ଜୀବନ ଗଲା ପରେ NHରେ ବ୍ଲାକ୍‌ ସ୍ପଟ୍‌ ଚିହ୍ନଟ କଲେ ସରକାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୁର୍ଘଟଣାରେ ଲୋକଙ୍କ ଜୀବନ ଗଲା ପରେ ସରକାର ଚେତିଛନ୍ତି। କଟକ-ଭୁବନେଶ୍ୱର ଦେଇ ଯାଇଥିବା ଜାତୀୟ ରାଜପଥର ୫ଟି ସ୍ଥାନକୁ ବ୍ଲାକ୍‌ସ୍ପଟ ଭାବେ ଚିହ୍ନଟ କରିଛି ଟ୍ରାଫିକ୍ ପୁଲିସ। ପ୍ରାଥମିକ ପର୍ଯ୍ୟାୟରେ ଏହି ୫ଟି ସ୍ଥାନରେ ଗାଡ଼ିର ଗତି କମାଇବାକୁ ରୋଡ୍ ବ୍ୟାରିଅର ସହ ରେଡିୟମ୍ ଲଗାଇବାକୁ ନିଷ୍ପତ୍ତି ନିଆଯାଇଛି। ଭୁବନେଶ୍ୱରରୁ ଖୋର୍ଦ୍ଧା ରାସ୍ତାର ବାଟଭୁଆସୁଣୀ, ଖଣ୍ଡଗିରି ନିକଟ ଆଇଗିଣିଆ, ପାହାଳ, ଆଚାର୍ଯ୍ୟ ବିହାର ଓଭର ବ୍ରିଜ୍ ଓ ନୟାପଲ୍ଲୀ ସିଦ୍ଧାର୍ଥ ହୋଟେଲ ସମ୍ମୁଖ ଜାତୀୟ […]

five-spots-along-bhubaneswar-cuttack-road-identified-as-accident-prone

five-spots-along-bhubaneswar-cuttack-road-identified-as-accident-prone

Manoranjan Sial
  • Published: Tuesday, 28 May 2019
  • Updated: 28 May 2019, 06:37 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୁର୍ଘଟଣାରେ ଲୋକଙ୍କ ଜୀବନ ଗଲା ପରେ ସରକାର ଚେତିଛନ୍ତି। କଟକ-ଭୁବନେଶ୍ୱର ଦେଇ ଯାଇଥିବା ଜାତୀୟ ରାଜପଥର ୫ଟି ସ୍ଥାନକୁ ବ୍ଲାକ୍‌ସ୍ପଟ ଭାବେ ଚିହ୍ନଟ କରିଛି ଟ୍ରାଫିକ୍ ପୁଲିସ। ପ୍ରାଥମିକ ପର୍ଯ୍ୟାୟରେ ଏହି ୫ଟି ସ୍ଥାନରେ ଗାଡ଼ିର ଗତି କମାଇବାକୁ ରୋଡ୍ ବ୍ୟାରିଅର ସହ ରେଡିୟମ୍ ଲଗାଇବାକୁ ନିଷ୍ପତ୍ତି ନିଆଯାଇଛି।

ଭୁବନେଶ୍ୱରରୁ ଖୋର୍ଦ୍ଧା ରାସ୍ତାର ବାଟଭୁଆସୁଣୀ, ଖଣ୍ଡଗିରି ନିକଟ ଆଇଗିଣିଆ, ପାହାଳ, ଆଚାର୍ଯ୍ୟ ବିହାର ଓଭର ବ୍ରିଜ୍ ଓ ନୟାପଲ୍ଲୀ ସିଦ୍ଧାର୍ଥ ହୋଟେଲ ସମ୍ମୁଖ ଜାତୀୟ ରାଜପଥକୁ ଅତ୍ୟଧିକ ଦୁର୍ଘଟଣାପ୍ରବଣ ସ୍ଥାନ ଭାବେ ଚିହ୍ନଟ କରାଯାଇଛି। ଏହିସବୁ ସ୍ଥାନରେ ଗାଡ଼ିର ବେଗ କମାଇବା ଲାଗି ରୋଡ୍ ବ୍ୟାରିଅର ଲଗାଯିବ। ରାତି ୯ଟା ପରେ ବ୍ୟାରିଅର କାଢ଼ି ଦିଆଯିବ। ଏଥିସହ ଦୂରରୁ ଦେଖିବା ପାଇଁ ରେଡିୟମ୍ ଲାଗିବ। ଏହାଛଡ଼ା ସେଠାରେ 'ଦୁର୍ଘଟଣାପ୍ରବଣ ସ୍ଥାନ' ବୋଲି ଲେଖାଯିବ। ପରୀକ୍ଷାମୂଳକ ଭାବେ ପ୍ରଥମେ ଏହି ୫ଟି ସ୍ଥାନରେ ବ୍ୟାରିୟର, ରେଡିୟମ୍ ଓ ସାଇନେଜ୍‌ ଲଗାଯିବ। ପରେ ଅନ୍ୟ ସ୍ଥାନ ଗୁଡ଼ିକରେ ଲଗାଯିବ ବୋଲି କମିଶନରେଟ ପୁଲିସ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।
ଲୋକଙ୍କୁ ଅଧିକରୁ ଅଧିକ ସଚେତନ କରାଯିବ ବୋଲି ପୁଲିସ କହିଛି। ସେପଟେ ଦୁର୍ଘଟଣା ରୋକିବା ପାଇଁ ପୁଲିସ ୫ଟି ବ୍ଲାକ୍ ସ୍ପଟ୍ ଚିହ୍ନଟ କରିବା କଥାକୁ ସାଧାରଣ ଲୋକ ସ୍ୱାଗତ କରିଛନ୍ତି। କିନ୍ତୁ ଲୋକେ ସଚେତନ ନହେଲେ ଯେତେ ବ୍ୟାରିୟର, ରେଡିୟମ୍ ଲଗାଗଲେ କିଛି ଲାଭ ହେବ ନାହିଁ ବୋଲି ସାଧାରଣ ଲୋକ ମତ ଦେଇଛନ୍ତି।

କିଛି ଦିନ ଭିତରେ ଭୁବନେଶ୍ୱରରେ ଏକାଧିକ ଦୁର୍ଘଟଣା ଘଟିଛି। ୨ ଦିନ ତଳେ ନୟାପଲ୍ଲୀ ଓଭର ବ୍ରିଜରେ ଏକ ବାଇକ୍‌କୁ ଟ୍ରକ ଧକ୍କା ଦେଇଥିଲା। ଯେଉଁଥିରେ ୨ ଜଣଙ୍କର ଜୀବନ ଯାଇଥିଲା। ସୋମବାର ଆଚାର୍ଯ୍ୟ ବିହାର ଓଭର୍ ବ୍ରିଜ୍ ଉପରୁ ଖସି ବାପା-ପୁଅଙ୍କ ମୃତ୍ୟୁ ଘଟିଥିଲା। କମିଶନରେଟ୍ ପୁଲିସର ତଥ୍ୟ ଅନୁସାରେ, ୨୦୧୮ରେ ଦ୍ୱୈତ ନଗରୀରେ ହଜାରେ ୪୬ଟି ଦୁର୍ଘଟଣା ଘଟିଥିଲା। ୩୯୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬୨୦ ଜଣ ଗୁରୁତର ଆହତ ହୋଇଥିଲେ। ସେହିପରି ପୂରା ରାଜ୍ୟରେ ୨୦୧୮ରେ ୫ହଜାର ୩୦୦ରୁ ଅଧିକ ଦୁର୍ଘଟଣା ଘଟିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos