମାଡ଼ କରି ଫେରାର ହୋଇଯାଇଛନ୍ତି। ଡ୍ରାଇଭର ଜଣଙ୍କ ହେଲେ ଗରାପୁରର ରାଜେନ୍ଦ୍ର ପାତ୍ର। ରାଜେନ୍ଦ୍ରଙ୍କ ଡାହାଣ ଗୋଡ଼ରେ ୩ଟି ଗୁଳି ବାଜିଛି। ତାଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏହି ଗୁଳିମାଡ଼ ହୋଇଥିବା ପୋଲିସ ସନ୍ଦେହ କରୁଛି। ଗୁଳିକାଣ୍ଡରେ ଗରାପୁର […]

kendrapara

Rakesh Mallick
  • Published: Friday, 18 August 2017
  • , Updated: 18 August 2017, 12:25 PM IST

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ସହରର ଖଡ଼ିଅଙ୍କ ଛକରେ ଜଣେ ଅଟୋ ଡ୍ରାଇଭରଙ୍କୁ ଗୁଳିମାଡ଼ ହୋଇଛି। ଆଜି ସକାଳ ପ୍ରାୟ ୯ଟା ବେଳେ ୨ ଜଣ ଦୁର୍ବୃତ୍ତ ଅଟୋ ଡ୍ରାଇଭରଙ୍କୁ ଗୁଳିମାଡ଼ କରି ଫେରାର ହୋଇଯାଇଛନ୍ତି। ଡ୍ରାଇଭର ଜଣଙ୍କ ହେଲେ ଗରାପୁରର ରାଜେନ୍ଦ୍ର ପାତ୍ର। ରାଜେନ୍ଦ୍ରଙ୍କ ଡାହାଣ ଗୋଡ଼ରେ ୩ଟି ଗୁଳି ବାଜିଛି। ତାଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଛି।

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏହି ଗୁଳିମାଡ଼ ହୋଇଥିବା ପୋଲିସ ସନ୍ଦେହ କରୁଛି। ଗୁଳିକାଣ୍ଡରେ ଗରାପୁର ଗାଁର କିଛି ବ୍ୟକ୍ତିଙ୍କ ହାତ ଥିବା ଅଭିଯୋଗ ହୋଇଛି।  ଅଭିଯୁକ୍ତକୁ ଧରିବା ପାଇଁ ପୋଲିସ୍ ତନାଘନା ଚଳାଇଛି। ଘଟଣାସ୍ଥଳକୁ ଗୋଟିଏ ଖୋକା ଜବତ କରିଛି ପୋଲିସ।

ଅଟୋ ଡ୍ରାଇଭର ରାଜେନ୍ଦ୍ରଙ୍କ ଦାଦା କହିଛନ୍ତି,“ରାଜେନ୍ଦ୍ର ଆଜି ଅଟୋ ନେଇ ଡାକ୍ତରଖାନା ଆସୁଥିଲା। ଖଡ଼ିଅଙ୍କ ରାସ୍ତାରେ ତାକୁ ଡାକି ନେଇ ଗୁଳି କରିଛନ୍ତି। ଆମେ ଖବର ପାଇ ସଙ୍ଗେ ସଙ୍ଗେ ସେଠାକୁ ଯାଇ ତାକୁ ଡାକ୍ତରଖାନା ନେଇଥିଲୁ।”

Related story