ଭୁବନେଶ୍ୱର ( ଓଡ଼ିଶା ରିପୋର୍ଟର) : ଓଡିଶାର ପୂର୍ବତନ ରାଜସ୍ୱ ମନ୍ତ୍ରୀ ଏବଂ ପୂର୍ବତନ ରାଜ୍ୟ ଯୋଜନା ବୋର୍ଡ ଅଧ୍ୟକ୍ଷ ସୁରେନ୍ଦ୍ର ନାଥ ନାୟକଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ନ ଥିବାରୁ ସେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଏ ସମ୍ପର୍କରେ ଖବର ପ୍ରଚାରିତ ହେବା ପରେ ଅନେକ ରାଜନେତା ଓ ସାମାଜିକ କର୍ମୀ ମେଡିକାଲ ଯାଇ ସୁରେନ୍ଦ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି ।
ଉତ୍କଳ କଂଗ୍ରେସରୁ ଆରମ୍ଭ କରି ଜନତାଦଳ ଓ ବିଜୁ ଜନତା ଦଳ ଯାଏଁ ଅବିଭକ୍ତ ଓ ପୁନର୍ଗଠିତ ପୁରୀ ଜିଲ୍ଲାର ପୁରୋଧା ଭାବେ ସେ ବେଶ୍ ପରିଚିତ। ଓଡିଶା ରାଜନୀତିର ଭୀଷ୍ମ ପିତାମହ ପ୍ରାକ୍ତନ ମନ୍ତ୍ରୀ ସୁରେନ୍ଦ୍ର ନାଥ ନାୟକଙ୍କ ଆଶୁ ଆରୋଗ୍ୟ ଓ ଦୀର୍ଘ ନିରାମୟ ଜୀବନ କାମନା କରିଛନ୍ତି ରାଜ୍ୟବାସୀ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଯୁଦ୍ଧଭୂମିର ଭ୍ରମ; ପୁରୀରେ ଘୁଁ ଘୁଁ ଗର୍ଜନ କରୁଛନ୍ତି ଯୁଦ୍ଧ ଟ୍ୟାଙ୍କ
ବାହ୍ୟ ଶତ୍ରୁ ଆକ୍ରମଣର ମୁକାବିଲା ସହ ପରାକ୍ରମ ଦେଖାଇବାକୁ କେତେ ସଜାଗ ଭାରତୀୟ ନୌସେନା, ସେନେଇ ପ୍ରଦର୍ଶିତ ହେବ ଦୁଃସାହସିକ ରଣକୌଶଳ।
Miscellaneous
ଆମ୍ବଟାକୁଆ ମୃତ୍ୟୁ ଅନାହାରଜନିତ ନୁହେଁ, ଫୁଡ୍ ପଏଜନିଂ ପାଇଁ ହୋଇଛି : ଖାଦ୍ୟଯୋଗାଣ ମନ୍ତ୍ରୀ
ଅନାହାର ଯୋଗୁ ଆମ୍ବଟାକୁଆ ଜାଉ ଖାଇବା ଘଟଣା ସମ୍ପୂର୍ଣ୍ଣ ମିଛ । ବିରୋଧୀ ଦଳ ଅପ୍ରସଙ୍ଗକୁ ପ୍ରସଙ୍ଗ କରୁଛି ।
Miscellaneous
ପାଠଶାଳାରେ ନୂଆ ବିଦ୍ୟାର୍ଥୀ: ରାଧିକା ଓ ଜଗୁ
ଗୋଠ ଛଡା ହେଉ ବା ଶିଶୁ ହାତୀକୁ ତାଲିମ ଦେବା ପାଇଁ କୁମାରଖୁଣ୍ଟିରେ ରହିଛି ପାଠଶାଳା। ଆସାମରୁ ଆସିଥିବା ମାହୁନ୍ତ ଓ ବିଶେଷଜ୍ଞମାନେ ହାତୀଙ୍କୁ ପାଠ ପଢ଼ାଉଛନ୍ତି।
Miscellaneous
ଗୁହାଳରେ ପଶି ବାଛୁରୀ ନେଇଗଲା ବାଘ!
ଉଦଳା ବନାଞ୍ଚଳ ଚଡଦା ଗାଁର ଶଙ୍କର ମାରାଣ୍ଡି ମଙ୍ଗଳବାର ରାତିରେ ନିଜ ଗୁହାଳରେ ବାଛୁରୀ ବାନ୍ଧି ଥିଲେ। କିନ୍ତୁ ଆଜି ସକାଳେ ଗୁହାଳରେ ବାଛୁରୀକୁ ପାଇନଥିଲେ। ବହୁ ଖୋଜା ଖୋଜି ପରେ ବିଲ ମଝିରେ ବାଛୁରୀର କ୍ଷତବିକ୍ଷତ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ।