ନଦୀ ଭିତରେ ସେଲ୍ଫି ନେଉଥିଲେ, ଘୁ ଘୁ ଶବ୍ଦ କରି ମାଡ଼ି ଆସିଲା ପାଣି

ଦେବଗଡ଼: ନଦୀ କୂଳେ ଭୋଜିଭାତ ଚାଲିଥିଲା। ପ୍ରାୟ ୧୦ ଜଣ ଶିଶୁ ଓ ଯୁବକ ଶୁଖିଲା ପଡ଼ିଥିବା ନଦୀ ଭିତରେ ବୁଲାବୁଲି କରିବା ସହ ମୋବାଇଲ୍‌ରେ ସେଲ୍ଫି ନେଇଥିଲେ। ଏହି ସମୟରେ ଜୋର ସୁଅ ସହ ଭୟଙ୍ଗର ରୂପରେ ମାଡ଼ି ଆସିଲା ପାଣି। ସମସ୍ତଙ୍କ ଜୀବନ ପ୍ରତି ସୃଷ୍ଟି ହୋଇଥିଲା ବିପଦ। ଜୀବନ ବଞ୍ଚାଇବା ନିମନ୍ତେ କିଏ ଗଛ ଡ଼ାଳକୁ ଜାବୁଡ଼ି ଧରିଥିଲା ତ କିଏ ପଥର ଉପରକୁ ଚଢ଼ି ଯାଇ ଘାସ ବୁଦାକୁ ଜାବୁଡ଼ି ଧରିଥିଲା। […]

debagada

debagada

Niranjan Mishra
  • Published: Friday, 07 October 2022
  • Updated: 07 October 2022, 04:16 PM IST

Sports

Latest News

ଦେବଗଡ଼: ନଦୀ କୂଳେ ଭୋଜିଭାତ ଚାଲିଥିଲା। ପ୍ରାୟ ୧୦ ଜଣ ଶିଶୁ ଓ ଯୁବକ ଶୁଖିଲା ପଡ଼ିଥିବା ନଦୀ ଭିତରେ ବୁଲାବୁଲି କରିବା ସହ ମୋବାଇଲ୍‌ରେ ସେଲ୍ଫି ନେଇଥିଲେ। ଏହି ସମୟରେ ଜୋର ସୁଅ ସହ ଭୟଙ୍ଗର ରୂପରେ ମାଡ଼ି ଆସିଲା ପାଣି। ସମସ୍ତଙ୍କ ଜୀବନ ପ୍ରତି ସୃଷ୍ଟି ହୋଇଥିଲା ବିପଦ। ଜୀବନ ବଞ୍ଚାଇବା ନିମନ୍ତେ କିଏ ଗଛ ଡ଼ାଳକୁ ଜାବୁଡ଼ି ଧରିଥିଲା ତ କିଏ ପଥର ଉପରକୁ ଚଢ଼ି ଯାଇ ଘାସ ବୁଦାକୁ ଜାବୁଡ଼ି ଧରିଥିଲା। ଆଜି ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ଜାମୁନାଳି ଗାଁ ଦେଇ ବୋହି ଯାଇଥିବା ନଦୀ ଭିତରେ ଏହି ଅଘଟଣ ଘଟିଛି। ଡ୍ୟାମ୍‌ରୁ ବଢ଼ି ପାଣି ମାଡ଼ି ଆସିବାରୁ ସମସ୍ତଙ୍କ ଜୀବନ ବିପଦରେ ପଡ଼ିଛି। ଫସିଥିବା ସମସ୍ତେ ଜାମୁନାଳି ଗାଁର।

ଖବର ପାଇ ରିଆମାଳ ଦମକଳ ବାହିନୀ ପହଞ୍ଚି ୬ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରିଥିଲେ। ଆଉ ୪ ଏବେ ବି ଫସି ରହିଛନ୍ତି। ସେମାନଙ୍କୁ ଉଦ୍ଧାର କରିବା କାମ ଜାରି ରହିଛି।

ସୂଚନା ମୁତାବକ, ସକାଳ ପ୍ରାୟ ୯ଟା ବେଳେ ଡ୍ୟାମ୍‌ର ପ୍ରାୟ ୯ଟି ଗେଟ୍ ମଧ୍ୟରୁ ୮ଟି ଗେଟ୍ ଖୋଲାଯାଇ ଜଳ ନିଷ୍କାସନ କରାଯାଇଥିଲା। ତେଣୁ ନଦୀରେ ପ୍ରବଳ ସୁଅ ସହ ପାଣି ମାଡ଼ି ଆସିଥିଲା। ଏହି ସମୟରେ ନଦୀ ଭିତରେ ବୁଲାବୁଲି କରୁଥିବା ଜାମୁନାଳି ଗାଁର କିଛି ଶିଶୁ ଓ ଯୁବକ ଫସି ଯାଇଥିଲେ। ଡ୍ୟାମ୍‌ ପାଣି ଛଡ଼ା ଯିବା ପୂର୍ବରୁ ସାଇରନ ବାଜି ଥିଲା। ହେଲେ ଅଘଟଣ ଘଟିଥିବା ସ୍ଥାନଟି ଡ୍ୟାମ୍‌ର ଗେଟ୍ ଠାରୁ ପ୍ରାୟ ୫ କିଲୋମିଟର ଦୂର। ତେଣୁ ସାଇରନ୍ ଶୁଣି ନ ପାରିବା କାରଣରୁ ସେମାନେ ଫସି ଯାଇଥିଲେ। ସେମାନଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାମ କରୁଛି।

ସେପଟେ ଅଘଟଣ ଜାଣିବା ପରେ ଡ୍ୟାମ୍‌ର ଗେଟ୍ ଗୁଡ଼ିକୁ ବନ୍ଦ କରିବାକୁ ପଦକ୍ଷେପ ନିଆଯାଇଛି। ତେଣୁ ଖୁବ୍‌ଶୀଘ୍ର ନଦୀର ପାଣି କମିବ ଓ ସମସ୍ତଙ୍କୁ ସୁରକ୍ଷିତ ଉଦ୍ଧାର କରାଯିବ ବୋଲି ପ୍ରଶାସନିକ ଅଧିକାରୀ ଆଶାବାଦୀ ରହିଛନ୍ତି। ଘଟଣା ସ୍ଥଳରେ ଡ୍ୟାମ୍ ଏସ୍‌ଡିଓ ଓ ଅଗ୍ନିଶମ ଅଧିକାରୀ ଉପସ୍ଥିତ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story