ରେଞ୍ଜ ଅଫିସ୍‌ରେ ବସି ମଦ ପିଉଛନ୍ତି ବନ ଅଧିକାରୀ!

କରଞ୍ଜିଆ(ଦୀପକ ମହାନ୍ତ): ରେଞ୍ଜ ଅଫିସ୍‌ରେ ବସି ମଦ ପିଉଛନ୍ତି ବନ ଅଧିକାରୀ! ଯାହାର ଭିଡିଓ ଏବେ ଭାଇରାଲ୍‌ ହେବାରେ ଲାଗିଛି। ଏପରି ଅଭିଯୋଗ ଆସିଛି ମୟୂରଭଞ୍ଜ ଜିଲ୍ଲାରୁ। ରାଜ୍ୟରେ ହାତୀ ଶିକାରକୁ ନେଇ ବନ ବିଭାଗ ବିବାଦରେ ଫସିଥିବା ବେଳେ ରେଞ୍ଜ ଅଧିକାରୀଙ୍କ ମଦ ପିଇବା ଭିଡିଓ ସାମ୍ନାକୁ ଆସିବା ପରେ ବିବାଦ ବଢ଼ିଛି। ଦୁଧିଆଣି ରେଞ୍ଜ ଅଧିକାରୀ ପ୍ରଦୀପ କୁମାର ପୃଷ୍ଟି ନିଜ ଅଫିସ୍‌ରେ ବସି ମଦ ପିଉଛନ୍ତି! ମଦ ପିଇବା ସମୟରେ ସେ ସାଦା […]

Pradeep Kumar Prusti

Pradeep Kumar Prusti

Manoranjan Sial
  • Published: Thursday, 30 June 2022
  • Updated: 30 June 2022, 06:41 PM IST

Sports

Latest News

କରଞ୍ଜିଆ(ଦୀପକ ମହାନ୍ତ): ରେଞ୍ଜ ଅଫିସ୍‌ରେ ବସି ମଦ ପିଉଛନ୍ତି ବନ ଅଧିକାରୀ! ଯାହାର ଭିଡିଓ ଏବେ ଭାଇରାଲ୍‌ ହେବାରେ ଲାଗିଛି। ଏପରି ଅଭିଯୋଗ ଆସିଛି ମୟୂରଭଞ୍ଜ ଜିଲ୍ଲାରୁ। ରାଜ୍ୟରେ ହାତୀ ଶିକାରକୁ ନେଇ ବନ ବିଭାଗ ବିବାଦରେ ଫସିଥିବା ବେଳେ ରେଞ୍ଜ ଅଧିକାରୀଙ୍କ ମଦ ପିଇବା ଭିଡିଓ ସାମ୍ନାକୁ ଆସିବା ପରେ ବିବାଦ ବଢ଼ିଛି।

ଦୁଧିଆଣି ରେଞ୍ଜ ଅଧିକାରୀ ପ୍ରଦୀପ କୁମାର ପୃଷ୍ଟି ନିଜ ଅଫିସ୍‌ରେ ବସି ମଦ ପିଉଛନ୍ତି! ମଦ ପିଇବା ସମୟରେ ସେ ସାଦା ପୋଷାକରେ ଥିବା ଦେଖିବାକୁ ମିଳିଛି। ଯାହାର ଭିଡ଼ିଓ ଏବେ ମୋବାଇଲରୁ ମୋବାଇଲ ଘୂରି ବୁଲୁଛି। ତେବେ ଏହି ଭିଡିଓଟି କେବେକାର, ତାହା ଜଣାପଡ଼ି ନାହିଁ।

ଏନେଇ କରଞ୍ଜିଆ ବନଖଣ୍ଡ ଅଧିକାରୀ ଶ୍ରୀକାନ୍ତ ନାୟକଙ୍କୁ ପଚାରିବାରୁ ସେ କହିଛନ୍ତି, ଘଟଣାର ତଦନ୍ତ କରି ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସେପଟେ ବୁଧବାର ରେଞ୍ଜ ଅଧିକାରୀ ପ୍ରଦୀପ କୁମାର ପୃଷ୍ଟି ଗଣମାଧ୍ୟମ ପ୍ରତିନିଧିଙ୍କୁ ଗାଳିଗୁଲଜ କରିଥିବା ଅଭିଯୋଗ ହୋଇଛି। ହାତୀ ଆକ୍ରମଣରେ ମୃତ ଜଣେ ଯୁବକଙ୍କ ପରିବାରକୁ କେବେ କ୍ଷତିପୂରଣ ମିଳିବ ପ୍ରଶ୍ନରେ ରାଗିଯାଇଥିଲେ ମାତାଲ୍‌ ଅବସ୍ଥାରେ ଥିବା ଶ୍ରୀ ପୃଷ୍ଟି। ଆଉ ମନଇଚ୍ଛା ଗଣମାଧ୍ୟମ ପ୍ରତିନିଧିଙ୍କୁ ଅଭଦ୍ର ଭାଷାରେ ଗାଳି ଦେଇଥିବା ଅଭିଯୋଗ ହୋଇଛି। 

ନିଶାସକ୍ତ ଅବସ୍ଥାରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଦୁର୍ବ୍ୟବହାର କରିଥିବା ଖବର ପ୍ରଚାରିତ ହେବା ପରେ କରଞ୍ଜିଆ ବନଖଣ୍ଡ ଅଧିକାରୀ ଶ୍ରୀକାନ୍ତ ନାୟକ ରେଞ୍ଜର ପ୍ରଦୀପ କୁମାର ପୃଷ୍ଟିଙ୍କୁ କୈଫିୟତ ତଲବ କରିଛନ୍ତି। ତିନି ଦିନ ମଧ୍ୟରେ ଲିଖିତ ଭାବେ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos