ଲଜରୁ ମିଳିଲା ବନ କର୍ମଚାରୀଙ୍କ ମୃତଦେହ

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ବଲାଙ୍ଗିର ସରକାରୀ ବସଷ୍ଟାଣ୍ଡ ନିକଟରେ ଥିବା ଏକ ଲଜରୁ ଜଣେ ବନ କର୍ମଚାରୀଙ୍କ ମୃତଦେହ ଉଦ୍ଧାର ହୋଇଛି। ତାଙ୍କ ନାଁ ହେଉଛି ଗୋକୁଳାନନ୍ଦ ଭୋଇ। ଭିତରୁ ବନ୍ଦ ଥିବା ଲଜର ଏକ ରୁମ୍‌ରୁ ଦୁର୍ଗନ୍ଧ ବାହାରିବାରୁ ଏହାର ମ୍ୟାନେଜର ଥାନାକୁ ଖବର ଦେଇଥିଲେ। ପୁଲିସ କବାଟ ଭାଙ୍ଗି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ତେବେ ବର୍ତ୍ତମାନ ସୁଦ୍ଧା ମୃତ୍ୟୁର କାରଣ ଜଣାପଡ଼ି ନାହିଁ। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। […]

crime

crime

Manoranjan Sial
  • Published: Tuesday, 18 June 2019
  • Updated: 18 June 2019, 03:58 PM IST

Sports

Latest News

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ବଲାଙ୍ଗିର ସରକାରୀ ବସଷ୍ଟାଣ୍ଡ ନିକଟରେ ଥିବା ଏକ ଲଜରୁ ଜଣେ ବନ କର୍ମଚାରୀଙ୍କ ମୃତଦେହ ଉଦ୍ଧାର ହୋଇଛି। ତାଙ୍କ ନାଁ ହେଉଛି ଗୋକୁଳାନନ୍ଦ ଭୋଇ। ଭିତରୁ ବନ୍ଦ ଥିବା ଲଜର ଏକ ରୁମ୍‌ରୁ ଦୁର୍ଗନ୍ଧ ବାହାରିବାରୁ ଏହାର ମ୍ୟାନେଜର ଥାନାକୁ ଖବର ଦେଇଥିଲେ। ପୁଲିସ କବାଟ ଭାଙ୍ଗି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ତେବେ ବର୍ତ୍ତମାନ ସୁଦ୍ଧା ମୃତ୍ୟୁର କାରଣ ଜଣାପଡ଼ି ନାହିଁ। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ଚିକିତ୍ସା ହେବା ପାଇଁ ବୌଦ୍ଧ ଜିଲ୍ଲାର ଜଙ୍ଗଲ ବିଭାଗର କର୍ମଚାରୀ ଗୋକୁଳାନନ୍ଦ ଭୋଇ ଗତ ୭ ତାରିଖରେ ବଲାଙ୍ଗିର ଆସିଥିଲେ। ସେଥିପାଇଁ ସେ ସେହି ଲଜର ୫ ନମ୍ୱର ରୁମ୍‌ରେ ରହୁଥିଲେ। ଗତ ୧୬ ତାରିଖରେ ଗୋକୁଳାନନ୍ଦ ଠିକଠାକ ଥିଲେ ବୋଲି ମ୍ୟାନେଜର କହିଛନ୍ତି। ହେଲେ ଗତକାଲିଠୁ ସେ କବାଟ ଖୋଲିନଥିଲେ। ଆଜି କୋଠରୀରୁ ଦୁର୍ଗନ୍ଧ ବାହାରିବାରୁ ଲଜ୍‌ ମ୍ୟାନେଜରଙ୍କ ମନରେ ସନ୍ଦେହ ଜାତ ହୋଇଥିଲା। ସେଥିପାଇଁ ସେ ଟାଉନ ଥାନାକୁ ଖବର ଦେଇଥିଲେ। ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ଅଧିକ ତଦନ୍ତ ଜାରୀ ରଖିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos