ଆଠଗଡ଼ (ନୀଳକଣ୍ଠ ଦୋରା): ହାତୀ କଙ୍କାଳ ମିଳିବା ମାମଲାରେ ବନ ବିଭାଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଫରେଷ୍ଟ ଗାର୍ଡ ପ୍ରଭାତ ପ୍ରଧାନଙ୍କୁ ଚାକିରିରୁ ନିଲମ୍ବିତ କରିଛି। ଏଥିସହ ତାଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି ବନ ବିଭାଗ।
ଗତ ୧୪ ତାରିଖରେ ଆଠଗଡ ବନ ବିଭାଗ ପକ୍ଷରୁ ହାତୀ କଙ୍କାଳ ଉଦ୍ଧାର କରାଯାଇଥିଲା। ଏହି ଘଟଣାରେ ୬ ଜଣ ବନ କର୍ମଚାରୀ ନିଲମ୍ବିତ ହୋଇଥିବା ବେଳେ ମୋଟ୍ ୭ ଜଣ ଗିରଫ ହୋଇଛନ୍ତି। ଅନ୍ୟପକ୍ଷରେ ହାତୀକୁ ଗୁଳି ମାମଲାରେ ବନ ବିଭାଗ ୩ ଜଣକୁ ଗିରଫ କରିଛି।
ନରସିଂହପୁର ପୂର୍ବ ବନାଞ୍ଚଳ ଜୟପୁର ସେକ୍ସନରେ ଗୁଳିବିଦ୍ଧ ଦନ୍ତାହାତୀର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା। ଏହି ମାମଲାର ତଦନ୍ତ ପାଇଁ ବନ ବିଭାଗ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ହୋଇଥିବା ଶିକାରୀମାନେ ହେଲେ ସୂର୍ଯ୍ୟମଣି ନାୟକ(୪୨), ଗଙ୍ଗାଧର ନାୟକ(୬୨) ଓ ଦିବାକର ସାହୁ। ଅଭିଯୁକ୍ତଙ୍କ ଘର ନରସିଂହପୁର ଥାନା ଅଞ୍ଚଳରେ ବୋଲି ଜଣାପଡ଼ିଛି। ବନ ବିଭାଗ ଏମାନଙ୍କୁ ରିମାଣ୍ଡରେ ଆଣି ପଚରାଉଚରା କରୁଛି। ଏ ନେଇ ଆଠଗଡ଼ ଡିଏଫ୍ଓ ସୁଦର୍ଶନ ଗୋପୀନାଥ ଯାଦବ ସୂଚନା ଦେଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ଗୁଳିମାଡ଼ କରି ୮ ଜଣଙ୍କୁ ଛଡ଼ାଇ ନେଲେ ମାଛ ମାଫିଆ
ବେଆଇନ ଭାବେ ମାଛ ମାରୁଥିବା 'ତାରିଣୀ-୩' ଟ୍ରଲର ସହିତ ୯ ମତ୍ସ୍ୟଜୀବୀଙ୍କୁ ବନବିଭାଗ କାବୁ କରି ଆଣୁଥିଲା। ୬ଟି ଟ୍ରଲର ବନବିଭାଗର କର୍ମଚାରୀଙ୍କ ଉପରକୁ ସଂଘବଦ୍ଧ ଆକ୍ରମଣ କରି ୮ ମତ୍ସ୍ୟଜୀବୀଙ୍କୁ ଛଡାଇ ନେଲେ ମାଛ ମାଫିଆ।
Miscellaneous
ହସ୍ପିଟାଲରେ ଚାଲିଗଲା ବିଚାରାଧୀନ କଏଦୀ ଜୀବନ, ସାଂଘାତିକ ଅଭିଯୋଗ ଆଣିଲେ ପୁଅ
ଜେଲ କର୍ତ୍ତୃପକ୍ଷ ଅସୁସ୍ଥତା କାରଣରୁ ଜମାଲ ପ୍ରାଣ ହରାଇଥିବା କୁହାଯାଇଛି। କିନ୍ତୁ ଏହାକୁ ତାଙ୍କ ପରିବାର ଲୋକ ମାନି ନାହାନ୍ତି। ସେମାନଙ୍କ କହିବା କଥା ଯେ ଜେଲରେ ଜମାଲଙ୍କୁ ମାଡ଼ ମରାଯିବାରୁ ତାଙ୍କର ମୃତ୍ୟୁ ହୋଇଛି।
Crime
ଆଶ୍ରମ ବିଦ୍ୟାଳୟରୁ ଛାତ୍ର ନିଖୋଜ, ୬ ଦିନ ହେଲା ମିଳୁନି ପତ୍ତା
ଘଟଣା ସମ୍ପର୍କରେ ବିଦ୍ୟାଳୟ କର୍ତ୍ତୃପକ୍ଷ ବଡ଼ମ୍ବା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅନ୍ୟପଟେ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଦାୟିତ୍ୱହୀନତାକୁ ଦାୟୀ କରିଛନ୍ତି ଛାତ୍ରଙ୍କ ପରିବାର।
Miscellaneous
ବନ୍ଧା ପଡ଼ିଛି ଦାଦନ, ଚର୍ଚ୍ଚାରେ ପୁଲିସର ଡବଲ୍ ରୋଲ
ଝିଅକୁ ସେଠାରୁ ଉଦ୍ଧାର ପାଇଁ ମା’ ଜୟନ୍ତୀ ଏବେ ସମସ୍ତଙ୍କୁ ଆକୁଳ ନିବେଦନ କରିଛନ୍ତି।
Miscellaneous
ଏବେ 'ଟୁଇନ୍ ସିଟି' ନୁହେଁ, 'ଟ୍ରାଇ ସିଟି'ର ବିକାଶ କରିବେ ସରକାର
ପୁରୀ, କଟକ ଓ ଭୁବନେଶ୍ୱରକୁ ନେଇ ଟ୍ରାଇ ସିଟି ଗଠନ କରାଯିବ। ସହରାଞ୍ଚଳରେ ଟ୍ରାଫିକ ସମସ୍ୟା ଦୂର ପାଇଁ ନିର୍ମାଣ ହେବ ଅଧିକ ନୂଆ ରିଂ ରୋଡ୍ ଏବଂ ଓଭର ବ୍ରିଜ।