ବାଙ୍କି(ସଞ୍ଜୀପ ନାୟକ): ଟ୍ରାକ୍ଟରରେ ବୋହି ଆଣିଲେ କୁକୁଡ଼ା। ଆଉ ଗାଁ ଗାଁ ବୁଲି ଲୋକଙ୍କୁ ମାଗଣାରେ ବାଣ୍ଟିଲେ ଫାର୍ମ ମାଲିକ। କରୋନା ଯୋଗୁ କୁକୁଡ଼ା ପ୍ରତି ବିମୁଖ ହୋଇ ମୁହଁ ଫେରାଇ ନେଇଥିବା ଲୋକେ ମଧ୍ୟ ଖୁସିରେ ଖୁସିରେ ଏହାକୁ ଘରକୁ ନେଇଗଲେ। ଆଜି ଏପରି ରୋଚକ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ବାଙ୍କୀ ଅଞ୍ଚଳରେ।
ସ୍ଥାନୀୟ ଦୁର୍ଗାପୁର ଅଞ୍ଚଳର କିଛି କୁକୁଡ଼ା ଫାର୍ମ ମାଲିକ ଆଜି ଟ୍ରାକ୍ଟରରେ କୁକୁଡ଼ା ଆଣି ଲୋକଙ୍କୁ ମାଗଣାରେ ଦେଇଛନ୍ତି। ଲୋକେ ବି ଭିଡ଼ ଜମାଇ ଏହାକୁ ନେଉଥିବା ନଜରକୁ ଆସିଛି।
କରୋନା ବ୍ୟାପିବା ପରେ ଲୋକେ କୁକୁଡ଼ା କିଣିବାକୁ ଆଉ ଆଗ୍ରହ ପ୍ରକାଶ କରି ନ ଥିଲେ। ଏଥିଯୋଗୁ ଫାର୍ମ ମାଲିକ ବହୁ କ୍ଷତି ସହିଥିଲେ। ତେଣୁ କୁକୁଡ଼ା ପାଳିବା ଏବଂ ଫାର୍ମ ଚଲାଇବାରେ ସମସ୍ୟା ହେବାରୁ ବାଧ୍ୟ ହୋଇ ସେମାନେ ମାଗଣା କୁକୁଡ଼ା ବାଣ୍ଟିଦେଉଥିବା ଜଣାପଡ଼ିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Health
ମଧୁମେହ ହେଲେ ଦେଖାଯାଏ ଏହି ସବୁ ପ୍ରାରମ୍ଭିକ ଲକ୍ଷଣ
ମଧୁମେହ ହେଲେ ଶରୀରରେ ପ୍ରଥମେ କେଉଁ ସବୁ ଲକ୍ଷଣ ଦେଖାଯାଏ, ଜାଣନ୍ତୁ...
Health
ଭାରତୀୟମାନେ ଦିନକୁ କେତେଥର ଖାଇବା ଉଚିତ?
ଆମ ଭାରତୀୟମାନଙ୍କ ପାଇଁ ଖାଇବା ହେଉଛି ଉପଭୋଗ କରିବାର ଏକ ସାମଗ୍ରୀ। ଯେତେବେଳେ ମନ ହୁଏ, ଆମେ ଖାଇନେଉ। ହେଲେ ଖାଦ୍ୟ ନିୟନ୍ତ୍ରଣ କରିବା ଆମ ପାଇଁ ଅତ୍ୟନ୍ତ କଷ୍ଟକର।
Health
ଅଧିକ ଲୁଣ ଖାଉଛନ୍ତି କି? ହୋଇପାରେ ପେଟ କ୍ୟାନ୍ସର୍
WHO ଅନୁଯାୟୀ, ଜଣେ ବୟସ୍କ ବ୍ୟକ୍ତି ପ୍ରତିଦିନ ୫ ଗ୍ରାମରୁ ଅଧିକ ଲୁଣ ଖାଇବା ଉଚିତ୍ ନୁହେଁ, ଏଥିରେ ୨ ଗ୍ରାମ ସୋଡିୟମ୍ ଏବଂ ୩.୫ ଗ୍ରାମ ପୋଟାସିୟମର ମିଶ୍ରଣ ରହିବା ଉଚିତ୍।
Health
ରସୁଣକୁ ଦେଶୀ ଘିଅରେ ଭାଜି ଖାଆନ୍ତୁ, ଏହି ସବୁ ସ୍ୱାସ୍ଥ୍ୟଗତ ସମସ୍ୟାର କରିଥାଏ ସମାଧାନ
ରସୁଣ ହେଉଛି ଆଣ୍ଟିବ୍ୟାକ୍ଟେରିଆଲ, ଆଣ୍ଟିଫଙ୍ଗଲ ଓ ଆଣ୍ଟିଭାଇରାଲ।
Health
କଞ୍ଚା କ୍ଷୀର ପିଉଛନ୍ତି କି? ରୁହନ୍ତୁ ସାବଧାନ
ଆମେରିକାର ଫୁଡ୍ ଡ୍ରଗ୍ ଆଣ୍ଡ ଆଡମିନିଷ୍ଟ୍ରେସନ (ଏଫ୍ଡିଏ) ସମେତ ଆଉ କିଛି ସଂସ୍ଥା କରିଥିବା ଗବେଷଣାରୁ ଜଣାପଡ଼ିଛି ଯେ କଞ୍ଚା କ୍ଷୀରରେ ପ୍ରୋବାୟୋଟିକ୍ସ ନଥାଏ।