ସୂର୍ଯ୍ୟଙ୍କ ଉପସ୍ଥିତିରେ ଚନ୍ଦ୍ରର ବିକିରଣ, ଶୁଣନ୍ତୁ ଆଜି କେମିତି ଗର୍ଜିଲେ ଚନ୍ଦ୍ରଶେଖର ସାହୁ
ଆଜି ବିଜେଡି ମିଶ୍ରଣ ପର୍ବରେ ବ୍ରହ୍ମପୁରରେ ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ କଂଗ୍ରେସର ତିନି ପ୍ରମୁଖ ନେତା ଚନ୍ଦ୍ରଶେଖର ସାହୁ, ବିକ୍ରମ ପଣ୍ଡା ଓ ଭଗବାନ ଗନ୍ତାୟତ ଆଜି ବିଜେଡିରେ ଯୋଗ ଦେଇଥିଲେ। କିଛି ଦିନ ତଳେ କଂଗ୍ରେସରୁ ଇସ୍ତଫା ଦେଇଥିବା ଏହି ନେତାମାନେ ନିଜର ଶହ ଶହ ସମର୍ଥକଙ୍କ ସହ ବିଜେଡିରେ ସାମିଲ ହୋଇଥିଲେ। ସଭାମଞ୍ଚରେ ଗଞ୍ଜାମର ସବୁଠୁ ହେବିୱେଟ ନେତା  ମନ୍ତ୍ରୀ ସୂର୍ଯ୍ୟନାରାଣ ପାତ୍ରଙ୍କ ଉପସ୍ଥିତିରେ ଚନ୍ଦ୍ରଶେଖର ସାହୁ ବେଶ ଶକ୍ତିପ୍ରଦର୍ଶନ କରିଥିଲେ। ଦିନେ କଂଗ୍ରେସର ଟାଣୁଆ ନେତା ତଥା କେନ୍ଦ୍ର ମନ୍ତ୍ରୀ ଥିବା ଚନ୍ଦ୍ରଶେଖର ସାହୁ ଦଳରେ ଅଲୋଡ଼ା ହୋଇ କୋଣଠେସାର ଶିକାର ହୋଇଥିବା ଚନ୍ଦ୍ରଶେଖର ସାହୁଙ୍କୁ ଆଜି ଶକ୍ତିର ରାହା ଦେଇଛି ବିଜେଡି। ଆଉ ଦୀର୍ଘଦିନର ନିରବତା ପରେ ନିଜ ପତିଆରାକୁ ଜାହିର କରିଛନ୍ତି ଚନ୍ଦ୍ରଶେଖର। ଆଜି ବିଜେଡିରେ ମିଶିବା ପରେ ଭାଷଣ ଦେଇ ସଭାମଞ୍ଚ ଥରାଇଦେଇଥିଲେ ଚନ୍ଦ୍ରଶେଖର। ସେ ଯେତିକି ଆକ୍ଟିଭ୍ ଥିଲେ ତାଙ୍କ ସ୍ୱର ସେତିକି ତେଜ୍ ଥିଲା। ଆଜି ସେ ଗଳାଫଟାଇ ବିକାଶ ପାଇଁ ଚିତ୍କାର କରିଥିଲେ।  ଆଉ ନବୀନ ପଟ୍ଟନାୟକ ଏବଂ ବିଜୁ ପଟ୍ଟନାୟକଙ୍କୁ  ପ୍ରଶଂସାରେ ପୋତି ପକାଇଥିଲେ। କିନ୍ତୁ ସେ ଯେଉଁ ଦଳରେ ଥିଲେ ତା’ ବିରୋଧରେ ପଦେ ବି କହି ନ ଥିଲେ।
ତେବେ ପ୍ରଶ୍ନ ଉଠୁଛି ଚନ୍ଦ୍ରଶେଖର ବିଜେଡିରେ ମିଶିବା ପରେ ମନ୍ତ୍ରୀ ସୂର୍ଯ୍ୟପାତ୍ରଙ୍କ ପତିଆରା ହ୍ରାସ ପାଇଯିବନି ତ? ସେହିପରି ରାଜନୈତିକ ମହଲରେ ଆଉ ଗୋଟେ କଥା ମଧ୍ୟ ଚର୍ଚ୍ଚା ହେଉଛି। ଆସନ୍ତା ସାଧାରଣ ନିର୍ବାଚନନରେ ସିଧାନ୍ତ ମହାପାତ୍ରଙ୍କୁ ବ୍ରହ୍ମପୁର ନିର୍ବାଚନ ମଣ୍ଡଳୀରୁ କାଳେ ଏମପି ଟିକେଟ ମିଳି ନ ପାରେ। ଆଉ ଏହାର ଫାଇଦା ଚନ୍ଦ୍ରଶେଖରଙ୍କ ପାଖକୁ ଯାଇପାରେ। ଅର୍ଥାତ କଂଗ୍ରେସ ଛାଡ଼ିଥିବା ଚନ୍ଦ୍ରଶେଖରଙ୍କୁ ହିଁ ଏମପି ଟକେଟ ମିଳିପାରେ।  ମୋଟାମୋଟି ଭାବେ କୁହାଯାଇପାରେ ଚନ୍ଦ୍ରଶେଖର ବିଜେଡିକୁ ଆସିଲା ପରେ ଗଞ୍ଜାମ ବିଜେଡି ରାଜନୀତିରେ ଏକ ପ୍ରକାର ହଲଚଲ ହୋଇଛି।
Ordigital Desk
• Published: Wednesday, 04 April 2018
• Updated: 04 April 2018, 05:05 PM IST
telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Trending
Photos
Videos